ସୌର ଜଗତ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ସୌରଜଗତ

ସୂର୍ଯ୍ୟ ଏବଂ ଏହା ଅନ୍ତର୍ଗତ ୮ଟି ଗ୍ରହ, ନକ୍ଷତ୍ର, ଗ୍ରହାଣୁପୁଞ୍ଜ ଇତ୍ୟାଦିଙ୍କୁ ନେଇ ସୌରଜଗତ ଗଠିତ । ୮ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ ସୂର୍ଯ୍ୟକୁ ଅଣ୍ଡାକାର ପଥରେ ପରିକ୍ରମା କରନ୍ତି। ଆଗରୁ ଗ୍ରହ କୁହାଯାଉଥିବା ପ୍ଲୁଟୋକୁ ଏବେ ଗ୍ରହ ମାନ୍ୟତାରୁ ବାହାର କରି ବାମନ ଗ୍ରହ କୁହାଯାଉଛି। ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।

ଆବିଷ୍କାର[ସମ୍ପାଦନା]

ମାନବ ଇତିହାସର ଅଧିକାଂଶ ସମୟ ପୃଥିବୀକୁ ବ୍ରହ୍ମାଣ୍ଡର କେନ୍ଦ୍ର ଭାବେ ବିବେଚିତ କରାଯାଇଛି। ପୁରାତନ ସମୟରେ ସାଧାରଣ ମଣିଷମାନେ ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କୁ ପୃଥିବୀ ଚାରିପାଖେ ଘୂରୁଥିବାର ଦେଖି ଏପରି ଅନୁମାନ କରିବା କିଛି ବିଚିତ୍ର ନଥିଲା। ମଧ୍ୟଯୁଗରେ ପ୍ରମାଣିତ ହେଲା ଯେ ପୃଥିବୀ ବ୍ରହ୍ମାଣ୍ଡର କେନ୍ଦ୍ରରେ ନାହିଁ। ଏହା ଅନ୍ୟ ୮ଟି ଗ୍ରହ (ସେତେବେଳେ ପ୍ଲୁଟୋ ଏକ ଗ୍ରହ ଧରାଯାଉଥିଲା) ପରି ସୂର୍ଯ୍ୟଙ୍କୁ ପରିକ୍ରମା କରୁଛି। ଏଥିପାଇଁ ନିକୋଲାସ୍ କୋପରନିକସ୍, ଗାଲିଲିଓ ଗାଲେଲି, ୟୋହାନସ୍ କେପ୍ଲର୍, ଆଇଜାକ୍ ନ୍ୟୁଟନ୍ ଆଦି ବୈଜ୍ଞାନିକମାନଙ୍କ ଅବଦାନ ସ୍ମରଣୀୟ।

ଉପାଦାନ[ସମ୍ପାଦନା]

ସ୍ଔରମଣ୍ଡଳକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ - ଆଭ୍ୟନ୍ତରୀଣ ମଣ୍ଡଳ ଓ ବାହ୍ୟ ସ୍ଔରମଣ୍ଡଳ। ଆଭ୍ୟନ୍ତରୀଣ ସ୍ଔରମଣ୍ଡଳର ଗ୍ରହ ଗୁଡି଼କ ସାଧାରଣତଃ କଠିନ, ଅଧିକାଂଶ ଧାତବ ଓ ବାୟୁମଣ୍ଡଳ ଧାରଣ କରନ୍ତି। ବାୟୁମଣ୍ଡଳର ଉପସ୍ଥିତି ଯୋଗୁ ପାଣିପାଗ ସୃଷ୍ଟି ହେବା ସ୍ଵାଭାବିକ। କଠିନ ଭୂତ୍ଵକ୍ ଯୋଗୁ ଭୂତ୍ଵକ୍ ଚଳନ ଓ ଆଗ୍ନେୟ ଉଦ୍ଗୀରଣ ଏହି ଗ୍ରହମାନଙ୍କରେ ଦେଖାଯାଏ। ଆଭ୍ୟନ୍ତରୀଣ ଗ୍ରହ ମାନଙ୍କର ବଳୟ ନାହିଁ।

ବୁଧ[ସମ୍ପାଦନା]

