ହଂସିକା ମୋଟୱାନୀ

ଉଇକିପିଡ଼ିଆ‌ରୁ
ହଂସିକା ମୋଟୱାନୀ
୨୦୧୬ରେ ହଂସିକା
Born (1991-08-09) ୯ ଅଗଷ୍ଟ ୧୯୯୧ (ବୟସ ୩୨)[୧]
Nationalityଭାରତୀୟ
Occupation(s)ଅଭିନେତ୍ରୀ, ମଡେଲ
Years active୨୦୦୧–୨୦୦୫, ୨୦୦୭–ଏବେଯାଏଁ
Parent(s)ମୋନା ମୋଟୱାନୀ(ମାଆ)
ପ୍ରଦୀପ ମୋଟୱାନୀ(ବାପା)

‌ହଂସିକା ମୋଟୱାନୀ‌ (ଜନ୍ମ: ୯ ଅଗଷ୍ଟ ୧୯୯୧) ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ହଂସିକା ଛୋଟବେଳେ ହିନ୍ଦୀ କଥାଚିତ୍ର ଏବଂ ଧାରାବାହିକରେ ଅଭିନୟ କରିଥିଲେ । ପରେ ସେ ନାୟିକା ଭାବରେ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ଼, ମାଲାୟଲମ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୦୭ରେ ହଂସିକା ତେଲୁଗୁ ଚଳଚ୍ଚିତ୍ର ‌ଦେଶ୍‌ମୁଦୁରୁ‌ରେ ନାୟକ ଅଲ୍ଲୁ ଅର୍ଜୁନଙ୍କ ସ‌ହ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ପାଇଥିଲେ । ଏହାପରେ ଉଭୟ ତେଲୁଗୁ ଏବଂ ତାମିଲ କଥାଚିତ୍ର ଜଗତରେ ହଂସିକା କଣ୍ଟ୍ରି, ମସ୍କା, ଓ ମାଇଁ ଫ୍ରେଣ୍ଡ, ସିଙ୍ଘମ୍-୨, ମାପିଲ୍ଲାଇ, ଭେଲ୍ଲାଦ୍ୟୁମ୍, ଓରୁ କାଲ ଓରୁ କନ୍ନାଡ଼ି ଭଳି ଅନେକ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ହଂସିକା ୯ ଅଗଷ୍ଟ ୧୯୯୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପା ପ୍ରଦୀପ ମୋଟୱାନୀ ଜଣେ ବ୍ୟବସାୟୀ ଏବଂ ମାଆ ମୋନା ମୋଟୱାନୀ ଜଣେ ତ୍ୱଚା ରୋଗ ବିଶେଷଜ୍ଞ । ତାଙ୍କର ଜଣେ ସାନ ଭାଇ ଅଛି ପ୍ରଶାନ୍ତ ମୋଟୱାନୀ ।[୩] ତାଙ୍କର ମାତୃଭାଷା ସିନ୍ଧି ଭାଷା ।[୪][୫]

ହଂସିକା ମୁମ୍ବାଇର ପୋଦାର ଆନ୍ତର୍ଜାତୀୟ ସ୍କୁଲରେ ପଢ଼ିଥିଲେ ।[୬] ଏହାପରେ ସେ ମୁମ୍ବାଇର ସାଣ୍ଟାକ୍ରୁଜ୍‌ର କରିକୁଲାମ୍ ସ୍କୁଲରେ ଯୋଗ ଦେଇଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ହଂସିକା ଛୋଟବେଳୁ ଦୂରଦର୍ଶନ ଧାରାବାହିକ ‌ଶାକା ଲାକା ବୁମ୍ ବୁମ୍‌ ଜରିଆରେ ତାଙ୍କର ଅଭିନୟ ଆମରଭ କରିଥିଲେ । ଏହାପରେ ସେ ଅନ୍ୟ ଏକ ଧାରାବାହିକ ‌ଦେଶ୍ ମେ ନିକ‌୍‌ଲ୍ ହୋଗା ଚାନ୍ଦ‌ରେ ଅଭିନୟ କରିଥିଲେ । ଏହି ଅଭିନୟ ପାଇଁ ତାଙ୍କୁ ଷ୍ଟାର ପରିବାରର ପ୍ରିୟ ଶିଶୁକଳାକାର ପୁରସ୍କାର ମିଳିଥିଲା । କ୍ୟୁଁକି ଶାଶ୍ ଭି କଭି ବୋହୂ ଥି, ସୋନପରୀ, କରିସ୍ମା କା କରିସ୍ମା, ହମ୍ ଦୋ ହେଁ ନା ଭଳି ଧାରାବାହିକରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ହଂସିକା ।

