ସିଂହଳୀ କଲରାପତରିଆ ବାଘ
ସିଂହଳୀ କଲରାପତରିଆ ବାଘ | |
---|---|
![]() | |
ୱିଲପଟ୍ଟୁ ଜାତୀୟ ଉଦ୍ୟାନର ଏକ ସିଂହଳୀ କଲରାପତରିଆ ବାଘ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ![]() | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ବର୍ଗ: | କାର୍ନିଭୋରା |
Suborder: | Feliformia |
Family: | Felidae |
Genus: | Panthera |
ଜାତି: | P. pardus |
ଉପଜାତି: | P. p. kotiya ପଲେସ୍ ଏଡ୍ୱାର୍ଡ୍ ପିଏରି ଡେରାନିୟାଗାଲା, ୧୯୫୬ |
ଟ୍ରାଇନୋମିଆଲ ନାମ | |
Panthera pardus kotiya ପଲେସ୍ ଏଡ୍ୱାର୍ଡ୍ ପିଏରି ଡେରାନିୟାଗାଲା, ୧୯୫୬
| |
![]() | |
ସିଂହଳୀ କଲରାପତ୍ରିଆ ବାଘଙ୍କ ଭୌଗୋଳିକ ବିତରଣ |
ସିଂହଳୀ କଲରାପତରିଆ ବାଘ (ଇଂରାଜୀରେ Sri Lankan leopard, ଜୀବବିଜ୍ଞାନ ନାମ Panthera pardus kotiya) ଶ୍ରୀଲଙ୍କା ଦେଶରେ ଦେଖାଯାଉଥିବା କଲରାପତରିଆ ବାଘଙ୍କର ଏକ ଉପପ୍ରଜାତି । ୧୯୫୬ ମସିହାରେ ଜୀବବିଜ୍ଞାନୀ ପଲେସ୍ ଏଡ୍ୱାର୍ଡ୍ ପିଏରି ଡେରାନିୟାଗାଲା ପ୍ରଥମେ ଏହି ପ୍ରଜାତିର ବିବରଣୀ ପ୍ରଦାନ କରିଥିଲେ ।[୧]
୨୦୦୮ ମସିହାରେ ସିଂହଳୀ କଲରାପତ୍ରିଆ ବାଘର ସଂରକ୍ଷଣ ସ୍ଥିତିକୁ “ସଙ୍କଟାପନ୍ନ” ବୋଲି ବିବେଚନା କରାଯାଇ ଏହାକୁ IUCN ସଂସ୍ଥାର ନାଲି ତାଲିକାର (IUCN Red List) ଅନ୍ତର୍ଭୁକ୍ତ କରାଗଲା । ୨୦୧୫ ମସିହା ବେଳକୁ ବଣରେ ଆନୁମାନିକ ୭୦୦-୯୫୦ଟି ସିଂହଳୀ କଲରାପତ୍ରିଆ ବାଘ ରହିଥିବା ବିଷୟ ପ୍ରକାଶ ପାଇଥିଲା ।[୨]
ଗଠନ ଓ ପ୍ରକୃତି[ସମ୍ପାଦନା]