ବୁଧ ସୂର୍ଯ୍ୟଙ୍କ ନିକଟତମ ଓ ସ୍ଔରମଣ୍ଡଳର କ୍ଷୁଦ୍ରତମ ଗ୍ରହ ଅଟେ। ବୁଧର କ୍ଔଣସି ପ୍ରାକୃତିକ ଉପଗ୍ରହ ନାହିଁ। ଏହାର ବାୟୁମଣ୍ଡଳ ଅତି ପତଳା। ବୁଧର ବସ୍ତୁତ୍ଵ ପୃଥିବୀର ୦.୦୫୫ ଭାଗ।

ଶୁକ୍ର[ସମ୍ପାଦନା]

ଏହା ସୂର୍ଯ୍ୟ ପାଖରୁ ଦ୍ଵିତୀୟ ଗ୍ରହ। ଶୁକ୍ରର ବସ୍ତୁତ୍ଵ ପୃଥିବୀର ୦.୮୧୫ ଭାଗ ଓ ବାୟୁମଣ୍ଡଳ ପୃଥିବୀର ୯୦ଗୁଣା ଅଟେ। ଏହାର କ୍ଔଣସି ପ୍ରାକୃତିକ ଉପଗ୍ରହ ନାହିଁ। ଶୁକ୍ର ସ୍ଔରମଣ୍ଡଳର ସବୁଠାରୁ ଉତ୍ତପ୍ତ ଗ୍ରହ, ଯାହାର ପୃଷ୍ଠ ତାପମାତ୍ରା ପ୍ରାୟ ୪୦୦° ସେଲସିୟସ୍ ଅଟେ। ଶୁକ୍ରର ଆଗ୍ନେୟ ଉଦ୍ଗୀରଣରୁ ବାହାରୁଥିବା ସବୁଜ କୋଠରୀ ଗ୍ୟାସମାନଙ୍କ ଯୋଗୁ ଶୁକ୍ରର ଏପରି ସ୍ଥିତି ହୋଇଥିବା ଜଣାଯାଏ। କିଛି ବୈଜ୍ଞାନିକ ଶୁକ୍ରର ସ୍ଥିତି ଦେଖି ପୃଥିବୀର ସବୁଜ କୋଠରୀ ଗ୍ୟାସକୁ ନିୟନ୍ତ୍ରଣରେ ରଖିବା ସପକ୍ଷରେ ମତ ଦିଅନ୍ତି।

ପୃଥିବୀ[ସମ୍ପାଦନା]

ଏହା ସବୁଠାରୁ ବଡ଼ ଏବଂ ସାନ୍ଦ୍ର କଠିନ ଗ୍ରହ ଅଟେ। ଆଜି ପର୍ଯ୍ୟନ୍ତ ଜଣା ଯାଇଥିବା ତଥ୍ୟ ଅନୁସାରେ କେବଳ ପୃଥିବୀରେ ଜୀବନର ଉପସ୍ଥିତି ଅଛି। ଏହାର ଜଳମଣ୍ଡଳ ସ୍ଔରଜଗତରେ ଅନନ୍ୟ ଏବଂ ଜୀବନ ଧାରଣର ସର୍ବୋତ୍କୃଷ୍ଟ ସ୍ଥାନ ବୋଲି ବିବେଚନା କରାଯାଏ। ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ, ଚନ୍ଦ୍ର ଓ ସହସ୍ରାଧିକ କୃତ୍ରିମ ଉପଗ୍ରହ ଅଛି। ଗ୍ରହ ଓ ଉପଗ୍ରହ ବସ୍ତୁତ୍ଵ ତୁଳନା କଲେ ଚନ୍ଦ୍ର ସ୍ଔରଜଗତରେ ବୃହତ୍ତମ ବୋଲି ଜଣାଯାଏ।

ମଙ୍ଗଳ[ସମ୍ପାଦନା]

ମଙ୍ଗଳ ଅନ୍ୟ ସ୍ଔରଜଗତର ଗ୍ରହମାନଙ୍କ ଅପେକ୍ଷା ଅନେକାଂଶ ପୃଥିବୀ ପରି, ଯଦିଓ ଏହାର ବସ୍ତୁତ୍ଵ ପୃଥିବୀର ୦.୧୦୭ ଭାଗ ଓ ଏହାର ବାୟୁମଣ୍ଡଳ ପୃଥିବୀର ୦.୬% ଅଟେ। ମଙ୍ଗଳ ପୃଷ୍ଠରେ ଥିବା ଲ୍ଔହ ଅକ୍ସାଇଡ୍ ଯୋଗୁ ଏହା ଲାଲ୍ ଦେଖାଯାଏ। ମନ୍ଗଳର ଦୁଇଟି ଛୋଟ ପ୍ରାକୃତିକ ଉପଗ୍ରହ ଅଛି।

