Jump to content

ସୋଫିଆ ଫିର୍ଦୋସ

ଉଇକିପିଡ଼ିଆ‌ରୁ
ସୋଫିଆ ଫିର୍ଦୋସ
Sofia Firdous
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀମହମ୍ମଦ ମୋକିମ୍
ନିର୍ବାଚନ ମଣ୍ଡଳୀବାରବାଟି-କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୯୯୨
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସେଖ଼ ମୌରାଜୁଲ
ବାପା/ବୋଉମହମ୍ମଦ ମୋକିମ୍ (ବାପା)
ବୃତ୍ତିରାଜନୀତିଜ୍ଞ

ସୋଫିଆ ଫିର୍ଦୋସ (ଜନ୍ମ: ୧୯୯୨) ଜଣେ ଭାରତୀୟ ରାଜନୀତିଜ୍ଞ। ସେ ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ କଟକର ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଲଢ଼ି ଜୟଯୁକ୍ତ ହୋଇଥିଲେ। ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମୁସଲମାନ ମହିଳା।[][][][][]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ସୋଫିଆଙ୍କ ପିତା ମହମ୍ମଦ ମୋକିମ ଜଣେ ରାଜନେତା।[] ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ସଦସ୍ୟ। ସେ ମଧ୍ୟ ବାରବାଟୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି। ସେ କଟକର ସେଣ୍ଟ ଯୋଶେଫ ବିଦ୍ୟାଳୟରେଭେନ୍ସା ଜୁନିୟର କଲେଜରୁ ପାଠ ପଢ଼ିଛନ୍ତି। ସେ କିଟ୍ ବିଶ୍ୱବିଦ୍ୟାଳୟରୁ ସିଭିଲ ଇଞ୍ଜିନିୟରିଂରେ ଓ ଆଇଆଇଏମ, ବେଙ୍ଗାଲୁରୁରୁ ଏମବିଏ ଡିଗ୍ରୀ ପ୍ରାପ୍ତ କରିଛନ୍ତି।[][]

ରାଜନୈତିକ ଜୀବନ

[ସମ୍ପାଦନା]

ସୋଫିଆ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ସକ୍ରିୟ । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ କଂଗ୍ରେସର ପ୍ରାର୍ଥୀ ଭାବରେ ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ, ସେ ସମୁଦାୟ ୫୩,୩୩୯ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୮,୦୦୧ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରାଜନୀତିରେ ଯୋଗଦାନ କରିବା ପୂର୍ବରୁ ସେ ରିଅଲ ଇଷ୍ଟେଟ ବ୍ୟବସାୟ କରୁଥିଲେ।[୧୦] ସେ ଶେଖ ମୁରାଜୁଲ ହକଙ୍କୁ ବିବାହ କରିଛନ୍ତି।

  1. "Barabati-Cuttack Election Result 2024 LIVE Updates Highlights: Assembly Winner, Loser, Leading, Trailing, MLA, Margin". News18 (in ଇଂରାଜୀ). 2024-06-04. Retrieved 2024-06-05.
  2. "Barabati-Cuttack, Odisha Assembly Election Results 2024 Highlights: INC's Sofia Firdous defeats BJP's Purna Chandra Mahapatra with 8116 votes". India Today (in ଇଂରାଜୀ). 2024-06-04. Retrieved 2024-06-05.
  3. "Election commission of india".
  4. "Sofia Firdous becomes first ever Muslim woman MLA in Odisha". The Siasat Daily (in ଆମେରିକୀୟ ଇଂରାଜୀ). 2024-06-05. Retrieved 2024-06-05.
  5. "Sofia Firdous Creates History as the First Muslim Woman MLA in Odisha". alitoday.com. Retrieved 2024-06-07.
  6. "Sofia Firdous(Indian National Congress(INC)):Constituency- BARABATI-CUTTACK(CUTTACK) - Affidavit Information of Candidate:". www.myneta.info. Retrieved 2024-06-05.
  7. https://affidavit.eci.gov.in/CandidateCustomFilter?_token=DQVMsxtbpI1vru0XTGskHpeIytvAqnKtGJSCfPFP&electionType=24-PC-GENERAL-1-46&election=24-AC-GENERAL-3-47&states=S18&constId=90&page=2
  8. "Sofia Firdous: Odisha's first Muslim woman MLA, an IIM graduate, scripts history". The Economic Times. 2024-06-09. ISSN 0013-0389. Retrieved 2024-06-11.
  9. "General Election to Assembly Constituencies 2024: Bhadrak (Odisha)". Election Commission of India. Retrieved 11 June 2024.
  10. "IIM passout Sofia Firdous, 32, is Odisha's first Muslim woman MLA". The Times of India. 2024-06-09. ISSN 0971-8257. Retrieved 2024-06-11.

ବାହାର ଆଧାର

[ସମ୍ପାଦନା]