ଇଉରେନ୍ସେ
Jump to navigation
Jump to search
ଇଉରେନ୍ସେ ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଏହା ସପ୍ତମ ଗ୍ରହ । ଅରୁଣ ବା ଇଉରେନ୍ସେ ବ୍ୟାସ ହିସାବରେ ସୌରମଣ୍ଡଳର ତୃତୀୟ ଏବଂ ଦ୍ରବ୍ୟମାନରେ ଚତୁର୍ଥ ବଡ଼ ଗ୍ରହ । ଦ୍ରବ୍ୟମାନରେ ଏହା ପୃଥିବୀଠାରୁ ୧୪.୫ ଗୁଣ ଅଧିକ ଭାରୀ ଏବଂ ଆକାରରେ ୬୩ ଗୁଣ ଅଧିକ ବଡ ଅଟେ । ଇଉରେନ୍ସେକୁ ଖାଲି ଆଖିରେ ମଧ୍ୟ ଦେଖାଯାଇ ପାରେ । ଏହାର ଏତେ ଦୂରରେ ଥିବାରୁ ଏବଂ ମଧ୍ୟମଧରଣର ଆଲୋକ ଦେଉଥିବାରୁ ଏହାକୁ ପ୍ରାଚୀନ ବିଦ୍ୱାନମାନେ ଗ୍ରହ ନ କହି ତାରାର ସଂଜ୍ଞା ଦେଇଥିଲେ । ଟେଲିସ୍କୋପଦ୍ୱାରା ଖୋଜାଯାଇଥିବା ଗ୍ରହମାନଙ୍କ ମଧ୍ୟରେ ଏହା ପ୍ରଥମ । ବିଲିଅମ୍ ହରସେଲ୍ଙ୍କଦ୍ୱାରା ମାର୍ଚ୍ଚ ୧୩ ୧୭୮୧ରେ ଏହାକୁ ଖୋଜାଯାଇଥିଲା ।[୧] }}
ଆବର୍ତ୍ତନ ପରିକ୍ରମଣ[ସମ୍ପାଦନା]
ଇଉରେନ୍ସେ ପ୍ରତି ୮୪ ପୃଥ୍ୱୀ ବର୍ଷରେ ଥରେ ସୂର୍ଯ୍ୟର ପରିକ୍ରମଣ ଶେଷକରେ ଅର୍ଥାତ୍ ଇଉରେନସେର ଏକବର୍ଷ ପୃଥିବୀର ୮୪ ବର୍ଷ ସଙ୍ଗେ ସମାନ । ସୂର୍ଯ୍ୟ ଠାରୁ ଏହାର ଦୂରତା ପ୍ରାୟ ୩ ଅର୍ବ କି.ମି. ଇଉରେନସେର ଆବର୍ତ୍ତନ ସମୟ ପ୍ରାୟ ୧୭ ଘଣ୍ଟା ୧୪ ମିନିଟ । [୨]
ଆଧାର[ସମ୍ପାଦନା]
- ↑ Cain, Frasier (November 12, 2007). "Astronomy Cast: Uranus". Retrieved April 20, 2009.
- ↑ Journal of the Royal Society and Royal Astronomical Society 1, 30, quoted in Miner, p. 8
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |