ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ
ସ୍ଥାପିତ୧୯୬୨
ପ୍ରକାରସରକାରୀ[୧]
Academic affiliationଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ[୨]
ଅବସ୍ଥାନକେନ୍ଦୁଝର, ଓଡ଼ିଶା, ଭାରତ
ୱେବସାଇଟଧରଣୀଧର କଲେଜର ମୁଖ୍ୟ ୱେବସାଇଟ


ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ କେନ୍ଦୁଝରଠାରେ ଅବସ୍ଥିତ ଏକ ସରକାରୀ ମହାବିଦ୍ୟାଳୟ ।[୩] 

ଇତିହାସ[ସମ୍ପାଦନା]

ଧରଣୀଧର କଲେଜ, ୧୯୫୭ ମସିହାରେ ପ୍ରତିଷ୍ଠା କରା ଯାଇଥିଲା । ମହମ୍ମଦ ସିରାଜୁଦ୍ଦିନଙ୍କଦ୍ୱାରା ପ୍ରଦତ୍ତ ଧରଣୀଧର କଲେଜର ମୁଖ୍ୟ ସୌଧ ଦଶହଜାର ବର୍ଗଫୁଟ ବ୍ୟାପ୍ତ ।[୪] ପ୍ରଥମେ ଏଠାରେ କେବଳ +୨ ସ୍ଥରରେ ଶିକ୍ଷାଦାନ କରାଯାଉଥିଲା । ୧୯୬୨ ମସିହାରେ ଓଡ଼ିଶା ସରକାର କଲେଜଟିକୁ ଅଧିଗ୍ରହଣ କରିଥିଲେ । ୧୯୬୭ ମସିହାରେ କଲେଜକୁ କେନ୍ଦୁଝର କଲେଜ ନାମରେ ନାମକରଣ କରାଯାଇଥିଲା ଓ ସେହି ବର୍ଷ ଏଠାରେ କଳା ବିଷୟ ପଢ଼ା ଆରମ୍ଭ ହୋଇଥିଲା । ୧୯୮୩-୮୪ ମସିହାରେ ଧରଣୀଧର ଭୂୟାଁଙ୍କ ନାମରେ କଲେଜର ନାମକୁ ଧରଣୀଧର କଲେଜରେ ପରିବର୍ତ୍ତନ କରା ଯାଇଥିଲା । 

୧୯୯୯ ମସିହାରେ କଲେଜଟି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହୋଇଥିଲା । ୨୪ ସେପ୍ଟେମ୍ବର ୨୦୦୪ ମସିହାରେ କଲେଜକୁ ସ୍ୱୟଂଶାସିତ କରାଯାଇଥିଲା । ୨୦୦୬ ମସିହାରେ ଏହା ନାକ୍ ବି+ ଗ୍ରେଡ଼ ଲାଭ କରିଥିଲା ।ବର୍ତ୍ତମାନ ଏହି କଲେଜରେ ୨୩୦୦ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି ।

ଶିକ୍ଷା ବ୍ୟବସ୍ଥା[ସମ୍ପାଦନା]

ଧରଣୀଧର କଲେଜରେ +୨, ସ୍ନାତ୍ତକ ଓ ସ୍ନାତକୋତ୍ତର ସ୍ଥରରେ ଶିକ୍ଷାଦାନ କରାଯାଏ ।

ଆଧାର[ସମ୍ପାଦନା]