କାର୍ତ୍ତିକ ଚନ୍ଦ୍ର ମାଝି
କାର୍ତ୍ତିକ ଚନ୍ଦ୍ର ମାଝି | |
|---|---|
| ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୭ – ୧୯୭୧ | |
| ପୂର୍ବ ଅଧିକାରୀ | ହରଦେବ ତିରିୟା |
| ପର ଅଧିକାରୀ | କାର୍ତ୍ତିକ ଚନ୍ଦ୍ର ମାଝି |
| ନିର୍ବାଚନ ମଣ୍ଡଳୀ | ରାଇରଙ୍ଗପୁର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ନଭେମ୍ବର ୨, ୧୯୩୨ |
| ମୃତ୍ୟୁ | ୩ ମାର୍ଚ୍ଚ ୧୯୮୮ (ବୟସ ୫୫) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
| ଜୀବନ ସାଥୀ | ସୁରଭି ଟୁଡୁ |
| ବାପା/ବୋଉ | ଚନ୍ଦ୍ର ମୋହନ ମାଝି (ବାପା) |
| ବୃତ୍ତି | ରାଜନୀତିଜ୍ଞ |
କାର୍ତ୍ତିକ ଚନ୍ଦ୍ର ମାଝି (୨ ନଭେମ୍ବର ୧୯୩୨ - ୩ ମାର୍ଚ୍ଚ ୧୯୮୮) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । କାର୍ତ୍ତିକ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]କାର୍ତ୍ତିକ ଚନ୍ଦ୍ର ମାଝି ୧୯୩୨ ମସିହାର ନଭେମ୍ବର ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚନ୍ଦ୍ର ମୋହନ ମାଝି ଏବଂ ପତ୍ନୀଙ୍କ ନାମ ସୁରଭି ଟୁଡୁ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]କାର୍ତ୍ତିକ ଚନ୍ଦ୍ର ମାଝି ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]କାର୍ତ୍ତିକ ଚନ୍ଦ୍ର ମାଝି ୧୯୮୮ ମସିହାର ମାର୍ଚ୍ଚ ମାସ ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।