ଥୋରାସିକ ଆଉଟଲେଟ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଥୋରାସିକ ଆଉଟଲେଟ ସିଣ୍ଡ୍ରୋମ
ଡାହାଣ ବ୍ରାକିଆଲ ପ୍ଲେକସସ୍ (brachial plexus), ସାମନାରୁ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିବକ୍ଷ ଶଲ୍ୟ ବିଭାଗ
ଆଇସିଡ଼ି-୧୦G54.0
ଆଇସିଡ଼ି-୯-ସିଏମ୍353.0
ରୋଗ ଡାଟାବେସ13039
ମେଡ଼ିସିନ-ପ୍ଲସ001434
ଇ-ମେଡ଼ିସିନpmr/136
Patient UKଥୋରାସିକ ଆଉଟଲେଟ ସିଣ୍ଡ୍ରୋମ
MeSHD013901

ଥୋରାସିକ ଆଉଟଲେଟ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Thoracic outlet syndrome ବା ଟିଓଏସ/TOS) ଏକ ବେମାରୀ ଯେଉଁଥିରେ ସୁପିରିଅର ଥୋରାସିକ ଆଉଟଲେଟରେ ଥିବା ସ୍ନାୟୁ, ଧମନୀ ଓ ଶିରା ସମୂହ (nerves, arteries, or veins) ଚିପି ହୋଇଯାଆନ୍ତି ।[୧] ଏହା ଧମନୀ ବା ଶିରା ବା ସ୍ନାୟୁ ଅନୁସାରେ ତିନି ପ୍ରକାର ବା ଟାଇପର ହୋଇପାରେ ।[୧] ସ୍ନାୟୁ ଟାଇପ ସବୁଠାରୁ ସାଧାରଣ ଥାଏ; ଏଥିରେ ଯନ୍ତ୍ରଣା, ଦୁର୍ବଲତା ଓ ଥେନାର ଏମିନେନ୍ସରେ (base of the thumb) ମାଂସପେଶୀ କ୍ଷୟ ହୁଏ ।[୧][୨] ଶିରା ଟାଇପରେ ଇଡିମା (swelling), ଯନ୍ତ୍ରଣା ଓ ବାହୁ ନୀଳ (bluish coloration) ହୋଇଯାଏ । ଧମନୀ ଟାଇପରେ ବାହୁରେ ଯନ୍ତ୍ରଣା ହୁଏ, ଥଣ୍ଡା ଲାଗେ ଓ ଫିକା (paleness) ଦେଖାଯାଏ ।[୨]

ଆଘାତ, ପୁନଃପୌନିକ ବାହୁ ବ୍ୟବ‌ହାର, ଅର୍ବୁଦ ଓ ଗର୍ଭାବସ୍ଥା ଯୋଗୁ ତ‌ଥା ସର୍ଭାଇକାଲ ରିବ ଭଳି ଆନାଟମିକାଲ ବିବିଧତା ଫଳରେ ଟିଓଏସ ରୋଗ ହୁଏ । ନର୍ଭ କଣ୍ଡକସନ ସ୍ଟଡି (nerve conduction studies) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଏ ରୋଗ ନିର୍ଣ୍ଣୟ କରାଯାଏ । ଅନୁରୂପ ଲକ୍ଷଣ ଦେଖାଉଥିବା ଅନ୍ୟାନ୍ୟ ରୋଗ: ରୋଟେଟର କଫ୍ ଟିଅର (rotator cuff tear), ସର୍ଭାଇକାଲ ଡିସ୍କ (cervical disc) ବେମାରୀ, ଫାଇବ୍ରୋମ୍ୟାଲଜିଆ (fibromyalgia), ମଲ୍ଟିପ୍ଲ ସ୍କ୍ଲେରୋସିସ (multiple sclerosis) ଓ କମ୍ପ୍ଲେକ୍ସ ରିଜିଓନାଲ ପେନ ସିଣ୍ଡ୍ରୋମ (complex regional pain syndrome) । [୧]

ସ୍ନାୟୁ ଟାଇପରେ ବ୍ୟାୟାମ (exercises|) କରି ଛାତି ମାଂସପେଶୀମାନଙ୍କୁ ଶକ୍ତ କରି ସ୍ଥିତି (posture) ଉନ୍ନତ କରିବାକୁ ପ୍ରାଥମିକ ଚିକିତ୍ସା କରାଯାଏ । ଯନ୍ତ୍ରଣା ନିମନ୍ତେ ନାପ୍ରୋକସେନ (naproxen) ଭଳି ଏନଏସଏଆଇଡି NSAIDs ଔଷଧ ଦିଆଯାଏ ।[୧] ଏ ଭଳି ଉପଚାରରେ ଭଲ ନ ହେଲେ ଓ ଶିରା ତ‌ଥା ଧମନୀ ଟାଇପର ରୋଗ ନିମନ୍ତେ ଅପରେଶନ କରାଯାଏ ।[୧][୨] ରକ୍ତ ଜମାଟ ବନ୍ଦ କରିବା ନିମନ୍ତେ ଆଣ୍ଟିକୋଆଗୁଲାଣ୍ଟ (Blood thinners) ଦିଆଯାଏ ।[୧] ଏହି ରୋଗ ଜନସଂଖ୍ୟାର ୧% ଲୋକଙ୍କୁ ଆକ୍ରମଣ କରେ ।[୩] ଏହା ସାଧାରଣତଃ ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ବେଶୀ ହୁଏ ଓ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ହୁଏ ।[୧] ଏହି ରୋଗ ବିଷୟ ପ୍ରଥମେ ସନ ୧୮୧୮ରେ ବର୍ଣ୍ଣନା କରାଯାଇଥିଲା ଓ ପ୍ରଚଳିତ ଥୋରାସିକ ଆଉଟଲେଟ ସିଣ୍ଡ୍ରୋମ ନାମ ସନ ୧୯୫୬ରେ ଦିଆଯାଇଥିଲା ।[୨][୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "NINDS Thoracic Outlet Syndrome Information Page". NINDS. December 28, 2011. Archived from the original on 27 July 2016. Retrieved 19 August 2016.
  2. ୨.୦ ୨.୧ ୨.୨ ୨.୩ Kuhn, JE; Lebus V, GF; Bible, JE (April 2015). "Thoracic outlet syndrome". The Journal of the American Academy of Orthopaedic Surgeons. 23 (4): 222–32. PMID 25808686.
  3. Moore, Wesley S. (2012). Vascular and Endovascular Surgery: A Comprehensive Review (in ଇଂରାଜୀ) (8 ed.). Elsevier Health Sciences. p. 524. ISBN 1455753866.
  4. Illig, Karl A.; Thompson, Robert W.; Freischlag, Julie Ann; Donahue, Dean M.; Jordan, Sheldon E.; Edgelow, Peter I. (2014). Thoracic Outlet Syndrome (in ଇଂରାଜୀ). Springer Science & Business Media. p. 25. ISBN 9781447143666.