ଜାଞ୍ଜିବର କଲରାପତ୍ରିଆ ବାଘ

ଉଇକିପିଡ଼ିଆ ରୁ
Jump to navigation Jump to search
Nephrozoa
ଜାଞ୍ଜିବର କଲରାପତ୍ରିଆ ବାଘ
Zanzibar Leopard 2.JPG
ଜାଞ୍ଜିବର ସଂଗ୍ରହାଳୟରେ ରଖାଯାଇଥିବା ଏକ ନମୁନା । ନଡ଼ାକୁଟା ଇତ୍ୟାଦିର ଛାଞ୍ଚ ଉପରେ ଏକ ଜାଞ୍ଜିବର କଲରାପତ୍ରିଆର ଚମଡ଼ା ଚଢ଼ାଇ ଏପରି ନମୁନା ପ୍ରସ୍ତୁତ କରାଯାଇଛି ।
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
Kingdom: Animalia
Phylum: Chordate
Class: Mammal
Order: Carnivora
Family: Felidae
Genus: Panthera
ଜାତି: P. pardus
ଉପଜାତି: P. p. pardus
(କାର୍ଲ୍ ଲିନାୟସ୍, ୧୭୫୮)
Trinomial name
Panthera pardus pardus
(କାର୍ଲ୍ ଲିନାୟସ୍, ୧୭୫୮)
Synonyms

ପ୍ୟାନ୍ଥେରା ପାର୍ଡସ୍ ଆଡେର୍ସି[୧]

ଜାଞ୍ଜିବର କଲରାପତ୍ରିଆ ବାଘ (ଈଂରାଜୀରେ Zanzibar leopard) ଏକ ପ୍ରଜାତିର ଆଫ୍ରିକୀୟ କଲରାପତରିଆ ବାଘ । ଆଫ୍ରିକାର ତାଞ୍ଜାନିଆ ଦେଶ ନିକଟରେ ଥିବା ଜାଞ୍ଜିବର ତ୍ରିକୋଣଭୂମିସ୍ଥିତ ଦ୍ୱୀପପୁଞ୍ଜର ଉଙ୍ଗୁଜା ଦ୍ୱୀପରେ ଏହି ଜୀବ ଦେଖାଯାଏ । ଏହି କଲରାପତ୍ରିଆ ବାଘ ଉଙ୍ଗୁଜା ଦ୍ୱୀପର ସର୍ବବୃହତ ମାଂସଭୋଜୀ ଜୀବ ଏବଂ ଖାଦ୍ୟ ଶୃଙ୍ଖଳର ଶୀର୍ଷତମ ଜୀବ । ସ୍ଥାନୀୟ ଶିକାରୀମାନଙ୍କ ଉପଦ୍ରବ ଯୋଗୁଁ ୨୦୦୮ ମସିହା ବେଳକୁ ଏହି ଜୀବ ସମ୍ପୂର୍ଣ୍ଣ ବିଲୋପ ପାଇଯାଇଥିଲା ବୋଲି ଆଶଙ୍କା କରାଯାଉଥିଲା ।[୨] ବିଂଶ ଶତାବ୍ଦୀରେ ସହରୀକରଣ ଫଳରେ ମନୁଷ୍ୟ ଓ କଲରାପତରିଆ ବାଘ ଅନେକ ସମୟରେ ମୁହାଁମୁହିଁ ହେବା ଭଳି ପରିସ୍ଥିତି ଉପୁଜୁଥିଲା ଓ ଏହି ଜୀବଙ୍କୁ ହିଂସ୍ର ଓ କ୍ରୁର ବୋଲି ବିବେଚନା କରାଯାଇ ବହୁ ସଂଖ୍ୟାରେ ଶିକାର କରାଗଲା । ୧୯୯୦ ଦଶନ୍ଧିର ମଧ୍ୟଭାଗରେ ଏହି ପ୍ରଜାତିର ସଂରକ୍ଷଣ ପାଇଁ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା କିନ୍ତୁ ବନ୍ୟପ୍ରାଣୀ ଗବେଷକମାନେ ଏହି କଲରାପତ୍ରିଆ ଉପ-ପ୍ରଜାତିର ପୁନରୁଦ୍ଧାରକୁ ନେଇ ବିଶେଷ ଆଶାବାଦୀ ନଥିବାରୁ ପ୍ରକଳ୍ପକୁ ବନ୍ଦ କରିଦିଆଗଲା ।[୩] କିନ୍ତୁ ୨୦୧୮ ମସିହାରେ କ୍ୟାମେରା ଟ୍ରାପ୍‍ର ବ୍ୟବହାର କରି କରାଯାଇଥିବା ଏକ ସର୍ବେକ୍ଷଣରେ ସମାନ ପ୍ରକାରର ଏକ କଲରାପତ୍ରିଆ ବାଘର ଚିତ୍ର ଦେଖାଯାଇଥିବାରୁ ଏହି କଲରାପତରିଆ ବାଘର ସ୍ଥିତି ଓ ସଂରକ୍ଷଣକୁ ନେଇ ନୂଆ ଆଶା ଜାଗି ଉଠିଥିଲା, ତେବେ ଏହି ଉପ-ପ୍ରଜାତି ବିଷୟରେ କୌଣସି ବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ ।[୪]

