ହାଇଡ୍ରକ୍ସିକାର୍ବାମାଇଡ

ଉଇକିପିଡ଼ିଆ‌ରୁ
ହାଇଡ୍ରକ୍ସିକାର୍ବାମାଇଡ
Structural formula
Clinical data
Trade namesDroxia, Hydrea, others
AHFS/Drugs.comInternational Drug Names
MedlinePlusa682004
data
Pregnancy
category
  • AU: D
  • US: D (Evidence of risk)
Routes of
administration
by mouth
ATC code
Legal status
Legal status
Pharmacokinetic data
Metabolismliver (to CO2 and urea)
Elimination half-life2-4 hours
ExcretionRenal and lungs
Identifiers
  • Hydroxyurea
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
NIAID ChemDB
ECHA InfoCard100.004.384 Edit this at Wikidata
Chemical and physical data
FormulaCH4N2O2
Molar mass76.0547 g/mol
3D model (JSmol)
  • O=C(N)NO
  • InChI=1S/CH4N2O2/c2-1(4)3-5/h5H,(H3,2,3,4) checkY
  • Key:VSNHCAURESNICA-UHFFFAOYSA-N checkY
  (verify)

ହାଇଡ୍ରକ୍ସିକାର୍ବାମାଇଡ (ଇଂରାଜୀ ଭାଷାରେ Hydroxycarbamide, ଅନ୍ୟ ନାମ ହାଇଡ୍ରକ୍ସିୟୁରିଆ/ hydroxyurea) ଏକ ଔଷଧ ଯାହା ସିକ୍ଲ ସେଲ୍ ରୋଗ, କ୍ରନିକ ମାୟେଲୋଜେନସ ଲିଉକେମିଆ (chronic myelogenous leukemia), ଗର୍ଭାଶୟ ଗ୍ରୀବା କର୍କଟପଲିସାଇଥେମିଆ ଭେରା (polycythemia vera) ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୧][୨] ସିକ୍ଲ ସେଲ୍ ରୋଗରେ ଏହା ଆକ୍ରମଣର ସଂଖ୍ୟା କମେଇଦିଏ । ଏହି ଔଷଧକୁ ପାଟିରେ ଦିଆଯାଏ ।[୧]

ହାଇଡ୍ରକ୍ସିକାର୍ବାମାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression), ଜ୍ୱର, ଅରୁଚି, ମାନସିକ ସମସ୍ୟା (psychiatric problems), ଛୋଟ ଶ୍ୱାସକ୍ରିୟା (shortness of breath) ଓ ମୁଣ୍ଡବଥା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । [୧][୨] ଏହାଦ୍ୱାରା ପରବର୍ତ୍ତୀ କର୍କଟ ରୋଗ ସଙ୍କଟ ବୃଦ୍ଧି ପାଇପାରେ । ଗର୍ଭାବସ୍ଥାରେ ଏହା ଶିଶୁପ୍ରତି ବିପଦ ଜନ‌କ ଥାଏ । ହାଇଡ୍ରକ୍ସିକାର୍ବାମାଇଡ ଏକ ଆଣ୍ଟିନିଓପ୍ଲାସ୍ଟିକ (antineoplastic) ଶ୍ରେଣୀର ଔଷଧ । ଡିଏନଏ (DNA) ପ୍ରସ୍ତୁତିକୁ ଏହା ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସନ ୧୯୬୭ରେ ହାଇଡ୍ରକ୍ସିକାର୍ବାମାଇଡ ସ୍ୱୀକୃତିପ୍ରାପ୍ତ ହୋଇଥିଲା । [୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଜେନେରିକ ନାମରେ (generic medication) ଏହି ଔଷଧ ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୦.୩୫ରୁ ୦.୪୭ ଆମେରିକୀୟ ଡଲାର ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Hydroxyurea". The American Society of Health-System Pharmacists. Retrieved 8 December 2016.
  2. ୨.୦ ୨.୧ "Hydrea 500 mg Hard Capsules - Summary of Product Characteristics (SPC) - (eMC)". www.medicines.org.uk. Archived from the original on 20 December 2016. Retrieved 14 December 2016.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Hydroxycarbamide". International Drug Price Indicator Guide. Retrieved 8 December 2016.[permanent dead link]
  5. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 295. ISBN 9781284057560.