ସିଂହଳୀ କଲରାପତ୍ରିଆର ଛାଲ କମଳାମିଶା ହଳଦିଆ ରଙ୍ଗର ହୋଇଥାଏ ଯେଉଁଥିରେ କଳା କଲରାପତ୍ର ଦାଗ ରହିଥାଏ । ଭାରତୀୟ କଲରାପତରିଆ ବାଘଙ୍କ ତୁଳନାରେ ଏମାନଙ୍କ କଲରାପତ୍ର ଦାଗ ଛୋଟ । ବିଂଶ ଶତାବ୍ଦୀର ଆରମ୍ଭରେ ହୋଇଥିବା ଏକ ଶୌଧ ଅନୁସାରେ ୭ଟି ମାଈ କଲରାପତ୍ରିଆଙ୍କ ହାରାହାରି ଓଜନ ୨୯ କିଲୋଗ୍ରାମ୍ (୬୪ ପାଉଣ୍ଡ), ମୁଣ୍ଡ-ଦେହ ଦୈର୍ଘ୍ୟ ୩’ ୫” (୧.୦୪ ମିଟର୍), ଲାଞ୍ଜର ଦୈର୍ଘ୍ୟ ୨’ ୬.୫” (୭୭.୫ ସେ.ମି.) ବାହାରିଥିଲା । ଏମାନଙ୍କ ମଧ୍ୟରୁ ବୃହତ୍ତମ ଜୀବଟି ୩’ ୯” (୧.୧୪ ମିଟର୍) ଲମ୍ବା ଥିଲା ଯାହାର ଲାଞ୍ଜଟି ୨’ ୯” (୮୪ ସେ.ମି.) ଲମ୍ବ ଥିଲା । ସେହିପରି ୧୧ଟି ଅଣ୍ଡିରାଙ୍କ ହାରାହାରି ଓଜନ ୫୬ କି.ଗ୍ରା. (୧୨୪ ପାଉଣ୍ଡ) ଓ ସେମାନଙ୍କ ମଧ୍ୟରେ ସର୍ବବୃହତ ଜୀବଟି ୭୭ କି.ଗ୍ରା. (୧୭୦ ପାଉଣ୍ଡ) ଓଜନର ଥିଲା । ସେମାନଙ୍କ ଶରୀର ଓ ଲାଞ୍ଜର ହାରାହାରି ଦୈର୍ଘ୍ୟ ଯଥାକ୍ରମେ ୪’ ୨” (୧.୨୭ ମି.) ଓ ୨’ ୧୦” (୮୬ ସେ.ମି.) ହୋଇଥିବା ବେଳେ ସର୍ବବୃହତ ଜୀବ ପାଇଁ ଏହି ଦୁଇଟି ମାପ ଯଥାକ୍ରମେ ୪’ ୮” (୧.୪୨ ମି.) ଓ ୩’ ୨” (୯୭ ସେ.ମି.) ହୋଇଥିଲା ।[୩]
ବିବିସିଦ୍ୱାରା ପ୍ରକାଶିତ ଏକ ତଥ୍ୟାନୁସାରେ, ସିଂହଳୀ କଲରାପତ୍ରିଆ ଉପପ୍ରଜାତି ବିବର୍ତ୍ତିତ ହୋଇ ବଡ଼ ଆକାରବିଶିଷ୍ଟ ହୋଇଛି । ଏହି ଉପପ୍ରଜାତିର କିଛି ଅଣ୍ଡିରା ଜୀବ ୧୦୦ କି.ଗ୍ରା. (୨୨୦ ପାଉଣ୍ଡ) ପର୍ଯ୍ୟନ୍ତ ବଢ଼ିବା ଦେଖାଯାଇଛି । ଅନ୍ୟ କୌଣସି ବଡ଼ ବିଡ଼ାଳ ପ୍ରଜାତିଠାରୁ ପ୍ରତିଯୋଗିତା ନଥିବାରୁ ଏବଂ ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚ ଜୀବ ହୋଇଥିବାରୁ ଏପରି ବିବର୍ତ୍ତନ ଘଟିଛି ।[୪]
ପରିବାସ ଓ ଭୌଗୋଳିକ ବିତରଣ[ସମ୍ପାଦନା]
ଶ୍ରୀଲଙ୍କା ଦ୍ୱୀପର ସମସ୍ତ ପ୍ରକାରର ଅଧିବାସରେ ସିଂହଳୀ କଲରାପତ୍ରିଆ ବାଘ ଦେଖାଯାନ୍ତି । ଏମାନଙ୍କ ଅଧିବାସଗୁଡ଼ିକୁ ମୋଟାମୋଟି ୩ଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ :[୫]
- ଅତି ଶୁଷ୍କ ଅଞ୍ଚଳ (ବାର୍ଷିକ ହାରାହାରି ବୃଷ୍ଟିପାତ ୧୦୦୦ ମି.ମି.ରୁ କମ୍);
- ଶୁଷ୍କ ଅଞ୍ଚଳ (ବାର୍ଷିକ ହାରାହାରି ବୃଷ୍ଟିପାତ ୧୦୦୦-୨୦୦୦ ମି.ମି.);
- ଆର୍ଦ୍ର ଅଞ୍ଚଳ (ବାର୍ଷିକ ହାରାହାରି ବୃଷ୍ଟିପାତ ୨୦୦୦ ମି.ମି.ରୁ ଅଧିକ)
କେନ୍ଦ୍ରୀୟ ଶ୍ରୀଲଙ୍କାର ପାହାଡ଼ିଆ ଅଞ୍ଚଳର ଜଙ୍ଗଲ, ଚା’ ବଗିଚା, ତୃଣଭୂମି, ଉଦ୍ୟାନ, ପାଇନ୍ ଜଙ୍ଗଲ, ୟୁକାଲିପଟାସ୍ ଉଦ୍ୟାନ ପ୍ରଭୃତିରେ ସିଂହଳୀ କଲରାପତ୍ରିଆ ବାଘ ରହିବା ଦେଖାଯାଏ ।[୬]
ପରିସ୍ଥିତିକ ବ୍ୟବହାର[ସମ୍ପାଦନା]
ୟାଲା ଜାତୀୟ ଉଦ୍ୟାନରେ କରାଯାଇଥିବା ଏକ ପରୀକ୍ଷଣ ଅନୁଯାୟୀ ଅନ୍ୟ କଲରାପତ୍ରିଆ ପ୍ରଜାତିଙ୍କ ପରି ସିଂହଳୀ କଲରାପତ୍ରିଆ ମଧ୍ୟ ସାମାଜିକ ଜୀବ ନୁହଁନ୍ତି ଓ ଏକଲା ରହିବା ପସନ୍ଦ କରନ୍ତି । ମା’ ଓ ଶାବକଙ୍କୁ ଛାଡ଼ିଦେଲେ ସମସ୍ତ ସିଂହଳୀ କଲରାପତ୍ରିଆ ବାଘ ଏକାକୀ ଶିକାର କରନ୍ତି । ଏମାନେ ନିଜ ନିଜ ଇଲାକା ନିୟନ୍ତ୍ରଣ କରନ୍ତି ଏବଂ ଗୋଟିଏ ଅଣ୍ଡିରାର ନିୟନ୍ତ୍ରଣ କ୍ଷେତ୍ର ଏକାଧିକ ମାଈଙ୍କ ନିୟନ୍ତ୍ରଣ କ୍ଷେତ୍ରକୁ ଛେଦ କରୁଥାଏ । ଏମାନେ ରାତିରେ ଶିକାର କରିବା ପସନ୍ଦ କରନ୍ତି, କିନ୍ତୁ ଭୋର, ଗୋଧୂଳି ଓ ଦିନ ବେଳେ ମଧ୍ୟ ସକ୍ରିୟ ଥାଆନ୍ତି । ଅନ୍ୟ ପ୍ରତିଯୋଗୀ ଶିକାରୀ ପ୍ରଜାତିର ଅନୁପସ୍ଥିତି ଓ ଶିକାର ଜୀବଙ୍କ ଆଧିକ୍ୟ କାରଣରୁ ସିଂହଳୀ କଲରାପତ୍ରିଆ ବାଘମାନେ ନିଜ ଶିକାରକୁ ଗଛ ଉପରକୁ ଉଠାଇ ନିଅନ୍ତି ନାହିଁ । ଶ୍ରୀଲଙ୍କାରେ କଲରାପତ୍ରିଆ ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚ ଜୀବ ହୋଇଥିବାରୁ ଏହାକୁ ନିଜର ଶିକାର ଲୁଚାଇବାର ଆବଶ୍ୟକତା ନଥାଏ ।