ଗ୍ରହାଣୁ ବଳୟ[ସମ୍ପାଦନା]

ଆଭ୍ୟନ୍ତରୀଣ ସ୍ଔରମଣ୍ଡଳର ଶେଷରେ ଗ୍ରହାଣୁମାନେ ସୂର୍ଯ୍ୟଙ୍କୁ ପରିକ୍ରମା କରିଥା'ନ୍ତି।

ବାହ୍ୟ ସ୍ଔରମଣ୍ଡଳ[ସମ୍ପାଦନା]

ସୂର୍ଯ୍ୟଠାରୁ ଦୂରରେ ଥିବା ୪ଟି ଗ୍ରହ ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍କୁ ଦାନବ ଗ୍ରହ ମଧ୍ୟ କୁହାଯାଏ। ବୃହସ୍ପତି ଓ ଶନି ମୁଖ୍ୟତଃ ଗ୍ୟାସୀୟ ହୋଇଥିବା ବେଳେ ୟୁରେନସ୍ ଓ ନେପଚୁନ୍ ଅତି ମାତ୍ରାରେ ଥଣ୍ଡା ଓ ବରଫାବୃତ ଅଟନ୍ତି। ଏ ସମସ୍ତ ଗ୍ରହର ବଳୟ ଅଛି, ଯଦିଓ ଶନିର ବଳୟ ସୁଦୃଶ୍ୟ ଅଟେ। ସୂର୍ଯଙ୍କୁ ପରିକ୍ରମା କରୁଥିବା ସମସ୍ତ ବସ୍ତୁତ୍ଵର ୯୯% ଏହି ଚାରିଟି ଗ୍ରହ ଧାରଣ କରନ୍ତି।

ବୃହସ୍ପତି[ସମ୍ପାଦନା]

ଏହି ଗ୍ୟାସୀୟ ପିଣ୍ଡଟି ମୁଖ୍ୟତଃ ଉଦଜାନ ଓ ହିଲିୟମରେ ଗଠିତ। ଏହା ସ୍ଔରଜଗତର ସବୁଠାରୁ ବଡ଼ ଗ୍ରହ (ପୃଥିବୀର ୩୧୮ଗୁଣା) ଅଟେ। ବୃହସ୍ପତିର ୬୭ଟି ଜଣାଥିବା ପ୍ରାକୃତିକ ଉପଗ୍ରହ ଅଛି। ଗ୍ରହ ପୃଷ୍ଠରେ ଅନେକ ଝଡ଼ ଚାଲୁଥିବାର ଦେଖିବାକୁ ମିଳେ। ବୃହସ୍ପତିର ବିଶାଳ ଲୋହିତ ଝଡ଼ ପୃଥିବୀ ଆକାରର ପ୍ରାୟ ୩ ଗୁଣା ବଡ଼ ଅଟେ।

ଶନି[ସମ୍ପାଦନା]

ଶନି ନିଜର ବୃହତ ବଳୟ ଯୋଗୁ ପରିଚିତ। ଶନିର ୬୨ଟି ବରଫାବୃତ ପ୍ରାକୃତିକ ଉପଗ୍ରହ ଥିବାର ଜଣାଯାଏ। ତା' ଛଡା଼ ଶନି ବଳୟ ଗଠନ କରୁଥିବା ବରଫ ଓ ପଥର ଖଣ୍ଡଗୁଡି଼କୁ ଶନିର ଅତି କ୍ଷୁଦ୍ର ଉପଗ୍ରହ ବୋଲି କୁହାଯାଇପାରେ। ପୃଥିବୀ ବସ୍ତୁତ୍ଵର ୯୫ଗୁଣା ହେଲେ ସୁଦ୍ଧା ଶନି ଜଳ ଠାରୁ ମଧ୍ୟ କମ୍ ସାନ୍ଦ୍ର।

ୟୁରେନସ୍[ସମ୍ପାଦନା]

