Jump to content

ସିଦ୍ଧାର୍ଥ ମିଶ୍ର

ଉଇକିପିଡ଼ିଆ‌ରୁ
(Siddhartha Mishraରୁ ଲେଉଟି ଆସିଛି)
ସିଦ୍ଧାର୍ଥ ମିଶ୍ର
ଜନ୍ମ
ସିଦ୍ଧାର୍ଥ ମିଶ୍ର

(1970-06-14)୧୪ ଜୁନ ୧୯୭୦
Died୩୦ ଅକ୍ଟୋବର ୨୦୧୨(2012-10-30) (ବୟସ ୪୨)
Educationଏମଫିଲ(ଇଂରାଜୀ)
Alma materଷ୍ଟୁଆର୍ଟ ସ୍କୁଲ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ
ଜଣାଶୁଣାସାମ୍ବାଦିକ
ଜୀବନସାଥୀପ୍ରାଚୀ ତାରା ମିଶ୍ର
Childrenସୁମିତ, ମାମାଲୀ
Parent(s)ଗଣେଶ୍ୱର ମିଶ୍ର,ସୁରଙ୍ଗିଣୀ ମିଶ୍ର
ୱେବ୍‌ସାଇଟ୍Official website

ସିଦ୍ଧାର୍ଥ ମିଶ୍ର, ଜଣେ ସାମ୍ବାଦିକ ଥିଲେ । ସେ 'ଟାଇମ୍ସ ଅଫ ଇଣ୍ଡିଆ'[୧], 'ନ୍ୟୁଜ-ଏକ୍ସ' ଓ 'ଇଣ୍ଡିଆନ ଏକ୍ସପ୍ରେସ' ଭଳି ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । ଇଣ୍ଡିଆନ ଏକ୍ସପ୍ରେସର ସେ ଜାତୀୟ କ୍ରୀଡ଼ା ସମ୍ପାଦକ ଥିଲେ ।[୨][୩]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସିଦ୍ଧାର୍ଥଙ୍କ ପିତା ଗଣେଶ୍ୱର ମିଶ୍ର ଜଣେ ଶିକ୍ଷାବିତ ଓ ସାହିତ୍ୟିକ ଥିଲେ । ତାଙ୍କ ମାତା ସୁରଙ୍ଗିଣୀ ମିଶ୍ର ମଧ୍ୟ ଜଣେ ଶିକ୍ଷାବିତ । ସେ ଥିଲେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ । ଅନ୍ୟ ତିନି ଭାଇ ସୁବ୍ରତ, ସୁନନ୍ଦ ଓ ସନ୍ଦୀପ । ସେ ଭୁବନେଶ୍ୱରର ଷ୍ଟୁଆର୍ଟ ସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ପରେ ସେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରୁ କଲେଜ ଶିକ୍ଷା ସମାପ୍ତ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମୃତ୍ତିକା ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ଏହା ପରେ ସେ ନୂଆଦିଲ୍ଲୀର 'ଟାଇମ୍ସ ସ୍କୁଲ ଅଫ ଜର୍ଣ୍ଣାଲିଜିମ'ରୁ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ପ୍ରାଚୀ ତାରା ମିଶ୍ର ଓ ସେ ଜଣେ କଥକ । କାହାଣୀ ଶୁଣାଇବା ପ୍ରାଚୀଙ୍କର ବୃତ୍ତି । ତାଙ୍କର ସୁମିତ ଓ ମାମାଲୀ ନାମରେ ଦୁଇ ସନ୍ତାନ ଅଛନ୍ତି । କର୍କଟ ରୋଗରେ ପିଡ଼ୀତ ହୋଇ ୨୦୧୨ ଅକ୍ଟୋବର ମାସ ୩୦ତାରିଖରେ ତାଙ୍କର ପରଲୋକ ଘଟିଥିଲା ।[୪] ସିଦ୍ଧାର୍ଥଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ପିତା ଗଣେଶ୍ୱର ମିଶ୍ର ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ନାମରେ ଏକ ପୁସ୍ତକ ରଚନା କରିଥିଲେ ।[୫]