[୭] ୨୦୦୧ରୁ ୨୦୦୨ ମସିହାରେ ଶ୍ରୀଲଙ୍କାର ଦକ୍ଷିଣ-ପୂର୍ବ ଶୁଷ୍କ ଉପକୂଳ ଅଞ୍ଚଳରେ ପ୍ରତିଷ୍ଠିତ ୟାଲା ଜାତୀୟ ଉଦ୍ୟାନର ପ୍ରଥମ ବ୍ଲକରେ ପ୍ରତି ୧୦୦ ବର୍ଗ କି.ମି. ଅଞ୍ଚଳରେ ୧୭.୯ଟି କଲରାପତ୍ରିଆ ରହୁଥିବା ଦେଖାଯାଇଥିଲା । ଏହି ବ୍ଲକଟି ସମୁଦାୟ ୧୪୦ ବର୍ଗ କି.ମି. ଅଞ୍ଚଳରେ ବ୍ୟାପ୍ତ ଯେଉଁଠାରେ ଉପକୂଳସ୍ଥ ସମଭୂମି, ପ୍ରାକୃତିକ ଓ କୃତ୍ରିମ ଜଳାଶୟ ଏବଂ ଶିକାର ଜୀବଙ୍କ ସଂଖ୍ୟା ଅଧିକ ଘନତା ଦେଖାଯାନ୍ତି ।[୨]
ଶିକାର ପଛରେ ନିଃଶବ୍ଦରେ ଛକି ଛକି ଏକ ନିର୍ଦ୍ଦିଷ୍ଟ ଦୂରତା ପର୍ଯ୍ୟନ୍ତ ଯାଇ ସେଠାରୁ ଅତର୍କିତ ଭାବେ ଆକ୍ରମଣ କରି କଲରାପତ୍ରିଆ ବାଘ ଶିକାର କରିଥାଏ । ବେକ ବା ତଣ୍ଟିରେ କଲରାପତ୍ରିଆର ଗୋଟିଏ କାମୁଡ଼ାରେ ଶିକାରର ମୃତ୍ୟୁ ଘଟେ । ଅନ୍ୟ ବଡ଼ ବିଡ଼ାଳଙ୍କ ପରି ସିଂହଳୀ କଲରାପତ୍ରିଆମାନେ ଛୋଟ ସ୍ତନ୍ୟପାୟୀ, ପକ୍ଷୀ, ସରୀସୃପ, ମୃଗ, ସମ୍ବର, କୁଟୁରା, ବାରହା ଓ ମାଙ୍କଡ଼ ପରି ବିବିଧ ଜୀବଙ୍କ ଶିକାର କରି ଭକ୍ଷଣ କରନ୍ତି । ଶ୍ରୀଲଙ୍କାର ମୃଗ ଏମାନଙ୍କ ଖାଦ୍ୟର ସର୍ବାଧିକ ପ୍ରତିଶତ ଭାଗ ହୋଇଥାଏ ।[୮]
ସିଂହଳୀ କଲରାପତ୍ରିଆଙ୍କ ନିର୍ଦ୍ଦିଷ୍ଟ ପ୍ରଜନନ ଋତୁ ନଥାଏ ।[୭] ସିଂହଳୀ କଲରାପତ୍ରିଆ ବାଘୁଣୀ ଏକାଥରକେ ୨-୪ଟି ଛୁଆଙ୍କୁ ଜନ୍ମ ଦେଇଥାଏ ।
ସିଂହଳୀ ସ୍ଲଥ୍ ଭାଲୁ ଓ ସିଂହଳୀ କଲରାପତ୍ରିଆ ବାଘ ସମପରିବାସରେ ରହନ୍ତି ।[୯][୧୦]
ସଂରକ୍ଷଣ[ସମ୍ପାଦନା]
ପ୍ରାଥମିକ ଭାବେ ଅଧିବାସ କ୍ଷୟ ସହ ଅବୈଧ ଶିକାର ଓ ମନୁଷ୍ୟଙ୍କ ସହିତ ସଂଘର୍ଷ ସିଂହଳୀ କଲରାପତ୍ରିଆଙ୍କର ମୃତ୍ୟୁ ଓ ସଂଖ୍ୟା ହ୍ରାସର କାରଣ ।[୨]
