Jump to content

ସ୍ୱରୂପ ରଞ୍ଜନ ମିଶ୍ର

ଉଇକିପିଡ଼ିଆ‌ରୁ
ସ୍ୱରୂପ ରଞ୍ଜନ ମିଶ୍ର
ଜନ୍ମ
ସ୍ୱରୂପ ରଞ୍ଜନ ମିଶ୍ର

(1965-01-18) ୧୮ ଜାନୁଆରୀ ୧୯୬୫ (ବୟସ ୬୦)
ଜାତୀୟତା ଭାରତୀୟ
ପ୍ରସିଦ୍ଧିକେନିଆର ସାଂସଦ
ବୈବାହିକ-ସାଥୀପଲ୍ଲବୀ
ପିତାମାତାଧିରେନ୍ଦ୍ରନାଥ ମିଶ୍ର

ସ୍ୱରୂପ ରଞ୍ଜନ ମିଶ୍ର, ପୂର୍ବ ଆଫ୍ରିକୀୟ ଦେଶ କେନିଆର ରାଜଧାନୀ ନାଇରୋବିରେ ରହୁଥିବା ଜଣେ ଓଡ଼ିଆ ଡାକ୍ତର । ୨୦୧୭ ମସିହାରେ ସେ କେନିଆର ସଂସଦକୁ ଜଣେ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ମୂଳ ବାସିନ୍ଦା ।[]

ବାଲ୍ୟଜୀବନ ଓ ଶିକ୍ଷା

[ସମ୍ପାଦନା]

ସ୍ୱରୂପ ରଞ୍ଜନ, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ପଞ୍ଚପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଧିରେନ୍ଦ୍ରନାଥ ମିଶ୍ର । ସ୍ୱରୂପ ନିଜ ପ୍ରାଥମିକ ଶିକ୍ଷା ଗ୍ରାମ ବିଦ୍ୟାଳୟରୁ ଓ ହାଇସ୍କୁଲ ଶିକ୍ଷା କଟକର ରେଭେନ୍‌ସା କଲିଜିଏଟ ସ୍କୁଲରୁ ହାସଲ କରିଥିଲେ । ୧୯୯୧ ମସିହାରେ ବ୍ରହ୍ମପୁରର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ସେ ଡାକ୍ତରୀ ପାଠ ସାରିଥିଲେ । ୧୯୯୪ ମସିହାରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ୨୦୦୨ ମସିହାରେ ଜର୍ମାନୀରୁ ଡିଏମ୍ ଡିଗ୍ରୀ ହାସଲ କରିଥିଲେ ।

କର୍ମଜୀବନ

[ସମ୍ପାଦନା]

୧୯୯୫ ମସିହାରୁ ସ୍ୱରୂପ ମୁମ୍ବାଇର ହିନ୍ଦୁଜା ହାସପତାଲରେ କାମ କରିବା ଆରମ୍ଭ କରିଥିଲେ । ୧୯୯୭ ମସିହାରେ ସ୍ୱରୂପ ନିଜ ଡାକ୍ତର ପତ୍ନୀ ପଲ୍ଲବୀଙ୍କ ସହ କେନିଆ ଚାଲିଯାଇଥିଲେ ଓ ସେଠାର ନାଗରିକତ୍ୱ ହାସଲ କରିଥିଲେ ।[] ବହୁବର୍ଷ ପର୍ଯ୍ୟନ୍ତ ଡାକ୍ତରୀ ପାଠ ଶିକ୍ଷାଦାନ କରିବା ପରେ, ୨୦୦୪ ମସିହାରେ "ମେଡ଼ିହିଲ ହସପିଟାଲ" ପ୍ରତିଷ୍ଠା କରିଥିଲେ । ବର୍ତ୍ତମାନ ସେ "ମୋଇ ୟୁନିଭର୍ସିଟି କଲେଜ୍ ଅଫ୍ ମେଡ଼ିସିନ୍"ରେ ଅଧ୍ୟକ୍ଷ ଭାବରେ ଅବସ୍ଥାପିତ ।[]

ସମାଜସେବା ଓ ରାଜନୀତି

[ସମ୍ପାଦନା]

କେନିଆରେ ନିଜ ଅବସ୍ଥାନ ଆରମ୍ଭରୁ ସ୍ୱରୂପ ରଞ୍ଜନ ସମାଜସେବାରେ ନିଜକୁ ନିୟୋଜିତ କରିଆସିଛନ୍ତି । ଇତିମଧ୍ୟରେ ସେ ନିଜ ମେଡ଼ିହିଲ ହସପିଟାଲର ୪ଟି ଶାଖା ଖୋଲି ସାରିଛନ୍ତି । ତାଙ୍କ ଉଦ୍ୟମରେ ୫ଟି ପ୍ରାଥମିକ ଓ ୪ଟି ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା ହୋଇସାରିଛି ।[] ୨୦୧୭ ମସିହାରେ ସେ "କେସେସ୍" ନିର୍ବାଚନ ମଣ୍ଡଳୀରୁ "ଜୁବୁଲି ପାର୍ଟିର" ପାର୍ଥୀ ଭାବରେ ନିର୍ବାଚନ ଜିତି, କେନିଆ ସଂସଦ "କେନିଆ ନେସନାଲା ଆସେମ୍ବ୍ଲି"କୁ ନିର୍ବାଚିତ ହୋଇଛନ୍ତି ।[]

ଉପାଧୀ

[ସମ୍ପାଦନା]

କେନିଆର ଜନସାଧାରଣା ସ୍ୱରୂପଙ୍କୁ କିପ୍ରୁପ(Kiprop arap Chelule) ଉପାଧୀରେ ଭୂଷିତ କରିଛନ୍ତି । କିପ୍ରୁପ(Kiprop)ର ଅର୍ଥ ବର୍ଷା ସମୟରେ ଜନ୍ମିଥିବା ବ୍ୟକ୍ତି । ଚେଲୁଲେ(Chelule) ଅର୍ଥ ବାହାରୁ ଆସି ନିଜର ହୋଇଯାଇଥିବା ବ୍ୟକ୍ତି ।[]

  1. https://odishatv.in/odisha/body-slider/odia-mans-journey-from-jagatsinghpur-to-kenyan-parliament-232111
  2. https://www.dailypioneer.com/2017/state-editions/doc-from-jspur-elected-to-kenyan-parliament.html
  3. http://www.parliament.go.ke/node/3345
  4. "ଆର୍କାଇଭ୍ କପି". Archived from the original on 2018-07-18. Retrieved 2018-11-21. {{cite web}}: Cite has empty unknown parameter: |1= (help)
  5. https://timesofindia.indiatimes.com/city/bhubaneswar/doctor-from-odisha-is-now-an-mp-in-kenya/articleshow/60020133.cms
  6. https://www.kenyans.co.ke/news/32345-kesses-mp-dr-swarup-mishra-gives-locals-free-cows