ସିଦ୍ଧଲାଲ ମୁର୍ମୁ
ସିଦ୍ଧଲାଲ ମୁର୍ମୁ | |
|---|---|
| ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୧ – ୧୯୭୩ | |
| ପୂର୍ବ ଅଧିକାରୀ | କାର୍ତ୍ତିକ ଚନ୍ଦ୍ର ମାଝି |
| ପର ଅଧିକାରୀ | ଅର୍ଜୁନ ମାଝି |
| ନିର୍ବାଚନ ମଣ୍ଡଳୀ | ରାଇରଙ୍ଗପୁର |
| ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୦ – ୧୯୮୫ | |
| ପୂର୍ବ ଅଧିକାରୀ | ଅର୍ଜୁନ ମାଝି |
| ପର ଅଧିକାରୀ | ଅର୍ଜୁନ ମାଝି |
| ନିର୍ବାଚନ ମଣ୍ଡଳୀ | ରାଇରଙ୍ଗପୁର |
| ସାଂସଦ: ୮ମ ଲୋକ ସଭା | |
| କାର୍ଯ୍ୟକାଳ ୧୯୮୪ – ୧୯୮୯ | |
| ନିର୍ବାଚନ ମଣ୍ଡଳୀ | ମୟୂରଭଞ୍ଜ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ନଭେମ୍ବର ୧, ୧୯୩୫ |
| ମୃତ୍ୟୁ | ୪ ଜୁନ ୧୯୯୯ (ବୟସ ୬୩) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଇ), ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା |
| ଜୀବନ ସାଥୀ | ରୁକ୍ମଣୀ ମୁର୍ମୁ |
| ବାପା/ବୋଉ | ରଘୁନାଥ ମୁର୍ମୁ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ସିଦ୍ଧଲାଲ ମୁର୍ମୁ (୧ ନଭେମ୍ବର ୧୯୩୫ - ୪ ଜୁନ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସିଦ୍ଧଲାଲ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ଓ ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସିଦ୍ଧଲାଲ ମୁର୍ମୁ ୧୯୩୫ ମସିହାର ନଭେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ମୁର୍ମୁ ଏବଂ ପତ୍ନୀଙ୍କ ନାମ ରୁକ୍ମଣୀ ମୁର୍ମୁ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସିଦ୍ଧଲାଲ ମୁର୍ମୁ ଓଡ଼ିଶା ରାଜନୀତିରେ କଂଗ୍ରେସ (ଇ), ଭାରତୀୟ ଜାତୀୟ କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ସିଦ୍ଧଲାଲ ମୁର୍ମୁ ୧୯୮୮ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।