ସଂରକ୍ଷଣ ଯୋଜନା ସବୁର ପୂର୍ଣ୍ଣାଙ୍ଗ ସଫଳତା ପାଇଁ ସିଂହଳୀ କଲରାପତ୍ରିଆ ବାଘଙ୍କ ଉପରେ ଅଧିକ ଗବେଷଣା କରାଯିବା ଜରୁରୀ । ୱିଲ୍ଡର୍ନେସ୍ ଓ ୱାଇଲ୍ଡ୍ଲାଇଫ୍ କଞ୍ଜର୍ଭେସନ୍ ଟ୍ରଷ୍ଟ (WWCT) ନାମକ ସଂସ୍ଥା ଶ୍ରୀଲଙ୍କା ସରକାରଙ୍କ ସହଯୋଗରେ ଏକ କଲରାପତ୍ରିଆ ପ୍ରକଳ୍ପ ଆରମ୍ଭ କରିଥିଲା । ଶ୍ରୀଲଙ୍କା ବନ୍ୟଜୀବ ସଂରକ୍ଷଣ ସମାଜ (Sri Lanka Wildlife Conservation Society) ନାମକ ସଂସ୍ଥା ମଧ୍ୟ କିଛି ଗବେଷଣାତ୍ମକ ଅଧ୍ୟୟନ କରୁଛି । WWCT ସମ୍ପୂର୍ଣ୍ଣ ଦ୍ୱୀପରେ ଅଧ୍ୟୟନ କରୁଛି ଏବଂ କେନ୍ଦ୍ରୀୟ ଶ୍ରୀଲଙ୍କାର ପାହାଡ଼ିଆ ଅଞ୍ଚଳରେ କଲରାପତ୍ରିଆ ଅଧିବାସ ସର୍ବାଧିକ ବିଖଣ୍ଡିତ ହେଉଥିବାରୁ ଏଠାରେ ସେମାନଙ୍କ ଧ୍ୟାନ କେନ୍ଦ୍ରିତ ହୋଇଥିଲା ।[୧୧]
ଚିଡ଼ିଆଘରେ, ସଂରକ୍ଷଣ କେନ୍ଦ୍ରରେ ରଖାଯାଇଥିବା କଲରାପତ୍ରିଆ[ସମ୍ପାଦନା]
୨୦୧୧ ମସିହା ଡିସେମ୍ବର ମାସ ସୁଦ୍ଧା ବିଶ୍ୱର ସମସ୍ତ ଚିଡ଼ିଆଖାନାରେ ୭୫ଟି ସିଂହଳୀ କଲରାପତ୍ରିଆ ବାଘ ରହିଥିଲେ । ୟୁରୋପୀୟ ସଙ୍କଟାପନ୍ନ ପ୍ରଜାତି ପ୍ରକଳ୍ପରେ ୨୭ଟି ଅଣ୍ଡିରା, ୨୯ଟି ମାଈ ଓ ୮ଟି ଅଲିଙ୍ଗୀ ସିଂହଳୀ କଲରାପତ୍ରିଆ ବାଘଙ୍କୁ ରଖା ଯାଇଥିଲା ।[୧୨] EEP ପ୍ରଜନନ ଯୋଜନା ଫ୍ରାନ୍ସର ସେର୍ଜା ଚିଡ଼ିଆଖାନାଦ୍ୱାରା ପରିଚାଳିତ ହେଉଛି ।
ସାଂସ୍କୃତିକ ମହତ୍ତ୍ୱ[ସମ୍ପାଦନା]
ସ୍ଥାନୀୟ ନାମ[ସମ୍ପାଦନା]
କଲରାପତ୍ରିଆ ବାଘକୁ ଶ୍ରୀଲଙ୍କାର ସିଂହଳୀ ଭାଷାରେ කොටියා (କୋଟିୟା) ଏବଂ ତାମିଲ ଭାଷାରେ சிறுத்தை (ଚିରୁତୈ) ବୋଲି କୁହାଯାଏ ।[୩] ତେଣୁ ସିଂହଳୀ କଲରାପତ୍ରିଆର ଜୀବବିଜ୍ଞାନ ନାମ ପାନ୍ଥେରା ପାର୍ଡୁସ୍ କୋଟିୟା (Panthera pardus kotiya) ।[୧୩]
୧୯୮୦ ଦଶନ୍ଧିର ଶେଷ ଭାଗରେ ଓ ୧୯୯୦ ଦଶନ୍ଧିର ଆରମ୍ଭରେ ଶ୍ରୀଲଙ୍କାର ଗଣମାଧ୍ୟମରେ ଏହି କୋଟିୟା ଶବ୍ଦକୁ ବାରମ୍ବାର ‘ବାଘ’ ଅର୍ଥରେ ବ୍ୟବହାର କରାଯାଇଥିଲା । ଶ୍ରୀଲଙ୍କାର ତତ୍କାଳୀନ ବନ୍ୟଜୀବ ବିଭାଗ ମୁଖ୍ୟଙ୍କ ବୟାନରୁ ଏପରି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । "ଶ୍ରୀଲଙ୍କାରେ କୋଟିୟା ନାହାନ୍ତି, ବରଂ ଦିୱିୟା ଅଛନ୍ତି" ବୋଲି ସେ କହିଥିଲେ । P. p. kotiyaକୁ ବାଘ ଭାବିବା ଭୁଲ ବୋଲି ସେ ଦିୱିୟା ଶବ୍ଦ ବ୍ୟବହାର କଲେ । ଜଙ୍ଗଲରେ ରହୁଥିବା ବଣଭୁଆ, ମାଛରଙ୍କା ବିରାଡ଼ି ପ୍ରଭୃତିକୁ ଦିୱିୟା ବୋଲି କୁହାଯାଏ । ପାରମ୍ପରିକ ସିଂହଳୀ ଋଢ଼ି 'ଜଙ୍ଗଲରେ ପରିବର୍ତ୍ତନ ହେଲେ ମଧ୍ୟ “କୋଟିୟା”ର ଦାଗ ଚିହ୍ନ ବଦଳିବ ନାହିଁ’ରୁ ଜଣାପଡ଼େ ଯେ ପ୍ରାଚୀନ କାଳରୁ କୋଟିୟା ଶବ୍ଦକୁ “ବାଘ” ପାଇଁ ନୁହେଁ ବରଂ ଦାଗଯୁକ୍ତ ଜୀବ (କଲରାପତ୍ରିଆ) ପାଇଁ ବ୍ୟବହାର କରାଯାଏ ।
ପ୍ରତୀକବାଦ[ସମ୍ପାଦନା]
ଏଲ୍. ଟି. ଟି. ଇ. (Liberation Tigers of Tamil Eelam - LTTE) ବା ତାମିଲ ଟାଇଗର୍ସଙ୍କୁ ସିଂହଳୀ ଭାଷାଭାଷୀ ଲୋକେ “କୋଟି” ବୋଲି ଡାକୁଥିଲେ (କୋଟି ଶବ୍ଦଟି କୋଟିୟା ଶବ୍ଦର ବହୁବଚନ) । ଏହି ତାମିଲ ଟାଇଗର୍ସମାନେ ନିଜ ଆକାଂକ୍ଷିତ ତାମିଲ ଦେଶ (ତାମିଲ ଇଲମ୍) ଗଠନ ହେଲେ ସିଂହଳୀ କଲରାପତ୍ରିଆ ବାଘକୁ ତାହାର ଜାତୀୟ ପଶୁ[୧୪] ଏବଂ ଚୋଳ ବାଘ ପତାକାକୁ ନିଜର ପତାକା ରୂପେ ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ । ତାମିଲ ଇଲମ୍ ଜାତୀୟ ଫୁଟବଲ୍ ଦଳ କୋନିଫା (Confederation of Independent Football Associations – ConIFA) ପ୍ରତିଯୋଗିତାରେ ଭାଗ ନେଇଥାଏ ଓ ଏହି ଦଳ ସିଂହଳୀ କଲରାପତ୍ରିଆକୁ ନିଜ ଚିହ୍ନ ରୂପେ ବ୍ୟବହାର କରନ୍ତି ।
ଆହୁରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Deraniyagala, P. E. P. (1956). "The Ceylon leopard, a distinct subspecies". Spolia Zeylanica. 28: 115–116.