ପରେ ପରେ ସେ ଶିଶୁ କଳାକାର ଭାବରେ ମଧ୍ୟ ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ । ହାୱା, କୋଇ ମିଲ୍ ଗୟା, ଆବ୍‌ରା କା ଡାବ୍‌ରା, ଜାଗୋ, ହମ୍ କୌନ୍ ହୈ ଭଳି କଥାଚିତ୍ରରେ ହଂସିକା ଶିଶୁକଳାକାର ଭାବରେ ଅଭିନୟ କରିଥିଲେ ।

୧୬ ବର୍ଷ ବୟସରେ, ୨୦୦୭ ମସିହାରେ ହଂସିକା ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ତେଲୁଗୁ କଥାଚିତ୍ର ‌ଦେଶ୍‌ମୁଦୁରୁ‌ ଜରିଆରେ ଅଭିନୟ ଜଗତରେ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ହଂସିକାଙ୍କ ସ‌ହ ନାୟକ ଅଲ୍ଲୁ ଅର୍ଜୁନ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ହଂସିକାଙ୍କୁ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା ।[୭] ସେହି ବର୍ଷ ହଂସିକା ହିନ୍ଦୀ କଥାଚିତ୍ର ଜଗତରେ ମଧ୍ୟ ନାୟିକା ଭାବରେ ଅଭିନୟ ଆରମ୍ଭ କରିଥିଲେ । ସେ ଗାୟକ ହିମେଶ ରଶମୈୟାଙ୍କ ସ‌ହ ଆପ୍‌କା ସୁରୁର୍ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ନାୟିକା ଭାବରେ ଅଭିନୟ କରିଥିଲେ [୮]

ଏହାପରେ ହଂସିକା ତାମିଲ[୯], କନ୍ନଡ଼ ଏବଂ ମାଲାୟଲମ୍ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

  • ୨୦୦୩: ହାୱା
  • ୨୦୦୩: କୋଇ ମିଲ୍ ଗୟା
  • ୨୦୦୩: ଆବ୍‌ରା କା ଡାବ୍‌ରା
  • ୨୦୦୩: ଜାଗୋ
  • ୨୦୦୪: ହମ୍ କୌନ୍ ହୈ

ନାୟିକା[ସମ୍ପାଦନା]

