ଗ୍ରାମ୍-ବିରୋଧୀ ବ୍ୟାକ୍ଟେରିଆ

ଉଇକିପିଡ଼ିଆ‌ରୁ
ସିଉଡୋମୋନାସ୍ ଏରୁଗିନୋସାର ଆବିକ୍ଷଣିକ ଚିତ୍ର (ଗୋଲାପୀ-ନାଲି ବାଡ଼ି)

ଗ୍ରାମ୍-ବିରୋଧୀ ବ୍ଯାକ୍ଟେରୀଆମାନେ, ବ୍ଯାକ୍ଟେରୀଆ ବର୍ଗୀକରଣ ପଦ୍ଧତି, ଗ୍ରାମ୍-ରଞ୍ଜନରେ ବ୍ଯବହୃତ କ୍ରିଷ୍ଟାଲ୍-ବାଇଗଣୀ ରଙ୍ଗରେ ରଙ୍ଗିଯାଆନ୍ତି ନାହିଁ। [୧] ତାଙ୍କର ବିଶିଷ୍ଟ ଗୁଣଟି ଏକ କୋଷାବରଣ ଅଟେ ଯାହା ଏକ ପତଳା ପେପ୍ଟିଡୋଗ୍ଲାଇକାନ୍ କୋଷଭିତ୍ତି ଏବଂ ଏହାକୁ ଦୁଇ ପାର୍ଶ୍ୱରୁ ଢାକିଥିବା ଅନ୍ତରର କୋଷଜୀବୀୟ ଝିଲ୍ଲୀ ଓ ବାହାରର ବ୍ଯାକ୍ଟେରୀୟ ବାହ୍ଯଝିଲ୍ଲୀଦ୍ୱାରା ଗଠିତ।

ଗ୍ରାମ୍-ବିରୋଧୀ ବୀଜାଣୁ ପୃଥିବୀର ପ୍ରାୟ ସମସ୍ତ ସ୍ଥାନରେ ଦେଖାଯାନ୍ତି। ଗ୍ରାମ୍-ବିରୋଧୀ ବୀଜାଣୁର ଉଦାହରଣ- ଆଦର୍ଶ ଜୀବ ଇସ୍ଚେରିଚିଆ କୋଲାଇ, ରୋଗକାରୀ ଅଣୁଜୀବ ସ୍ଯୁଡୋମୋନାସ୍ ଏରୁଗିନୋସା, କ୍ଲାମାଇଡିଆ ଟ୍ରାକୋମାଟିସ୍ ଏବଂ ୟିର୍ସିନିଆ ପେସ୍ଟିସ୍ ଇତ୍ୟାଦି।

ନିରୁକ୍ତି[ସମ୍ପାଦନା]

ଗ୍ରାମ୍-ବିରୋଧୀ ବୀଜାଣୁ, ଗ୍ରାମ୍-ଙ୍କ ବୀଜାଣୁ ବର୍ଗୀକରଣ ପଦ୍ଧତିରେ ବ୍ଯବହୃତ ରଙ୍ଗକୁ ବିରୋଧ କରୁଥିବାରୁ ବା ସେହି ରଙ୍ଗରେ ରଙ୍ଗି ଯାଉନଥିବାରୁ ଏପରି ନାମ ଦିଆଗଲା। [୨]

ଆଧାର[ସମ୍ପାଦନା]

  1. Baron S, Salton MR, Kim KS (1996). "Structure". In Baron S, et al. (eds.). Baron's Medical Microbiology (4th ed.). Univ of Texas Medical Branch. ISBN 978-0-9631172-1-2. PMID 21413343.
  2. ଶବ୍ଦଗଠନ ପଦ୍ଧତିରେ ନିର୍ମିତ