ରେଜିନାଲ୍ଡ୍ ଇନ୍ନେସ୍ ପୋକକ୍ ଜାଞ୍ଜିବର କଲରାପତ୍ରିଆ ବାଘକୁ କଲରାପତରିଆର ଏକ ଉପ-ପ୍ରଜାତି ବୋଲି ଗଣନା କରି ଏହାକୁ ୧୯୩୨ ମସିହାରେ ପ୍ୟାନ୍ଥେରା ପାର୍ଡସ୍ ଆଡେର୍ସି (Panthera pardus adersi) ବୋଲି ନାମିତ କରିଥିଲେ ।[୧] ୧୯୯୬ ମସିହାରେ ଏହି ଜୀବକୁ ପୁଣି ପ୍ୟାନ୍ଥେରା ପାର୍ଡସ୍ ପାର୍ଡସ୍ ଶ୍ରେଣୀରେ ଅବସ୍ଥାପିତ କରାଗଲା ।[୫][୬]

ବିବର୍ତ୍ତନର ଇତିହାସ[ସମ୍ପାଦନା]

ଜାଞ୍ଜିବର ସର୍ଭେଲାଇନ୍ ଗେନେଟ୍, ଜାଞ୍ଜିବର ଲାଲ୍ କୋଲୋବସ୍ ପରି ପ୍ରାଣୀଙ୍କ ବିବର୍ତ୍ତନ ଓ ଜାଞ୍ଜିବର କଲରାପତ୍ରିଆ ବାଘର ବିବର୍ତ୍ତନ ଇତିହାସ ପ୍ରାୟ ସମାନ୍ତରାଳ (ଏକା ପ୍ରକାରର) । ହିମଯୁଗର ଶେଷ ବେଳକୁ ସମୁଦ୍ରପତନ ବଢ଼ିବାକୁ ଲାଗିଲା ଓ ଉଙ୍ଗୁଜା ଦ୍ୱୀପ ଆଫ୍ରିକାର ମୂଳ ଭୂପୃଷ୍ଠରୁ ବିଚ୍ଛିନ୍ନ ହୋଇଗଲା । ସେହି ସମୟରେ ଏହି ଜୀବମାନେ ଆଫ୍ରିକାର ସମାନ ପ୍ରକାରର ପ୍ରଜାତିଙ୍କଠାରୁ ବିଚ୍ଛିନ୍ନ ଓ ସ୍ୱତନ୍ତ୍ର ଭାବେ ବିବର୍ତ୍ତିତ ହୋଇଥିବା ଅନୁମାନ କରାଯାଏ । ସ୍ଥାନୀୟ ପରିବେଶରେ ଖାପଖୁଆଇବା ପାଇଁ ଏହି ଜୀବର ଆକାର ଅନ୍ୟ କଲରାପତରିଆଙ୍କଠାରୁ ଛୋଟ ଓ ଏହାର କଲରାପତ୍ର ଦାଗ ମଧ୍ୟ ଚିତାବାଘର ଦାଗ ପରି ହୋଇଗଲା ।[୭][୮]

