ସେଫାଡ୍ରକ୍ସିଲ
| Clinical data | |
|---|---|
| Trade names | Duricef |
| Synonyms | Cephadroxil |
| AHFS/Drugs.com | monograph |
| MedlinePlus | a682730 |
| Routes of administration | By mouth |
| Legal status | |
| Legal status |
|
| Pharmacokinetic data | |
| Protein binding | plasma protein |
| Metabolism | unknown |
| Elimination half-life | 1.5 hours |
| Identifiers | |
| |
| ECHA InfoCard | 100.051.397 |
| Chemical and physical data | |
| Formula | C16H17N3O5S |
| Molar mass | ୩୬୩.୩୯ g·mol−1 |
| 3D model (JSmol) | |
| |
| |
| (verify) | |
ସେଫାଡ୍ରକ୍ସିଲ, ଏକ ବେପାର ନାମ ଡୁରିସେଫ, ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ସାଧାରଣତଃ ଚର୍ମ ଓ କୋମଳ ତନ୍ତୁ ଏବଂ ମୂତ୍ରନଳୀରେ ଜୀବାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] [୨] ଏହା ଉଭୟ ଗ୍ରାମ୍ ପଜିଟିଭ୍ ଏବଂ ଗ୍ରାମ-ନେଗେଟିଭ ସଂକ୍ରମଣ ପାଇଁ ବ୍ୟବହୃତ ହୋଇପାରେ । [୧] ଏହାକୁ କ୍ୟାପସୁଲ ଭାବରେ ପାଟିରେ ଦିଆଯାଏ । [୧] ବୃକ୍କ ସମସ୍ୟା ଥିଲେ ଏହାର ମାତ୍ରା ସଜାଡିବା ଆବଶ୍ୟକ ହୋଇପାରେ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବଦହଜମୀ ଏବଂ ଜିଭ ଘାଆ ହୋଇପାରେ । [୧] କବକ ସଂକ୍ରମଣର ସମ୍ଭାବନା କମ୍ ଥାଏ ଏବଂ କ୍ୱଚିତ୍ ଗଣ୍ଠି ଯନ୍ତ୍ରଣା, ଥକାପଣ, ଯକୃତ ସମସ୍ୟା, ଶୋଇବାରେ ଅସୁବିଧା ଓ ଚିନ୍ତାର କାରଣ ହୋଇପାରେ । [୧] ଗର୍ଭଧାରଣ ସମୟରେ କିମ୍ବା ସ୍ତନ୍ୟପାନ କରାଇବାଦ୍ୱାରା ଶିଶୁର କ୍ଷତି ହୁଏ ନାହିଁ ।[୧] ଏହା ପ୍ରଥମ ପିଢୀର ଏକ ସେଫାଲୋସ୍ପୋରିନ୍ । [୩] ଏହା ଜୀବାଣୁ କୋଷ ପ୍ରାଚୀର ଗଠନର ଶେଷ ପର୍ଯ୍ୟାୟକୁ ପ୍ରତିରୋଧ କରିଥାଏ । [୪]
୧୯୬୭ ମସିହାରେ ସେଫାଡ୍ରକ୍ସିଲ୍ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୭୮ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୧] ଯୁକ୍ତରାଜ୍ୟରେ, ୨୦୨୧ ସୁଦ୍ଧା ଏହାର ଏକ କୋର୍ଷର ଖର୍ଚ୍ଚ ପାଖାପାଖି ୨୦ ପାଉଣ୍ଡ ହୁଏ । [୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପ୍ରାୟ ୧୦ ଡଲାର ଅଟେ। [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "5. Infection". British National Formulary (BNF) (82 ed.). London: BMJ Group and the Pharmaceutical Press. September 2021 – March 2022. p. 557. ISBN 978-0-85711-413-6.
{{cite book}}: CS1 maint: date format (link) - ↑ "A - Z Drug List from Drugs.com: Cefadroxil". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 24 May 2016. Retrieved 20 November 2021.
- ↑ Beauduy, Camille E.; Winston, Lisa G. (2020). "43. Beta-lactam and other cell wall - & membrane - active antibiotics". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. p. 830. ISBN 978-1-260-45231-0. Archived from the original on 2021-10-10. Retrieved 2021-12-01.
- ↑ Jain, Mayur S.; Barhate, Shashikant D.; Gayakwad, Bhushan P. (22 March 2018). "Cefadroxil: A Review of Analytical Methods". Asian Journal of Pharmaceutical Analysis (in English). 8 (1): 58–61. doi:10.5958/2231-5675.2018.00011.X. Archived from the original on 2021-04-19. Retrieved 2021-12-01.
{{cite journal}}: CS1 maint: unrecognized language (link) - ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 493. ISBN 9783527607495. Archived from the original on 2017-09-10. Retrieved 2020-12-31.
- ↑ "Cefadroxil Prices, Coupons & Savings Tips - GoodRx". GoodRx. Retrieved 30 December 2021.