ସ୍ୱରୂପା ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
ସ୍ୱରୂପା ଚକ୍ରବର୍ତ୍ତୀ
ଜନ୍ମ ସମୟରେ ନାମସ୍ୱରୂପା ଚକ୍ରବର୍ତ୍ତୀ
ଜନ୍ମ (1952-09-04) ୪ ସେପ୍ଟେମ୍ବର ୧୯୫୨ (ବୟସ ୭୧)
ବାମନଘାଟି, ରାଇରଙ୍ଗପୁର, ମୟୂରଭଞ୍ଜ
ଶୈଳୀଭାରତୀୟ ପ୍ରଚ୍ଛଦପଟ୍ଟ
ପେଷାଗାୟିକା
କାର୍ଯ୍ୟକାଳ୧୯୭୭-

ସ୍ୱରୂପା ଚକ୍ରବର୍ତ୍ତୀ (ଜନ୍ମ : ୪ ସେପ୍ଟେମ୍ବର ୧୯୫୨) ଜଣେ ଓଡ଼ିଆ କଣ୍ଠଶିଳ୍ପୀ । ସେ ଆକାଶବାଣୀ କଟକର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ । ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ।[୧]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ ଓ ସଙ୍ଗୀତ ଶିକ୍ଷା[ସମ୍ପାଦନା]

ସ୍ୱରୂପା ୧୯୫୨ ମସିହାରେ ରାଇରଙ୍ଗପୁର ନିକଟସ୍ଥ ବାମନଘାଟିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସଚ୍ଚିନ୍ଦ୍ରନାଥ ଦତ୍ତ ଜଣେ ଆଇନଜୀବୀ ଥିଲେ । ମାତାଙ୍କ ନାମ ଥିଲା କାନ୍ତିଦେବୀ । ତାଙ୍କ ପିତାଙ୍କ ସଙ୍ଗୀତରେ ବହୁତ ଆଗ୍ରହ ଥିଲା । ଦିନବେଳା କଚେରୀରେ କାର୍ଯ୍ୟକରି ସେ ସନ୍ଧ୍ୟାରେ ଆସି ହାରମୋନିୟମ ଧରି ଗୀତ ଗାଆନ୍ତି । ପିତାଙ୍କଠାରୁ ସ୍ୱରୂପା ସଙ୍ଗୀତପ୍ରତି ଆସକ୍ତ ହୋଇଥିଲେ ଓ ଏହି ଗୁଣ ତାଙ୍କ ମା କାନ୍ତିଦେବୀ ବୁଝିଥିଲେ । ଶାନ୍ତିଲାଲ ଦାସଗୁପ୍ତାଙ୍କଠାରୁ ସ୍ୱରୂପା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ । ସେ ବିପିନ ଗୋସ୍ୱାମୀଙ୍କଠାରୁ ସେ ଓଡ଼ିଶୀ, ଚମ୍ପୂ, ଚଉତିଶା, ଛାନ୍ଦ, ଚଉପଦୀ, ଭଜନ, ଜଣାଣ ଓ ଗୁରୁ ଗିରୀଶ ଚନ୍ଦ୍ର ମହନ୍ତଙ୍କଠାରୁ ଝୁମର ଶିଖିଥିଲେ । ୧୯୬୦/୬୧ ମସିହାରେ ମୟୂରଭଞ୍ଜ କଳା ପରିଷଦ ଗଠିତ ହୋଇଥିଲା । ସେଠାରେ ଅନୁଷ୍ଠିତ ବିଭିନ୍ନ ଗୀତ ପ୍ରତିଯୋଗିତାରେ ୧୧/୧୨ ବର୍ଷ ବୟସରେ ସ୍ୱରୂପା ୧୮ଟି ରୂପା ଓ ୨ଟି ସୁନାପଦକ ଜିତିଥିଲେ । ଅଭିମାନ ଚଳଚ୍ଚିତ୍ରର ଗୀତିକାର ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କଠାରୁ ସେ ଆଧୁନିକ ଗୀତ ଗାଇବା ଶିଖିଥିଲେ । ଜିତେନ୍ଦ୍ରନାଥଙ୍କ ସମ୍ପର୍କୀୟ ଓ ଅଭିଳାଷ ଆଦି ଅନେକ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କଠାରୁ ମଧ୍ୟ ସ୍ୱରୂପ ଆଧୁନିକ ଓ ପଲ୍ଲୀଗୀତ ଶିଖିଥିଲେ ।

