Jump to content

ସୋଫିଆ ଫିର୍ଦ୍ଦୋସ

ଉଇକିପିଡ଼ିଆ‌ରୁ
ସୋଫିଆ ଫିର୍ଦ୍ଦୋସ
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀମହମ୍ମଦ ମୋକିମ୍
ନିର୍ବାଚନ ମଣ୍ଡଳୀବାରବାଟି-କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୯୨
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସେଖ ମୌରାଜୁଲ
ବାପା/ବୋଉମହମ୍ମଦ ମୋକିମ୍ (ବାପା)
ବୃତ୍ତିରାଜନୀତିଜ୍ଞ

ସୋଫିଆ ଫିର୍ଦ୍ଦୋସ ( ଜନ୍ମ: ୧୯୯୨) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ କଟକର ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଲଢ଼ି ଜୟଯୁକ୍ତ ହୋଇଥିଲେ । ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମୁସଲିମ ମହିଳା ।[୧][୨][୩][୪][୫]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ସୋଫିଆଙ୍କ ପିତା ମହମ୍ମଦ ମୋକିମ ଜଣେ ରାଜନେତା ।[୬] ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ସଦସ୍ୟ । ସେ ମଧ୍ୟ ବାରବାଟୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ କଟକର ସେଣ୍ଟ ଯୋଶେଫ ବିଦ୍ୟାଳୟ ଓ ରେଭେନ୍ସା ଜୁନିୟର କଲେଜରୁ ପାଠ ପଢ଼ିଛନ୍ତି । ସେ କିଟ୍ ବିଶ୍ୱବିଦ୍ୟାଳୟରୁ ସିଭିଲ ଇଞ୍ଜିନିୟରିଂରେ ଓ ଆଇଆଇଏମ, ବେଙ୍ଗାଲୁରୁରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି ।[୭][୮]

ରାଜନୈତିକ ଜୀବନ[ସମ୍ପାଦନା]

ସୋଫିଆ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ କଂଗ୍ରେସର ପ୍ରାର୍ଥୀ ଭାବରେ ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୩,୩୩୯ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୮,୦୦୧ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୯]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରାଜନୀତିରେ ଯୋଗଦାନ କରିବା ପୂର୍ବରୁ ସେ ରିଅଲ ଇଷ୍ଟେଟ ବ୍ୟବସାୟରେ ଥିଲେ ।[୧୦] ସେ ସେଖ ମୌରାଜୁଲ ହକଙ୍କୁ ବିବାହ କରିଛନ୍ତି ।

ଆଧାର[ସମ୍ପାଦନା]

  1. "Barabati-Cuttack Election Result 2024 LIVE Updates Highlights: Assembly Winner, Loser, Leading, Trailing, MLA, Margin". News18 (in ଇଂରାଜୀ). 2024-06-04. Retrieved 2024-06-05.
  2. "Barabati-Cuttack, Odisha Assembly Election Results 2024 Highlights: INC's Sofia Firdous defeats BJP's Purna Chandra Mahapatra with 8116 votes". India Today (in ଇଂରାଜୀ). 2024-06-04. Retrieved 2024-06-05.
  3. "Election commission of india".
  4. "Sofia Firdous becomes first ever Muslim woman MLA in Odisha". The Siasat Daily (in ଆମେରିକୀୟ ଇଂରାଜୀ). 2024-06-05. Retrieved 2024-06-05.
  5. "Sofia Firdous Creates History as the First Muslim Woman MLA in Odisha". alitoday.com. Retrieved 2024-06-07.
  6. "Sofia Firdous(Indian National Congress(INC)):Constituency- BARABATI-CUTTACK(CUTTACK) - Affidavit Information of Candidate:". www.myneta.info. Retrieved 2024-06-05.
  7. https://affidavit.eci.gov.in/CandidateCustomFilter?_token=DQVMsxtbpI1vru0XTGskHpeIytvAqnKtGJSCfPFP&electionType=24-PC-GENERAL-1-46&election=24-AC-GENERAL-3-47&states=S18&constId=90&page=2
  8. "Sofia Firdous: Odisha's first Muslim woman MLA, an IIM graduate, scripts history". The Economic Times. 2024-06-09. ISSN 0013-0389. Retrieved 2024-06-11.
  9. "General Election to Assembly Constituencies 2024: Bhadrak (Odisha)". Election Commission of India. Retrieved 11 June 2024.
  10. "IIM passout Sofia Firdous, 32, is Odisha's first Muslim woman MLA". The Times of India. 2024-06-09. ISSN 0971-8257. Retrieved 2024-06-11.

ବାହାର ଆଧାର[ସମ୍ପାଦନା]