ଅଣ୍ଡକୋଷ ଯନ୍ତ୍ରଣା

ଉଇକିପିଡ଼ିଆ‌ରୁ
(Testicular painରୁ ଲେଉଟି ଆସିଛି)
Testicle pain
Scrotal pain, orchialgia, genital pain
ବିଭାଗUrology
ରୋଗ ନିର୍ଣ୍ଣୟ ପଦ୍ଧତିUltrasound, urine tests, blood tests[୧][୨]
ସଠିକ ରୋଗ ନିର୍ଣ୍ଣୟAcute: Epididymitis, testicular torsion, orchitis, varicocele, inguinal hernia, kidney stones, iliac artery aneurysm, testicular cancer, Fournier gangrene[୧]
Chronic: Varicocele, spermatocele, Henoch–Schönlein purpura, post-vasectomy pain syndrome, chronic pelvic pain syndrome[୩]

ଅଣ୍ଡକୋଷ ଯନ୍ତ୍ରଣା (ଅଣ୍ଡ ଯନ୍ତ୍ରଣା ନାମରେ ମଧ୍ୟ ପରିଚିତ) ନାମ ଦିଆଯାଏ ଯେତେବେଳେ ଗୋଟିଏ କିମ୍ବା ଉଭୟ ଅଣ୍ଡ କିମ୍ବା ଅଣ୍ଡକୋଷରେ ଯନ୍ତ୍ରଣା ହୁଏ | [୪] ଏହି ରୋଗ ହଠାତ୍ ଆରମ୍ଭ ହୋଇପାରେ କିମ୍ବା ଦୀର୍ଘ ସମୟର ହୋଇପାରେ | [୧] [୨] ପ୍ରାୟତଃ ଫୁଲା ମଧ୍ୟ ଦେଖାଯାଏ | [୫] ଅବସାଦ, ଦୀର୍ଘକାଳୀନ ପ୍ରୋଷ୍କ୍ଟେଟ ପ୍ରଦାହ, ଅନୁର୍ବରତା, ଏବଂ ଡ୍ରଗ୍ ଅପବ୍ୟବହାର ଯୋଗୁ ଦୀର୍ଘକାଳୀନ ଯନ୍ତ୍ରଣା ହୁଏ | [୨]

ଆକସ୍ମିକ ଆରମ୍ଭ ହେବାର କାରଣ ମଧ୍ୟରେ ଆଘାତ, ଏପିଡିଡାଇମାଇଟିସ୍, ଟେଷ୍ଟିକୁଲାର ଟର୍ସନ, ଅର୍କାଇଟିସ, ଭାରିକୋସିଲ, ଇଙ୍ଗୁଇନାଲ ହାର୍ନିଆ, ବୃକ୍‌କ ପଥର ରୋଗ, ଇଲିଆକ ଧମନୀ ଆନିଉରିଜ୍ମ, ଟେଷ୍ଟିକୁଲାର କର୍କଟ ଏବଂ ଫୋରନିଅର ଗାଙ୍ଗ୍ରିନ ଉଲ୍ଲେଖ‌ଯୋଗ୍ୟ | [୧] ସ୍ପର୍ମାଟୋସିଲ, ଭାରିକୋସିଲ, ପୋଷ୍ଟ ଭାସେକ୍ଟୋମି ସିଣ୍ଡ୍ରୋମ, ଭାସ୍କୁଲାଇଟିସ, ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ, ଓଷ୍ଟାଇଟିସ ପ୍ୟୁବିସ, ହାର୍ନିଆ ପରବର୍ତ୍ତୀ ଅସ୍ତ୍ରୋପଚାର, ସ୍ନାୟୁ ଚାପିହୋଇଯିବା, ଆମିଓଡାରୋନର ପାର୍ଶ୍ୱ ପ୍ରତିକ୍ରିୟା ଓ କ୍ରନିକ ପେଲଭି ପେନ ସିଣ୍ଡ୍ରୋମ ଇତ୍ୟାଦି ରୋଗ ଥିଲେ କ୍ରନିକ ଯନ୍ତ୍ରଣା ହୁଏ । [୨] ଅଲଟ୍ରାସାଉଣ୍ଡ, ପରିସ୍ରା ପରୀକ୍ଷା ଓ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [୧] [୨] କେତେକ କ୍ଷେତ୍ରରେ ପେଟର ଏକ ସିଟି ସ୍କାନ ଉପଯୋଗୀ ହୋଇପାରେ | [୨]

ମୂଳ କାରଣ ଉପରେ ନିର୍ଭର କରି ନିର୍ଦ୍ଦିଷ୍ଟ ଚିକିତ୍ସା କରାଯାଏ | [୨] ଜରୁରୀକାଳୀନ ପରିଦର୍ଶନରେ ଥିବା ରୋଗ ସଂଖ୍ୟା ୦.୫ %ରୁ ୨.୫% ହୋଇପାରେ ।[୧] ଯୁକ୍ତରାଷ୍ଟ୍ରରେ ପ୍ରାୟ ୧୦୦,୦୦୦ ଲୋକଙ୍କର ଦୀର୍ଘକାଳୀନ ଯନ୍ତ୍ରଣା ହୋଇଥାଏ | [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Boniface, Michael (16 Dec 2018). "Acute Scrotum Pain". StatPearls. PMID 29262236.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ଆଧାର ଭୁଲ: ଅଚଳ <ref> ଚିହ୍ନ; Stat2019Chronic ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. Leslie, Stephen (2 May 2019). "Chronic Testicular Pain (Orchialgia)". StatPearls. PMID 29494088.
  4. Jenkins, Jon L.; Braen, G. Richard (2005). Manual of Emergency Medicine (in ଇଂରାଜୀ). Lippincott Williams & Wilkins. p. 313. ISBN 978-0-7817-5035-6. Retrieved 19 October 2020.
  5. Collins, R. Douglas (2003). Algorithmic Diagnosis of Symptoms and Signs: A Cost-effective Approach (in ଇଂରାଜୀ). Lippincott Williams & Wilkins. p. 464. ISBN 978-0-7817-3805-7. Retrieved 19 October 2020.