ଏହା ବାହ୍ୟ ଗ୍ରହମାନଙ୍କ ମଧ୍ୟରେ ସବୁଠୁ ଛୋଟ ଓ ଏହାର ବସ୍ତୁତ୍ଵ ପୃଥିବୀର ୧୪ ଗୁଣା ଅଟେ। ଗ୍ରହ ପୃଷ୍ଠତଳ ମୁଖ୍ୟତଃ ବରଫାବୃତ। ୟୁରେନସର ୨୭ଟି ଜଣାଥିବା ଉପଗ୍ରହ ଅଛି।

ନେପଚୁନ୍[ସମ୍ପାଦନା]

ଏହା ପୃଥିବୀ ବସ୍ତୁତ୍ଵର ୧୭ ଗୁଣା ଅଟେ। ନେପଚୁନର ୧୪ଟି ଜଣାଥିବା ଉପଗ୍ରହ ଅଛି।

ଧୂମକେତୁ[ସମ୍ପାଦନା]

ସ୍ଔରଜଗତର ଏହି ସଦଶ୍ୟମାନେ ଛୋଟ ଓ ବରଫାବୃତ ଅଟନ୍ତି। ଏମାନଙ୍କ ପରିକ୍ରମଣ ପଥ ବେଶି ଚେପଟା ଯେମିତି ସର୍ବାଧିକ ଦୂରତା ପ୍ଲୁଟୋ ବାହାରେ ଓ ସର୍ବନିମ୍ନ ଦୂରତା ଆଭ୍ୟନ୍ତରୀଣ ସ୍ଔରମଣ୍ଡଳରେ ଥାଏ। ଆଭ୍ୟନ୍ତରୀଣ ସ୍ଔରମଣ୍ଡଳରେ ପ୍ରବେଶ କଲେ ସ୍ଔର ଉତ୍ତାପ ଯୋଗୁ ଘନୀଭୂତ ବରଫ ବାଷ୍ପରେ ପରିଣତ ହୋଇ ସୁଦୃଶ୍ୟ ଲାଞ୍ଜ ତିଆରି କରେ। ସେଥିପାଇଁ ଏମାନଙ୍କୁ ଲଞ୍ଜାତାରା କୁହାଯାଏ।

ଗ୍ୟାଲେରୀ[ସମ୍ପାଦନା]

ଦୃଶ୍ୟମାନ ବ୍ରହ୍ମାଣ୍ଡରେ ପୃଥିବୀର ଉପସ୍ଥିତି
ଆଉରି ଦେଖନ୍ତୁ: Template:SolarSummaryLargeTemplate:SolarMoonSummary
Solar System
Sun in February (black version).jpg
Jupiter and its shrunken Great Red Spot (cropped).jpg
Saturn closeup.jpg
Uranus2 (cropped)-1.jpg
Neptune Full (cropped).jpg
Africa and Europe from a Million Miles Away (cropped).png Venus-real color.jpg
ସୂର୍ଯ୍ୟ

(ତାରକା)

ବୃହସ୍ପତି(ଗ୍ରହ) ଶନି

(ଗ୍ରହ)

ୟୁରେନସ୍

(ଗ୍ରହ)

ନେପଚୁନ୍

(ଗ୍ରହ)

ପୃଥିବୀ

(ଗ୍ରହ)

ଶୁକ୍ର(ଗ୍ରହ)
Mars 23 aug 2003 hubble (cropped).jpg
Ganymede g1 true-edit1.jpg
Two Halves of Titan.png
Mercury in color - Prockter07-edit1.jpg
Callisto (cropped)-1.jpg
Io highest resolution true color.jpg
FullMoon2010 (cropped)-1.jpg
ମଙ୍ଗଳ

(ଗ୍ରହ)

ଗାନିମେଡ୍

(ବୃହସ୍ପତିର ଉପଗ୍ରହ)

ଟାଇଟନ୍

(ଶନିର ଉପଗ୍ରହ)

ବୁଧ

(ଗ୍ରହ)

କାଲିଷ୍ଟୋ(ବୃହସ୍ପତିର ଉପଗ୍ରହ) ଲୋ(ବୃହସ୍ପତିର ଉପଗ୍ରହ) ଚନ୍ଦ୍ର(ପୃଥିବୀର ଉପଗ୍ରହ)
Europa-moon.jpg
Triton Voyager 2.jpg
Nh-pluto-in-true-color 2x JPEG-edit.jpg
Titania (moon) color cropped.jpg
PIA07763 Rhea full globe5.jpg
Voyager 2 picture of Oberon.jpg
Iapetus as seen by the Cassini probe - 20071008 (cropped).jpg
ୟୁରୋପା(ବୃହସ୍ପତିର ଉପଗ୍ରହ) ଟ୍ରାଇଟନ୍(ନେପଚୁନର ଉପଗ୍ରହ) ପ୍ଲୁଟୋ

(ବାମନ ଗ୍ରହ)

ଟାଇଟାନିଆ

(ୟୁରେନସର ଉପଗ୍ରହ)

ରିଆ

(ଶନିର ଉପଗ୍ରହ)

ଓବେରନ୍(ୟୁରେନସର ଉପଗ୍ରହ) ଲାପେଟସ୍(ଶନିର ଉପଗ୍ରହ)
Charon in Color (HQ).jpg
PIA00040 Umbrielx2.47.jpg
Color Image of Ariel as seen from Voyager 2.jpg
Dione color south.jpg
PIA18317-SaturnMoon-Tethys-Cassini-20150411.jpg
PIA19562-Ceres-DwarfPlanet-Dawn-RC3-image19-20150506.jpg
Vesta full mosaic.jpg
ଚାରନ୍

(ପ୍ଲୁଟୋର ଉପଗ୍ରହ)

ଅମ୍ବ୍ରିଏଲ୍

(ୟୁରେନସର ଉପଗ୍ରହ)

ଏରିଏଲ୍

(ୟୁରେନସର

ାୟୋନ୍

(ଶନିର ଉପଗ୍ରହ)

ଟେଥିସ୍

(ଶନିର ଉପଗ୍ରହ)

ସେରେସ୍(ଗ୍ରହାଣୁ) ଭେଷ୍ଟା

(ଗ୍ରହାଣୁ)

PIA17202-SaturnMoon-Enceladus-ApproachingFlyby-20151028-cropped.jpg
Miranda.jpg
Proteus Voyager 2 cropped.jpg
Mimas PIA12568.jpg
Hyperion in natural colours.jpg
Phoebe cassini.jpg
PIA12714 Janus crop.jpg
ଏନସେଲାଡସ୍

(ଶନିର ଉପଗ୍ରହ)

ମିରାଣ୍ଡା

(ୟୁରେନସର ଉପଗ୍ରହ)

ପ୍ରୋଟିଉସ୍

(ନେପଚୁନର ଉପଗ୍ରହ)

ମିମାସ୍

(ଶନିର ଉପଗ୍ରହ)

ହାଇପେରିଅନ୍

(ଶନିର ଉପଗ୍ରହ)

ଫୋଏବ୍

(ଶନିର ଉପଗ୍ରହ)

ଜାନସ୍

(ଶନିର ଉପଗ୍ରହ)

PIA09813 Epimetheus S. polar region.jpg
Rosetta triumphs at asteroid Lutetia.jpg
Prometheus 12-26-09a.jpg
Flying By Pandora.jpg
(253) mathilde crop.jpg
Leading hemisphere of Helene - 20110618.jpg
243 Ida large.jpg
ଏପିମେଥିଅସ୍

(ଶନିର ଉପଗ୍ରହ)

ଲୁସେଟିଆ

(ଗ୍ରହାଣୁ)

ପ୍ରୋମେଥିଅସ୍

(ଶନିର ଉପଗ୍ରହ)

ପାଣ୍ଡୋରା

(ଶନିର ଉପଗ୍ରହ)

ମାଟିଲଡେ

(ଗ୍ରହାଣୁ)

ହେଲେନ୍

(ଶନିର ଉପଗ୍ରହ)

ଇଡା

(ଗ୍ରହାଣୁ)

ପୃଥିବୀରୁ ୬ ଅର୍ବୁଦ କିମି ଦୂରରେ ଭୟେଜର୍ ୧ ନେଇଥିବା ଚିତ୍ର
PIA00453-SolarSystem-VenusEarthJupiterSaturnUranusNeptune-Voyager1-19960913.jpg
ଶୁକ୍ର, ପୃଥିବୀ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ (୧୩ ସେପ୍ଟେମ୍ବର ୧୯୯୬).

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]