ସ୍ତନ ଯନ୍ତ୍ରଣା

ଉଇକିପିଡ଼ିଆ‌ରୁ
ସ୍ତନ ଯନ୍ତ୍ରଣା
Mastodynia, mastalgia, breast tenderness
ବିଭାଗସ୍ତ୍ରୀରୋଗ (Gynecology)
କାରଣଋତୁ ଚକ୍ର (Menstrual cycle) related, ଜନ୍ମ ନିରୋଧ ବଟିକା (birth control pills), ହରମୋନ ଥେରାପି (hormone therapy), ମାନସିକ ରୋଗ ଔଷଧ (psychiatric medication), (breast cancer)[୧]
ରୋଗ ନିର୍ଣ୍ଣୟ ପଦ୍ଧତିସ୍ତନ ପରୀକ୍ଷା (Examination), ମେଡିକାଲ ଇମେଜିଙ୍ଗ (medical imaging)[୧]
ସଠିକ ରୋଗ ନିର୍ଣ୍ଣୟପିତ୍ତାସ୍ମରୀ, ଥୋରାସିକ ଆଉଟଲେଟ ସିଣ୍ଡ୍ରୋମ, କଷ୍ଟୋକଣ୍ଡ୍ରାଇଟିସ (costochondritis)[୨]
ଔଷଧପାରାସେଟାମୋଲ ବା ଏନଏସଏଆଇଡି (NSAIDs)[୧]
ଚିକିତ୍ସାକର୍କଟ ରୋଗ ନଥିଲେ ଓ ଔଷଧ ଯୋଗୁ ହେଉନଥିଲେ କେବଳ ସାନ୍ତ୍ୱନା ଦିଆଯାଏ । [୨][୧]
Prognosis>୭୫% ବିନା ଚିକିତ୍ସାରେ ଭଲ ହୋଇଯାଆନ୍ତି । [୧]
ପୁନଃପୌନିକ୭୦% ମହିଳା[୨]

ସ୍ତନ ଯନ୍ତ୍ରଣା (ଇଂରାଜୀ ଭାଷାରେ Breast pain) ଏକ ଲକ୍ଷଣ ଯାହା ସ୍ତନର (breast) କଷ୍ଟ ବା ବେଆରାମ ଅବସ୍ଥାକୁ (discomfort) ବୁଝାଏ । [୨] ଋତୁସ୍ରାବ ପୂର୍ବରୁ ଦୁଇ ସ୍ତନରେ କଷ୍ଟ ଅନୁଭବ ହୁଏ ଓ ଏହା ସାଂଘାତିକ ନୁହେଁ ।[୧][୩] ଗୋଟିଏ ସ୍ତନର କେବଳ ଗୋଟିଏ ପାଖରେ କଷ୍ଟ ହେଉଥିଲେ ଚିନ୍ତାର କାରଣ ହୁଏ ।[୧] ସ୍ତନରେ କଠିକ ଗୋଟାଳି (mass) ଥିଲେ ବା ସ୍ତନାଗ୍ରରୁ କିଛି ସ୍ରାବ (nipple discharge) ହେଉଥିଲେ ଅଧିକ ଚିନ୍ତାର କାରଣ ହୋଇଥାଏ । [୩]

ଋତୁଚକ୍ର (menstrual cycle), ଜନ୍ମ ନିରୋଧ ବଟିକା (birth control pills), ହରମୋନ ଥେରାପି (hormone therapy), ବା ମାନସିକ ରୋଗର ଔଷଧ (psychiatric medication) ଜନିତ କାରଣମାନଙ୍କ ଯୋଗୁ ଏହି ଲକ୍ଷଣ ବାହାରିପାରେ ।[୧] ବିରାଟ ସ୍ତନ ଥିଲେ, ଋତୁବନ୍ଦ (menopause) ଓ ପ୍ରାକ୍ ଗର୍ଭାବସ୍ଥାରେ ମଧ୍ୟ ଯନ୍ତ୍ରଣା ହୋଇପାରେ ।[୧][୩] ସ୍ତନ କଷ୍ଟ ରୋଗୀଙ୍କ ମଧ୍ୟରୁ ୨% ରୋଗୀଙ୍କର ସ୍ତନ କର୍କଟ ଯୋଗୁ କଷ୍ଟ ହୁଏ ।[୪] ସ୍ତନର ଏକ ନିର୍ଦ୍ଦିଷ୍ଟ ଅଂଶରେ କଷ୍ଟ ହେଉଥିଲେ ସ୍ତନ ପରୀକ୍ଷା (examination) ଓ ମେଡିକାଲ ଇମେଜିଙ୍ଗ (medical imaging) ପରୀକ୍ଷା କରିବା ଆବଶ୍ୟକ ହୁଏ । [୧]

୭୫%ରୁ ଅଧିକ ମହିଳା ବିନା ଚିକିତ୍ସାରେ ଭଲ ହୋଇଯାଆନ୍ତି ।[୧] ଉପଶମ ନହେଲେ ପାରାସେଟାମୋଲ ବା ଏନଏସଏଆଇଡି (NSAIDs) ଔଷଧ ଦିଆଯାଇପାରେ । [୧] ଭଲ ଭାବରେ ଫିଟ କରୁଥିବା ବ୍ରା (bra) ସାହାଯ୍ୟ କରିପାରେ ।[୩] ଅତ୍ୟଧିକ ଯନ୍ତ୍ରଣା ହେଲେ ଟାମୋକ୍ସିଫେନ (tamoxifen) ବା ଡାନାଜୋଲ (danazol) ଦିଆଯାଇପାରେ ।[୧] ପ୍ରାୟ ୭୦% ମହିଳା ଜୀବନରେ କେତେବେଳେ ହେଲେ ଏହି ଯନ୍ତ୍ରଣା ପାଆନ୍ତି ।[୨] ସର୍ବାଧିକ ସାଧାରଣ ଲକ୍ଷଣରୁପେ ସ୍ତନ ଯନ୍ତ୍ରଣା, ସ୍ତନ ଗୋଟାଳି (breast mass) ଓ ସ୍ତନାଗ୍ର ସ୍ରାବ ବିବେଚିତ ହୁଏ । [୧]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Salzman, B; Fleegle, S; Tully, AS (15 August 2012). "Common breast problems". American Family Physician. 86 (4): 343–9. PMID 22963023.
  2. ୨.୦ ୨.୧ ୨.୨ ୨.୩ ୨.୪ Iddon, J; Dixon, JM (13 December 2013). "Mastalgia". BMJ (Clinical Research Ed.). 347: f3288. doi:10.1136/bmj.f3288. PMID 24336097.
  3. ୩.୦ ୩.୧ ୩.୨ ୩.୩ "Breast pain". NHS. 2017-10-17. Retrieved 30 October 2018.
  4. Mazza, Danielle (2011). Women's Health in General Practice (in ଇଂରାଜୀ). Elsevier Health Sciences. p. 189. ISBN 978-0729578714.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