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ଜାଞ୍ଜିବର କଲରାପତ୍ରିଆ ବାଘର ପରିସ୍ଥିତିକ ବ୍ୟବହାର ସମ୍ପର୍କରେ ବହୁତ କମ୍ ତଥ୍ୟ ଜଣାଯାଇପାରିଛି ।[୯] ଜଙ୍ଗଲରେ ସ୍ୱାଧୀନ ଭାବେ ରହୁଥିବା ଜାଞ୍ଜିବର କଲରାପତ୍ରିଆ ବାଘଙ୍କ ବିଷୟରେ ଅଦ୍ୟାବଧି କୌଣସି ବଡ଼ ଧରଣର ଗବେଷଣା କରାଯାଇ ପାରିନାହିଁ । ୧୯୮୦ ଦଶନ୍ଧିର ପ୍ରଥମ ଭାଗରେ ଶେଷ ଥର ପାଇଁ ଏକ ଜୀବନ୍ତ ଜାଞ୍ଜିବର କଲରାପତ୍ରିଆ ବାଘକୁ ଦେଖାଯାଇଥିଲା ।[୧୦] ଏହି କାରଣରୁ ଜାଞ୍ଜିବର କଲରାପତ୍ରିଆ ବାଘ ସମ୍ପୂର୍ଣ୍ଣ ବିଲୁପ୍ତ ବା ଲୁପ୍ତପ୍ରାୟ ବୋଲି ଅଧିକାଂଶ ଜୀବବିଜ୍ଞାନୀ ମତ ପୋଷଣ କରିଥିଲେ ।[୩]

ବିଭିନ୍ନ ସଂଗ୍ରହାଳୟରେ ଏହି ଜୀବର ସମୁଦାୟ ୬ଟି ଛାଲ (ଚମଡ଼ା) ରହିଛି । ଲଣ୍ଡନର ପ୍ରାକୃତିକ ଇତିହାସ ସଂଗ୍ରହାଳୟ ଓ ଜାଞ୍ଜିବର ସଂଗ୍ରହାଳୟରେ ଦୁଇଟି ନମୁନା ରହିଛି । ଜାଞ୍ଜିବର ସଂଗ୍ରହାଳୟର ନମୁନାଟିର ଚମଡ଼ାର ଦାଗ କ୍ଷୀଣ ହେବାକୁ ଲାଗିଲାଣି ।[୨] ତେବେ ଜାଞ୍ଜିବର ସରକାରଙ୍କ ପରିସଂଖ୍ୟାନ ଅନୁଯାୟୀ ୧୯୯୦ ଦଶନ୍ଧିର ମଧ୍ୟଭାଗ ପର୍ଯ୍ୟନ୍ତ ଏହି ଜୀବଙ୍କର ଶିକାର କରାଯାଉଥିଲା ଏବଂ ଏହି ଜୀବଟି ଗୃହପାଳିତ ପଶୁଙ୍କ ଶିକାର କରୁଥିବାର ଅଭିଯୋଗ ଉଙ୍ଗୁଜା ଦ୍ୱୀପର ଅଧିବାସୀମାନେ କରିଆସୁଛନ୍ତି ।[୧୧]

ନିଶ୍ଚିହ୍ନ ହୋଇଯିବାର ଆଶଙ୍କା[ସମ୍ପାଦନା]

ଜାଞ୍ଜିବର କଲରାପତ୍ରିଆ ବାଘର ମୁଣ୍ଡ

ଡାହାଣୀମାନେ ଏହି କଲରାପତ୍ରିଆ ବାଘଙ୍କୁ ପୋଷି ରଖିଥାନ୍ତି, ମନୁଷ୍ୟଙ୍କୁ କ୍ଷତି ପହଞ୍ଚାଇବା ବା ହଇରାଣ କରିବା ଉଦ୍ଦେଶ୍ୟରେ ଏମାନଙ୍କୁ ଛାଡ଼ନ୍ତି ବୋଲି ରହିଥିବା ଅନ୍ଧବିଶ୍ୱାସ ଓ ଗୁଜବ ଗ୍ରାମୀଣ ଜାଞ୍ଜିବର ଲୋକକଥାରେ ପ୍ରତିଫଳିତ ହୋଇଆସୁଛି । ତାହା ସହିତ ଏହି ପ୍ରାଣୀମାନେ କିପରି ଡାହାଣୀମାନଙ୍କଦ୍ୱାରା ପୋଷାଯାନ୍ତି, ପ୍ରଶିକ୍ଷଣ ଲାଭ କରନ୍ତି, ରୂପ ବଦଳାନ୍ତି ଓ ନିଜ ଦୁରାଚାରୀ ମାଲିକର ଆଦେଶ ପାଳନ ପାଇଁ କିପରି ପ୍ରେରିତ ହୁଅନ୍ତି ଇତ୍ୟାଦିକୁ ନେଇ ଅନେକ କାଳ୍ପନିକ ବିଶ୍ୱାସ ତଥା ଲୋକକଥା ରହିଛି । ନିଜର ଅଲଗା ପ୍ରକାରର ରୂପ ପାଇଁ ଓ ଚାଷଜମି ଆଖପାଖରେ ବିଚରଣ କରି ଏହି ଜୀବମାନେ ସ୍ଥାନୀୟ ଚାଷୀ ଓ ଅନ୍ୟ ଲୋକଙ୍କ ଆକ୍ରୋଶର ଶିକାର ହୁଅନ୍ତି ।[୧୨]

