ଅର୍ଜୁନ ମାଝି

ଉଇକିପିଡ଼ିଆ‌ରୁ
ଅର୍ଜୁନ ମାଝି
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୦
ପୂର୍ବ ଅଧିକାରୀସିଦ୍ଧଲାଲ ମୁର୍ମୁ
ପର ଅଧିକାରୀସିଦ୍ଧଲାଲ ମୁର୍ମୁ
ନିର୍ବାଚନ ମଣ୍ଡଳୀରାଇରଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1940-01-01) ୧ ଜାନୁଆରୀ ୧୯୪୦ (ବୟସ ୮୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଉତ୍କଳ କଂଗ୍ରେସ
ଜୀବନ ସାଥୀଫୁଲ ମାଝି
ବାପା/ବୋଉଭରତ ଚନ୍ଦ୍ର ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଅର୍ଜୁନ ମାଝି (ଜନ୍ମ: ୧ ଜାନୁଆରୀ ୧୯୪୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ଅର୍ଜୁନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୭୪ ଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅର୍ଜୁନ ମାଝି ୧୯୪୦ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭରତ ଚନ୍ଦ୍ର ମାଝି ଏବଂ ପତ୍ନୀଙ୍କ ନାମ ଫୁଲ ମାଝି ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଅର୍ଜୁନ ମାଝି ଓଡ଼ିଶା ରାଜନୀତିରେ ଉତ୍କଳ କଂଗ୍ରେସ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Arjun Majhi". odishaassembly.nic.in. Odisha Assembly. Retrieved 21 October 2019.