ସେଫିକ୍ସିମ

ଉଇକିପିଡ଼ିଆ‌ରୁ
ସେଫିକ୍ସିମ
Clinical data
Trade namesmany[୧]
AHFS/Drugs.commonograph
MedlinePlusa690007
Pregnancy
category
  • B
Routes of
administration
by mouth (capsule or suspension)
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability40% to 50%
Protein bindingApproximately 60%
Elimination half-lifeVariable
Average 3 to 4 hours
ExcretionKidney and biliary
Identifiers
  • (6R,7R)-7-{[2-(2-Amino-1,3-thiazol-4-yl)-2-(carboxymethoxyimino)acetyl]amino}-3-ethenyl-8-oxo-5-thia-1-azabicyclo[4.2.0]oct-2-ene-2-carboxylic acid
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.119.331 Edit this at Wikidata
Chemical and physical data
FormulaC16H15N5O7S2
Molar mass453.452 g/mol
3D model (JSmol)
  • O=C2N1/C(=C(/C=C)CS[C@@H]1[C@@H]2NC(=O)C(=N\OCC(=O)O)/c3nc(sc3)N)C(=O)O
  • InChI=1S/C16H15N5O7S2/c1-2-6-4-29-14-10(13(25)21(14)11(6)15(26)27)19-12(24)9(20-28-3-8(22)23)7-5-30-16(17)18-7/h2,5,10,14H,1,3-4H2,(H2,17,18)(H,19,24)(H,22,23)(H,26,27)/b20-9-/t10-,14-/m1/s1 checkY
  • Key:OKBVVJOGVLARMR-QSWIMTSFSA-N checkY
 ☒NcheckY (what is this?)  (verify)

ସେଫିକ୍ସିମ (ଇଂରାଜୀ ଭାଷାରେ Cefixime) ଏକ ଆଣ୍ଟିବାୟୋଟିକ ଯାହା ବ‌ହୁ ସଂଖ୍ୟକ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ଦିଆଯାଏ । ଏହି ରୋଗମାନଙ୍କ ନାମ ମୁଖ୍ୟତଃ ମଧ୍ୟକର୍ଣ୍ଣ ପ୍ରଦାହ ବା ଓଟାଇଟିସ ମିଡିଆ, ସ୍ଟ୍ରେପଥ୍ରୋଟ (strep throat), ନିମୋନିଆ, ମୂତ୍ରନଳୀ ସଂକ୍ରମଣ (urinary tract infections), ଗନରିଆଲାଇମ ରୋଗ ଇତ୍ୟାଦି । ଗନୋରିଆ ନିମନ୍ତେ ଗୋଟିଏ ଡୋଜ ଆବଶ୍ୟକ ହୁଏ । [୨] ଯୁକ୍ତରାଷ୍ଟ୍ର ଆମେରିକାରେ ଗନରିଆ ନିମନ୍ତେ ସେଫଟ୍ରିଆକ୍ସୋନ (ceftriaxone) ପରେ ଏହା ଦ୍ୱିତୀୟ ପସନ୍ଦ ଭାବରେ ଦିଆଯାଏ । ଏହା ପାଟିରେ ଦିଆଯାଏ ।[୩]

ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ପେଟ ଯନ୍ତ୍ରଣା ଓ ଅଇ ହୁଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି (allergic reaction) ଓ କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile diarrhea) ହୁଏ ।[୩] ପେନିସିଲିନ ଆଲର୍ଜି (penicillin allergy) ଥିବା ଲୋକଙ୍କୁ ଏହା ଦିଆଯାଏ ନାହିଁ ।[୨] ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ଥାଏ ।[୪] ଏହା ସେଫାଲୋସ୍ପୋରିନ ଶ୍ରେଣୀର ଏକ ତୃତୀୟ ପିଢ଼ି (third generation cephalosporin) ଔଷଧ । ଏହି ଔଷଧଦ୍ୱାରା ଜୀବାଣୁର କୋଷାଆବରଣ ନଷ୍ଟ ହୋଇଯିବାରୁ ମୃତ୍ୟୁ ହୁଏ ।[୩]

ସନ ୧୯୮୯ରେ ସେଫିକ୍ସିମ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ଔଷଧ (generic medication) ନାମରେ ମିଳେନାହିଁ । [୬] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ଡୋଜର ମୂଲ୍ୟ ୦.୨୬ରୁ ୨.୦୯ ଆମେରିକୀୟ ଡଲାର ।[୭] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଚିକିତ୍ସାର ମୂଲ୍ୟ ୧୦୦ରୁ ୨୦୦ ଡଲାର ।[୬]

ଆଧାର[ସମ୍ପାଦନା]

  1. "Cefixime - Drugs.com". www.drugs.com. Retrieved 10 December 2016.
  2. ୨.୦ ୨.୧ WHO Model Formulary 2008 (PDF). World Health Organization. 2009. p. 107. ISBN 9789241547659. Retrieved 8 December 2016.
  3. ୩.୦ ୩.୧ ୩.୨ ୩.୩ "Cefixime". The American Society of Health-System Pharmacists. Retrieved 8 December 2016.
  4. "Cefixime (Suprax) Use During Pregnancy". www.drugs.com.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. ୬.୦ ୬.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 86. ISBN 9781284057560.
  7. "Cefixime". International Drug Price Indicator Guide. Retrieved 8 December 2016.[permanent dead link]