ବିଂଶ ଶତାବ୍ଦୀ ବେଳକୁ କ୍ରମଶଃ ବଢ଼ି ଚାଲିଥିବା ଜନସଂଖ୍ୟା ଓ କୃଷିକ୍ଷେତ୍ର ଏହି ଜୀବଙ୍କ ପ୍ରାକୃତିକ ପରିବାସ ନଷ୍ଟ କରଦେଲା, ଏମାନଙ୍କ ପ୍ରାକୃତିକ ଶିକାରଜୀବଙ୍କ ସଂଖ୍ୟା ହ୍ରାସ ପାଇଲା ଓ ମନୁଷ୍ୟଙ୍କ ସହିତ ମୁହାଁମୁହିଁ ହେବାର ସ୍ଥିତି ସୃଷ୍ଟି ହେଲା । ମନୁଷ୍ୟ ଓ କଲରାପତ୍ରିଆ ବାଘଙ୍କ ମଧ୍ୟରେ ସଂଘର୍ଷ ବଢ଼ିବାରୁ ଏମାନଙ୍କୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିଦେବା ପାଇଁ ଏଠାକାର ଲୋକେ ଯୋଜନା କଲେ । ଯଦିଓ ଏପରି ଯୋଜନା ସ୍ଥାନୀୟ ଭାବେ କାଁଭାଁ ଗ୍ରାମରେ ଆରମ୍ଭ ହୋଇଥିଲା, ୧୯୬୪ ମସିହା ବେଳକୁ ଏହି ଅସନ୍ତୋଷ ସମଗ୍ର ଦ୍ୱୀପବ୍ୟାପୀ ଜାଞ୍ଜିବର ଆନ୍ଦୋଳନ ବୋଲାଇଲା । ତେଣୁ ଗୁଣିଆମାନଙ୍କ ନେତୃତ୍ୱରେ କଲରାପତ୍ରିଆଙ୍କୁ ମାରିବାର ଏକ ପ୍ରୟାସ ଚାଲିଲା ।[୧୩] ବହୁ ସମୟ ଧରି ଚାଲିଥିବା ଏହି ଦମନ ଲୀଳା ଯୋଗୁଁ ବହୁ ଜାଞ୍ଜିବର କଲରାପତ୍ରିଆ ବାଘ ମଲେ ଓ ସେମାନଙ୍କ ସ୍ଥିତି ଲୁପ୍ତପ୍ରାୟ ଅବସ୍ଥାକୁ ଆସିଗଲା ।[୯]

ସଂରକ୍ଷଣ[ସମ୍ପାଦନା]

୧୯୯୦ ଦଶନ୍ଧିର ମଧ୍ୟଭାଗ ପର୍ଯ୍ୟନ୍ତ ଜାଞ୍ଜିବର କଲରାପତ୍ରିଆ ବାଘମାନଙ୍କ ଦୁର୍ଦ୍ଦଶା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇନଥିଲା । ସେ ସମୟ ବେଳକୁ କିଛି ଅଧିକାରୀ ଓ ଗବେଷକ ଏହି ପ୍ରାଣୀକୁ ଲୁପ୍ତ ମାନ୍ୟତା ଦେବାକୁ ମତ ରଖିଥିଲେ ।[୧୪] କଲରାପତ୍ରିଆ ବାଘଙ୍କ ସଂରକ୍ଷଣ ପାଇଁ CARE ସଂସ୍ଥାର ଆର୍ଥିକ ସହାୟତାରେ ଜୋଜାନି-ଚ୍ୱାକା ସଂରକ୍ଷଣ ପ୍ରକଳ୍ପର ଆରମ୍ଭ କରାଗଲା । କିନ୍ତୁ ଜୋଜାନି ଜଙ୍ଗଲ ଅଞ୍ଚଳରେ ଜାଞ୍ଜିବର କଲରାପତ୍ରିଆ ବାଘର ଉପସ୍ଥିତି ନେଇ କୌଣସି ପ୍ରମାଣ ନମିଳିବାରୁ ଏହି ଜୀବର ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହେଲା ଓ ୧୯୯୭ ମସିହାରେ ପ୍ରକଳ୍ପଟିକୁ ବନ୍ଦ କରିଦିଆଗଲା ।[୩]

