ଭାରିକୋସେଲ

ଉଇକିପିଡ଼ିଆ‌ରୁ
(Varicoceleରୁ ଲେଉଟି ଆସିଛି)
Varicocele
Varicocele on the person's left testicle. Notice the swelling and slight enlargement of the left testicle, which is marked by an arrow.
ଉଚ୍ଚାରଣ
ବିଭାଗUrology
ଲକ୍ଷଣEnlargement, testicular pain[୩]
ଆକ୍ରାନ୍ତ ସମୟPuberty[୩]
ବିପଦ କାରକFamily history, smoking[୩][୪]
ରୋଗ ନିର୍ଣ୍ଣୟ ପଦ୍ଧତିBased on examination, ultrasound[୩]
ସଠିକ ରୋଗ ନିର୍ଣ୍ଣୟEpididymitis, hydrocele, inguinal hernia, testicular tumor, spermatocele[୪]
ଚିକିତ୍ସାNone, surgery, embolization[୩]
ପୁନଃପୌନିକ20%[୩]

ଭାରିକୋସେଲ ଏକ ରୋଗ ଯେଉଁଥିରେ ମୁଷ୍କ ବା ଟେଷ୍ଟିସର ଶିରାମାନଙ୍କର ଅସ୍ୱାଭାବିକ ବୃଦ୍ଧି ହୁଏ ।[୩] ଗୋଟିଏ ମୁଷ୍କ ଅନ୍ୟଟି ତୁଳନାରେ ବଡ଼ ଦେଖାଯାଏ ଏବଂ ବେଳେବେଳେ ମୁଷ୍କ ଯନ୍ତ୍ରଣା ହୁଏ ।[୩] [୪] ବାମ ପାର୍ଶ୍ୱ ସାଧାରଣତଃ ଅଧିକ ପ୍ରଭାବିତ ହୁଏ, ଯଦିଓ ଉଭୟ ଜଡିତ ହୋଇପାରନ୍ତି ।[୩] [୪] ରୋଗ ଜଟିଳ ଜଟିଳ ହେଲେ ବନ୍ଧ୍ୟାତ୍ୱ ପ୍ରାପ୍ତ ହୋଇପାରେ ।[୩]

ଏହାର କାରଣ ଅଦ୍ୟାବଧି ଜଣା ପଡିନାହିଁ ।[୪] ଏହି ରୋଗ ପରିବାରରେ ଚାଲୁରହେ ଏବଂ ଧୂମପାନକାରୀଙ୍କଠାରେ ଅଧିକ ଦେଖାଯାଏ ।[୩] [୪] ମୁଷ୍କର ଶିରାଗୁଡ଼ିକ ତାପମାତ୍ରା ନିୟନ୍ତ୍ରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।[୩] ଯେତେବେଳେ ମୁଷ୍କର ତ୍ରୁଟି ହୁଏ ସେତେବେଳେ ମୁଷ୍କ ଗରମ ହୋଇପାରେ ଯାହା ଯୋଗୁ ଶୁକ୍ରାଣୁ ଗୁଣବତ୍ତା କମିଯାଏ ଏବଂ ଟେସ୍ଟୋସ୍ଟିରନ ସ୍ତର ହ୍ରାସ ହୋଇଯାଏ ।[୩] ରଗୀ ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ, ଏବଂ ଅଲଟ୍ରାସାଉଣ୍ଡଦ୍ୱାରା ନିଶ୍ଚିତ ହୋଇଥାଏ ।[୩] ଏହି ରୋଗ ତିନି ଶ୍ରେଣୀରେ ବିଭକ୍ତ ହୋଇଥାଏ ଯଥା: - ଛୋଟ, ମଧ୍ୟମ ଏବଂ ବଡ଼ ।[୪]

ସାମାନ୍ୟ କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ନାହିଁ ।[୩] ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଥିଲେ ଅସ୍ତ୍ରୋପଚାର କିମ୍ବା ଏମ୍ବୋଲାଇଜେସନ ଏକ ବିକଳ୍ପ ହୋଇପାରେ ।[୩] ଚିକିତ୍ସା କଲେ ପ୍ରାୟ ୮୦% ଯନ୍ତ୍ରଣା କମିଯାଏ ଏବଂ ଉର୍ବରତା ପ୍ରାୟ ୭୦% ଉନ୍ନତ ହୋଇଥାଏ ।[୩] ସମସ୍ତ ପୁରୁଷଙ୍କ ମଧ୍ୟରୁ ପ୍ରାୟ ୨୦% ଲୋକଙ୍କର ଭାରିକୋସେଲ ହୁଏ; କିନ୍ତୁ ସେହି ଲୋକଙ୍କ ମଧ୍ୟରୁ ୪୦% ମାତ୍ର ବନ୍ଧ୍ୟାତ୍ୱ ପ୍ରାପ୍ତ ହୁଅନ୍ତି ।[୩] [୪] ସେଗୁଡ଼ିକ ଯୌବନ ଆରମ୍ଭ କାଳରେ ସୃଷ୍ଟି ହୁଅନ୍ତି ଏବଂ ବୟସ ବଢ଼ିବା ସହିତ ବଡ ଆକାର ପ୍ରାପ୍ତ ହୁଅନ୍ତି ।[୩]

ଆଧାର[ସମ୍ପାଦନା]

  1. "Varicocele". Merriam-Webster Dictionary.
  2. ଛାଞ୍ଚ:OxfordDictionaries.com
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ ୩.୧୭ ୩.୧୮ Sasson, Daniel C.; Kashanian, James A. (2 June 2020). "Varicoceles". JAMA. 323 (21): 2210–2210. doi:10.1001/jama.2020.0397. ISSN 0098-7484. Archived from the original on 2 July 2020. Retrieved 13 February 2022.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ Leslie, Stephen W.; Sajjad, Hussain; Siref, Larry E. (2022). "Varicocele". StatPearls. StatPearls Publishing. Archived from the original on 29 November 2020. Retrieved 13 February 2022.