ସେଫିକ୍ସିମ
| Clinical data | |
|---|---|
| Trade names | many[୧] |
| AHFS/Drugs.com | monograph |
| MedlinePlus | a690007 |
| Pregnancy category |
|
| Routes of administration | by mouth (capsule or suspension) |
| ATC code | |
| Legal status | |
| Legal status |
|
| Pharmacokinetic data | |
| Bioavailability | 40% to 50% |
| Protein binding | Approximately 60% |
| Elimination half-life | Variable Average 3 to 4 hours |
| Excretion | Kidney and biliary |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.119.331 |
| Chemical and physical data | |
| Formula | C16H15N5O7S2 |
| Molar mass | 453.452 g/mol |
| 3D model (JSmol) | |
| |
| |
| | |
ସେଫିକ୍ସିମ (ଇଂରାଜୀ ଭାଷାରେ Cefixime) ଏକ ଆଣ୍ଟିବାୟୋଟିକ ଯାହା ବହୁ ସଂଖ୍ୟକ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ଦିଆଯାଏ । ଏହି ରୋଗମାନଙ୍କ ନାମ ମୁଖ୍ୟତଃ ମଧ୍ୟକର୍ଣ୍ଣ ପ୍ରଦାହ ବା ଓଟାଇଟିସ ମିଡିଆ, ସ୍ଟ୍ରେପଥ୍ରୋଟ (strep throat), ନିମୋନିଆ, ମୂତ୍ରନଳୀ ସଂକ୍ରମଣ (urinary tract infections), ଗନରିଆ ଓ ଲାଇମ ରୋଗ ଇତ୍ୟାଦି । ଗନୋରିଆ ନିମନ୍ତେ ଗୋଟିଏ ଡୋଜ ଆବଶ୍ୟକ ହୁଏ । [୨] ଯୁକ୍ତରାଷ୍ଟ୍ର ଆମେରିକାରେ ଗନରିଆ ନିମନ୍ତେ ସେଫଟ୍ରିଆକ୍ସୋନ (ceftriaxone) ପରେ ଏହା ଦ୍ୱିତୀୟ ପସନ୍ଦ ଭାବରେ ଦିଆଯାଏ । ଏହା ପାଟିରେ ଦିଆଯାଏ ।[୩]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା ଓ ଅଇ ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି (allergic reaction) ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile diarrhea) ହୁଏ ।[୩] ପେନିସିଲିନ ଆଲର୍ଜି (penicillin allergy) ଥିବା ଲୋକଙ୍କୁ ଏହା ଦିଆଯାଏ ନାହିଁ ।[୨] ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ଥାଏ ।[୪] ଏହା ସେଫାଲୋସ୍ପୋରିନ ଶ୍ରେଣୀର ଏକ ତୃତୀୟ ପିଢ଼ି (third generation cephalosporin) ଔଷଧ । ଏହି ଔଷଧଦ୍ୱାରା ଜୀବାଣୁର କୋଷାଆବରଣ ନଷ୍ଟ ହୋଇଯିବାରୁ ମୃତ୍ୟୁ ହୁଏ ।[୩]
ସନ ୧୯୮୯ରେ ସେଫିକ୍ସିମ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ (generic medication) ନାମରେ ମିଳେନାହିଁ । [୬] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଡୋଜର ମୂଲ୍ୟ ୦.୨୬ରୁ ୨.୦୯ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଚିକିତ୍ସାର ମୂଲ୍ୟ ୧୦୦ରୁ ୨୦୦ ଡଲାର ।[୬]
ଆଧାର
[ସମ୍ପାଦନା]- ↑ "Cefixime - Drugs.com". www.drugs.com. Retrieved 10 December 2016.
- ↑ ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 107. ISBN 9789241547659. Retrieved 8 December 2016.
- ↑ ୩.୦ ୩.୧ ୩.୨ ୩.୩ "Cefixime". The American Society of Health-System Pharmacists. Retrieved 8 December 2016.
- ↑ "Cefixime (Suprax) Use During Pregnancy". www.drugs.com.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ ୬.୦ ୬.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 86. ISBN 9781284057560.
- ↑ "Cefixime". International Drug Price Indicator Guide. Retrieved 8 December 2016.[permanent dead link]