  • ୨୦୦୭: ଦେଶ୍‌ମୁଦୁରୁ (ତେଲୁଗୁ)
  • ୨୦୦୭: ଆପ୍ କା ସୁରୁର୍ (ହିନ୍ଦୀ)
  • ୨୦୦୮: ବିନ୍ଦାସ୍ (କନ୍ନଡ଼)
  • ୨୦୦୮: କଣ୍ଟ୍ରି (ତେଲୁଗୁ)
  • ୨୦୦୮: ମନି ହେ ତୋ ହନି ହେ (ହିନ୍ଦୀ)
  • ୨୦୦୯: ମସ୍କା (ତେଲୁଗୁ)
  • ୨୦୦୯: ବିଲ୍ଲା (ତେଲୁଗୁ)
  • ୨୦୦୯: ଜୀଭା (ତେଲୁଗୁ)
  • ୨୦୦୯: ସୀତାରମୁଲୁ କଲ୍ୟାଣମ୍ (ତେଲୁଗୁ)
  • ୨୦୧୧: ମାପିଲ୍ଲାଇ (ତାମିଲ)
  • ୨୦୧୧: ଏଙ୍ଗେୟୁମ୍ କଧାଲା (ତାମିଲ)
  • ୨୦୧୧: କଣ୍ଡିରିଗା (ତେଲୁଗୁ)
  • ୨୦୧୧: ଭେଲାଦ୍ୟମ୍ (ତାମିଲ)
  • ୨୦୧୧: ଓ ମାଇଁ ଫ୍ରେଣ୍ଡ (ତେଲୁଗୁ)
  • ୨୦୧୨: ଓରୁ କାଲ ଓରୁ କନ୍ନାଡ଼ି (ତାମିଲ)
  • ୨୦୧୨: ଦେନିକାଇନା ରେଡ୍ଡି (ତେଲୁଗୁ)
  • ୨୦୧୩: ସେତ୍ତାଇ (ତାମିଲ)
  • ୨୦୧୩: ଥେୟା ବେଲ୍ଲାଇ ସେୟାମ୍ କୁମାରୁ (ତାମିଲ)
  • ୨୦୧୩: ସମଥିଙ୍ଗ୍ ସମଥିଙ୍ଗ୍ (ତେଲୁଗୁ)
  • ୨୦୧୩: ସିଙ୍ଘମ୍-୨ (ତାମିଲ)
  • ୨୦୧୩: ବିରିୟାନୀ (ତାମିଲ)
  • ୨୦୧୪: ପାଣ୍ଡବାଲୁ ପାଣ୍ଡବାଲୁ ଥୁମ୍ମେଡ଼ା (ତେଲୁଗୁ)
  • ୨୦୧୪: ମନ୍ କରାଟେ (ତାମିଲ)
  • ୨୦୧୪: ପାୱାର୍ (ତେଲୁଗୁ)
  • ୨୦୧୪: ଅରାନ୍‌ମନାଇ (ତାମିଲ)
  • ୨୦୧୪: ମେଘମନ୍ (ତାମିଲ)
  • ୨୦୧୫: ଅମ୍ବଳା (ତାମିଲ)
  • ୨୦୧୫: ରୋମିଓ ଜୁଲିଏଟ୍ (ତାମିଲ)
  • ୨୦୧୫: ବାଲ୍ଲୁ (ତାମିଲ)
  • ୨୦୧୫: ପୁଲି (ତାମିଲ)
  • ୨୦୧୫: ଇଞ୍ଜି ଇଦୁପାଜାଗୀ (ତାମିଲ)
  • ୨୦୧୫: ସାଇଜ୍ ଜିରୋ (ତେଲୁଗୁ)
  • ୨୦୧୬: ଆରନ୍‌ମନାଇ-୨ (ତାମିଲ)
  • ୨୦୧୬: ପୋକ୍କିରୀ ରାଜା (ତାମିଲ)
  • ୨୦୧୬: ଉଇରେ ଉଇରେ (ତାମିଲ)
  • ୨୦୧୬: ମଣିଥନ୍ (ତାମିଲ)
  • ୨୦୧୭: ଲକ୍କୁନୁଡ଼ୁ (ତେଲୁଗୁ)
  • ୨୦୧୭: ବୋଗନ୍ (ତାମିଲ)
  • ୨୦୧୭: ଭିଲିଆନ୍ (ମାଲାୟଲମ୍)
  • ୨୦୧୭: ଗୌତମ ନନ୍ଦ (ତେଲୁଗୁ)

ଆଧାର[ସମ୍ପାଦନା]

  1. "AS HANSIKA TURNS 21". m.indiaglitz.com. Archived from the original on 2017-02-18. Retrieved 2017-05-10.
  2. "Hansika speaks impressive Tamil - Tamil Movie News". Indiaglitz.com. 2013-02-04. Retrieved 10 May 2017.
  3. "Hansika's tryst with Kevin Pietersen". Deccan Chronicle. 2013-04-10. Archived from the original on 2013-10-14. Retrieved 10 May 2017.
  4. Sreedhar, Pillai (8 August 2009). "I'm here to entertain: Hansika". The Times of India. Archived from the original on 16 October 2013. Retrieved 10 May 2017.
  5. Hansika chants for peace Mid-Day - 21 February 2010
  6. "My life begins now: Hansika". Archived from the original on 2011-10-28. Retrieved 2017-05-10.
  7. "Hansika charges 50 lakhs!". www.sify.com/ Sify]. Retrieved 10 May 2017.
  8. "Hansika – The latest find". Rediff. Retrieved 10 May 2017.
  9. "The Tribune - Magazine section - Saturday Extra". Tribuneindia.com. Retrieved 10 May 2017.

ଅଧିକ ତ‌ଥ୍ୟ[ସମ୍ପାଦନା]