ବ୍ୟବସାୟିକ କଣ୍ଠଶିଳ୍ପୀ[ସମ୍ପାଦନା]

୧୯୭୦ ମସିହାରେ ସ୍ୱରୂପା କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେଠାରେ ସେ ଅନେକ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ପରିଚିତ ହୋଇଥିଲେ । କୁମକୁମ ମହାନ୍ତିଙ୍କ ଉଦ୍ୟମରେ ସେ ଆକାଶବାଣୀର ନାରୀମହଲ କାର୍ଯ୍ୟକ୍ରମରେ ଗୀତଗାଇବା ଆରମ୍ଭ କରିଥିଲେ । ସେହିବର୍ଷ ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ମାନ୍ୟତା ପାଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଭଞ୍ଜଦେଓଙ୍କ ନିର୍ଦ୍ଦେଶନାରେ ସେ ଅକାଶବାଣୀ କଟକରେ ନିଜର ପ୍ରଥମ ଭଜନ ମୁଁ ଯେ ରୂପ ଦେଖିଲି ଗୋ କୁହ ଲଳିତା ଓ ସରୋଜ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଆଧୁନିକ ଗୀତ ରେଶମୀ ରେଶମୀ ଜୋଛନା ଝରିଲେ ଗାଇଥିଲେ । ୧୯୭୭ ମସିହାର ଚଳଚ୍ଚିତ୍ର ଅଭିମାନ ଥିଲା ତାଙ୍କର ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ସେ ୩ଟି ଗୀତ ଗାଇବାର ସୁଯୋଗ ପାଇଥିଲେ । ପରେ ସେ ଅନେକ୍ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି ।

ପରିବାର[ସମ୍ପାଦନା]

ସ୍ୱରୂପା, ସୁକୁମାର ଚକ୍ରବର୍ତ୍ତୀଙ୍କୁ ବିବାହ କରିଛନ୍ତି ।

ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ[ସମ୍ପାଦନା]

ପ୍ରମୂଖ ଚଳଚ୍ଚିତ୍ର[ସମ୍ପାଦନା]

ପ୍ରମୂଖ ଗୀତ[ସମ୍ପାଦନା]

  • ମୁଁ ଖୋଜିବୁଲେ ତାରେ ମମତାର ନଦୀ ତୀରେ
  • ରାଜା ମୋର ରାଜ, ଦିଲ ନେଇ ନ ଯା
  • ଆସ ପ୍ରିୟତମା ରସେ ରସି ପ୍ରୀତି ଛଇଳା
  • ଏଇ ପ୍ରୀତି ଫୁଲ ଝରା ପଥେ, ତୁମ ସାଥି ହୋଇ
  • ଏ ତ ଗୁମସୁମ ରାତି, ମୋର ଛନ ଛନ ଛାତି
  • ମୁଁ ଅଭିମାନିନୀ ବୋଲି
  • ରତନୀ ଗଜ ଗମନୀ[୨]

ଆଧାର[ସମ୍ପାଦନା]

  1. G. C. Chuckervertty (26 AUGUST 1973). AKASHVANI (Vol. XXXVIII. No. 35 ed.). All India Radio (AIR), New Delhi. p. 47. Retrieved 8 March 2022. {{cite book}}: Check date values in: |date= (help)
  2. "ଗୀତ ଗବାକ୍ଷ". ରବିବାର ସମ୍ବାଦ. No. ୦୬/୦୩/୨୦୨୨ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. 8 March 2022. Retrieved 8 March 2022.

ବାହାର ଆଧାର[ସମ୍ପାଦନା]