ସିଦ୍ଧାର୍ଥଙ୍କ ପୁତ୍ର ସୁମିତ ଜଣେ କ୍ରିକେଟ ଖେଳାଳି[୬], ୨୦୨୧ ମସିହାରେ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ସେ ଓଡ଼ିଶା ୧୬ ବର୍ଷରୁ କମ ଦଳରେ ସ୍ଥାନ ପାଇଥିଲେ ।[୭]

ବୃତ୍ତିଗତ ଜୀବନ

[ସମ୍ପାଦନା]

୧୯୯୬ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ ଟାଇମ୍ସ ଅଫ ଇଣ୍ଡିଆରେ ସାମ୍ବାଦିକତା କରିଥିଲେ । ୨୦୦୭ ମସିହାରେ କିଛି ସମୟ ପାଇଁ ନ୍ୟୁଜ-ଏକ୍ସ ଟେଲିଭିଜନ ଚ୍ୟାନେଲରେ କିଛି ଦିନ କାମ କରିବା ପରେ ଇଣ୍ଡିଆନ ଏକ୍ସପ୍ରେସରେ ଯୋଗଦେଇ ଚେନ୍ନାଇକୁ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ । ଇଣ୍ଡିଆନ ଏକ୍ସପ୍ରେସରେ ସେ ଜାତୀୟ କ୍ରୀଡ଼ା ସମ୍ପାଦକ ପଦକୁ ଉନ୍ନୀତ ହୋଇଥିଲେ । ସେ ୨୦୦୩ କ୍ରିକେଟ ବିଶ୍ୱକପ, ୨୦୦୬ ଆଇସିସି ଚମ୍ପିୟାନସିପ ଟ୍ରଫି, ୨୦୦୭ ଟି୨୦ ବିଶ୍ୱକପ, ୨୦୧୦ ହକି ବିଶ୍ୱକପ ଓ ରାଷ୍ଟ୍ରମଣ୍ଡଳ ଖେଳ ଆଦି କ୍ରୀଡ଼ା ପ୍ରତିଯୋଗିତାରେ ସାମ୍ବାଦିକତ କରିଥିଲେ ।[୮] ସେ କ୍ରିକେଟ ସମେତ ବହୁ ଖେଳର ବିଶେଷଜ୍ଞ ଥିଲେ ଓ ଅନେକ କ୍ରୀଡ଼ାବ୍ୟକ୍ତିତ୍ୱଙ୍କର ସାକ୍ଷାତକାର ନେଇଥିଲେ ।[୯]

  1. ↑ "Siddhartha Mishra". www.timesofindia.indiatimes.com. The Times of India. Archived from the original on 11 February 2021. Retrieved 11 February 2021.
  2. ↑ "Sports journalist Siddhartha Mishra dies". www.zeenews.india.com/. ZEE News. Archived from the original on 11 February 2021. Retrieved 11 February 2021.
  3. ↑ "It's a privilege to have known you, Siddhartha Mishra, and there is no goodbye". www.news18.com. news18.com. Archived from the original on 11 February 2021. Retrieved 11 February 2021.
  4. ↑ "Siddhartha Mishra cremated". www.newindianexpress.com. The Indian Express. Archived from the original on 11 February 2021. Retrieved 11 February 2021.
  5. ↑ "Odisha's Celebrated Sports Journalist Siddhartha Mishra Remembered". www.sambadenglish.com/. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 December 2021. Retrieved 30 December 2021.
  6. ↑ "ପ୍ରାଚୀ ଭୂଷଣ କ୍ରିକେଟ୍ ସେମିରେ ଗ୍ରିନ୍‌ସ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 30 December 2021. Retrieved 30 December 2021.
  7. ↑ "୧୬ ବର୍ଷରୁ କମ ବିଜୟ ମର୍ଚ୍ଚାଂଟ ଟ୍ରଫି: ଓଡ଼ିଶା ଦଳ ଘୋଷିତ". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 30 December 2021. Retrieved 30 December 2021.
  8. ↑ "Obituary: TNIE Sports Editor Siddhartha Mishra passed away". www.http://hotnhitnews.com/. hot n hit news. Archived from the original on 11 February 2021. Retrieved 11 February 2021. {{cite web}}: External link in |website= (help)
  9. ↑ "A Genius Who Moved On Early; Remembering Siddhartha Mishra Fondly". www.odishabytes.com. Odisha Byites. Archived from the original on 11 February 2021. Retrieved 11 February 2021.