ସ୍ପର୍ମାଟୋସିଲ

ଉଇକିପିଡ଼ିଆ‌ରୁ
Spermatocele
Spermatic cyst,[୧] epididymal cyst, testicular cyst[୨]
Ultrasound of a testicle (grey) and a spermatocele (black).
ଉଚ୍ଚାରଣ
ବିଭାଗUrology
ଲକ୍ଷଣScrotal mass, testicular pain[୧]
ଆକ୍ରାନ୍ତ ସମୟ40s and 50s[୨]
କାରଣUnknown[୫]
ରୋଗ ନିର୍ଣ୍ଣୟ ପଦ୍ଧତିExamination, ultrasound[୬]
ସଠିକ ରୋଗ ନିର୍ଣ୍ଣୟHydrocele, inguinal hernia, testicular cancer, varicocele, lymphedema[୬]
ଚିକିତ୍ସାNone, aspiration, sclerotherapy, or surgery[୧]
ପୁନଃପୌନିକUp to 30% of males[୨]

ସ୍ପର୍ମାଟୋସିଲ, ଏପିଡିଡାଇମିସରେ ଏକ ତରଳ ପଦାର୍ଥ ଭର୍ତ୍ତି ସିଷ୍ଟକୁ କୁହାଯାଏ ।[୭] ସେଗୁଡ଼ିକ ମୁଷ୍କ (ଟେଷ୍ଟିସ) ପୃଷ୍ଟଭାଗରେ କିମ୍ବା ଉପରେ ତିଆରି ହୋଇଥାଏ ।[୨] ସେଗୁଡ଼ିକ କିଛି ମିଲିମିଟରରୁ କିଛି ସେଣ୍ଟିମିଟର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଆକାରର ହୋଇଥାଏ ।[୨] ସେଗୁଡ଼ିକ ସାଧାରଣତଃ ଯନ୍ତ୍ରଣାଦାୟକ ନୁହଁନ୍ତି; ଯଦିଓ କେତେକଙ୍କର ସାମାନ୍ୟ ଯନ୍ତ୍ରଣା ହୁଏ ।[୧] ସେମାନେ ବନ୍ଧ୍ୟାତ୍ୱ ସହିତ ଜଡ଼ିତ ନୁହଁନ୍ତି ।[୨]

ଏହାର କାରଣ ଜଣା ପଡ଼ିନାହିଁ ।[୫] ପ୍ରସ୍ତାବିତ ସମ୍ଭାବନା ମଧ୍ୟରେ ଆଘାତ, ସଂକ୍ରମଣ ଏବଂ ପ୍ରଦାହ ହୋଇପାରେ ।[୫] ସେଥିରେ ଥିବା ତରଳ ପଦାର୍ଥ ସାଧାରଣତଃ କ୍ଷୀର ରଙ୍ଗର ଏବଂ ସେଥିରେ ଶୁକ୍ରାଣୁ ଥାଏ ।[୫] ଶାରୀରିକ ପରୀକ୍ଷା ଏବଂ ବେଳେବେଳେ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ [୬] ସେଗୁଡ଼ିକ କର୍କଟ ନୁହଁନ୍ତି କିମ୍ବା ଟେଷ୍ଟିକୁଲାର କର୍କଟ ହେବାର ଆଶଙ୍କା ମଧ୍ୟ ନାହିଁ ।[୧]

ସ୍ପର୍ମାଟୋସିଲ କ୍ୱଚିତ୍ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ କରନ୍ତି ।[୧] ଯଦି ଯନ୍ତ୍ରଣା ହୁଏ, ପାରାସେଟାମୋଲ କିମ୍ବା ଆଇବୁପ୍ରୋଫେନ୍ ବ୍ୟବହାର କରାଯାଇପାରେ ।[୧] ବେଳେବେଳେ ଆସ୍ପିରେସନ୍ କିମ୍ବା ସ୍କ୍ଲେରୋଥେରାପି କିମ୍ବା ଅସ୍ତ୍ରୋପଚାର ଭଳି ପ୍ରକ୍ରିୟା କରାଯାଇପାରେ ।[୧] ୩୦% ପୁରୁଷଙ୍କର ସ୍ପର୍ମାଟୋସିଲ ଦେଖାଯାଏ ।[୨] ସେମାନଙ୍କ ୪୦ରୁ ୫୦ ବର୍ଷ ବୟସରେ ଅଧିକ ଦେଖାଯାଏ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Spermatoceles: Symptoms, Diagnosis & Treatment - Urology Care Foundation". www.urologyhealth.org. Archived from the original on 8 April 2019. Retrieved 13 February 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Spermatocele: Symptoms, Causes, Treatments". Cleveland Clinic. Archived from the original on 2020-07-28. Retrieved 2020-07-28.
  3. Entry "spermatocele" Archived 2022-02-09 at the Wayback Machine. in Merriam-Webster Online Dictionary Archived 2017-09-22 at the Wayback Machine..
  4. OED 2nd edition, 1989.
  5. ୫.୦ ୫.୧ ୫.୨ ୫.୩ Rioja, Jorge; Sánchez-Margallo, Francisco M.; Usón, Jesús; Rioja, Luis A. (2011). "Adult hydrocele and spermatocele". BJU International (in ଇଂରାଜୀ). 107 (11): 1852–1864. doi:10.1111/j.1464-410X.2011.10353.x. ISSN 1464-410X. Archived from the original on 2021-07-29. Retrieved 2021-12-09.
  6. ୬.୦ ୬.୧ ୬.୨ "Scrotal Swelling - Kidney and Urinary Tract Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 20 December 2021. Retrieved 13 February 2022.
  7. "Scrotal Swelling - Kidney and Urinary Tract Disorders". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 20 December 2021. Retrieved 13 February 2022.