- ↑ ୨.୦ ୨.୧ ୨.୨ Stein, A. B.; Athreya, V.; Gerngross, P.; Balme, G.; Henschel, P.; Karanth, U.; Miquelle, D.; Rostro, S.; Kamler, J.F.; Laguardia, A. (2016). "Panthera pardus". The IUCN Red List of Threatened Species. IUCN. 2016: 15954/102421779. doi:10.2305/IUCN.UK.2016-1.RLTS.T15954A50659089.en.
{{cite journal}}
: Unknown parameter|last-author-amp=
ignored (|name-list-style=
suggested) (help) - ↑ ୩.୦ ୩.୧ Pocock, R.I. (1939). "Panthera pardus (Linnaeus). The Leopard or Panther". The Fauna of British India, including Ceylon and Burma. Mammalia. Vol. 1. London: Taylor and Francis. pp. 222–231.
{{cite book}}
: Unknown parameter|chapterurl=
ignored (|chapter-url=
suggested) (help) - ↑ "Yala's giant leopards". BBC Earth. 2014-10-13. Retrieved 2018-01-16.
- ↑ Phillips, W. W. A. (1984). Manual of the mammals of Sri Lanka. Vol. Part III (Second revised ed.). Colombo: Wildlife and Nature Protection Society of Sri Lanka.
- ↑ Kittle, A. M.; Watson, A. C.; Chanaka Kumara, P. H.; Nimalka Sanjeewani, H. K. (2014). "Status and distribution of the leopard in the central hills of Sri Lanka". Cat News. 56: 28−31.
- ↑ ୭.୦ ୭.୧ Kittle, A.; Watson, A. (2005). "A short report on research of an arid zone leopard population (Panthera pardus kotiya), Ruhuna (Yala) National Park, Sri Lanka". The Wilderness and Wildlife Conservation Trust, Sri Lanka.
- ↑ Kittle, A. M.; Watson, A. C.; Kumara, P. H. C.; Sandanayake, S. D. K.; Sanjeewani, H. K. N.; Fernando, S. (2014). "Notes on the diet, prey and habitat selection of the Sri Lankan leopard in the central highlands of Sri Lanka". Journal of Threatened Taxa. 6 (9): 6214–6221. doi:10.11609/jott.o3731.6214-21.
- ↑ Hadley, B. (2008). The Sloth Bear (PDF). IUCN/SSC Bear Specialist Group. Archived from the original (PDF) on 2008-12-21.
- ↑ Brown, G. (1993). The Great Bear Almanac. Lyons & Burford. ISBN 1558212108.
- ↑ Kittle, A. M.; Watson, A. C.; Fernando, S. (2012). "Notes on the status, distribution and abundance of the Sri Lankan leopard in the central hills of Sri Lanka". Cat News (56).
- ↑ International Species Information System (2011). "ISIS Species Holdings: Panthera pardus kotiya, December 2011".
- ↑ "Panthera pardus kotiya". Integrated Taxonomic Information System.
- ↑ "தமிழீழத்தேசிய-சின்னங்கள translated: National symbols of Tamil Eelam". tccnorway.no.
ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]

- Species portrait Panthera pardus in Asia and short portrait P. pardus kotiya; IUCN/SSC Cat Specialist Group
- The Wilderness and Wildlife Conservation Trust, Sri Lanka: The Leopard Project
- ARKive: Images and movies of the Sri Lankan leopard
- Biggest claimed Sri Lankan leopard (250 lb (110 kg)) from the valley of Gal Oya