ତେବେ ସ୍ଥାନୀୟ ବନ୍ୟଜୀବ ଅଧିକାରୀ ଏହି ଜୀବ ବଞ୍ଚିଥିବାକୁ ନେଇ ଦୃଢ଼ ଆଶାବାଦୀ ଥିଲେ । କିଛି ସ୍ଥାନୀୟ ଲୋକ ଜାଞ୍ଜିବର କଲରାପତ୍ରିଆଙ୍କୁ ପୋଷା ମନାଇ ରଖିଥିବାର ଗୁଜବ ପ୍ରଚାର କରନ୍ତି ଓ ପର୍ଯ୍ୟଟକଙ୍କଠାରୁ ପଇସା ନେଇ ସେମାନଙ୍କୁ କଲରାପତ୍ରିଆ ଦେଖାଇଦେବାର ମିଛ ଦାବୀ କରନ୍ତି । ଆଜି ପର୍ଯ୍ୟନ୍ତ କୌଣସି ପୋଷା ଜାଞ୍ଜିବର କଲରାପତ୍ରିଆ ବାଘର ଦର୍ଶନ ହୋଇନାହିଁ ।[୧୦][୧୫][୧୬]

ତେଣୁ ଜାଞ୍ଜିବର କଲରାପତ୍ରିଆ ବାଘ ବିଷୟରେ ପରସ୍ପର ବିରୋଧୀ ବିଭିନ୍ନ ତଥ୍ୟ ମିଳୁଥିବାରୁ ଗବେଷକମାନେ ଏହାର ସଂରକ୍ଷଣ ସ୍ଥିତିକୁ ନେଇ ଏବେ ବି ଅନିର୍ଦ୍ଦିଷ୍ଟ ଅଛନ୍ତି ।[୧୭][୧୮][୧୯][୨୦]

କିଛି ଜୀବ ବଞ୍ଚିରହିଥିବାର ଆଶା[ସମ୍ପାଦନା]

ଏନିମଲ୍ ପ୍ଲାନେଟ୍ ଟିଭି ଚ୍ୟାନେଲ୍ ୨୦୧୮ ମସିହାରେ ଏକ୍ସଟିଂକ୍ଟ୍ ଅର୍ ଏଲାଇଭ୍ (Extinct or Alive) ନାମକ ଏକ କାର୍ଯ୍ୟକ୍ରମର ପ୍ରଯୋଜନା କରିଥିଲେ । ଉଙ୍ଗୁଜା ଦ୍ୱୀପର ବିଭିନ୍ନ ସ୍ଥାନରେ କ୍ୟାମେରା ଟ୍ରାପ୍ ଲଗାଯାଇଥିଲା । ରେକର୍ଡ୍ କରାଯାଇଥିବା ଏକ ଭିଡ଼ିଓ ଚିତ୍ରରେ କଲରାପତ୍ରିଆ ବାଘଟିଏ ଚାଲିଯାଉଥିବା ଦେଖିବାକୁ ମିଳିଲା । ଏହି କଲରାପତ୍ରିଆ ଆଫ୍ରିକୀୟ ମୂଳ ଭୂଭାଗର କଲରାପତରିଆ ବାଘଙ୍କ ଅପେକ୍ଷା ଆକାରରେ ଛୋଟ ଓ ଏହାର କଲରାପତ୍ର ଚିହ୍ନ ମଧ୍ୟ ଛୋଟ ବୋଲି ଭଡ଼ିଓରେ ରେକର୍ଡ ହୋଇଛି । ଏହି ଜୀବଟି ପ୍ରକୃତରେ ଜାଞ୍ଜିବର କଲରାପତ୍ରିଆ ବାଘ ନା ନୁହଁ ଓ ଏମାନଙ୍କ ସଂରକ୍ଷଣର ସମ୍ଭାବ୍ୟତା ଜାଣିବା ପାଇଁ ଜାଞ୍ଜିବର କଲରାପତ୍ରିଆଙ୍କ ବିଷୟରେ ଆହୁରି ସର୍ବେକ୍ଷଣ କରାଯିବାର ଯୋଜନା କରାଯାଉଛି ।[୪]

ଆହୁରି ଦେଖନ୍ତୁ[ସମ୍ପାଦନା]

କଲରାପତରିଆ ବାଘ

ହିମ କଲରାପତ୍ରିଆ ବାଘ (ସ୍ନୋ ଲେପର୍ଡ୍)

ଚିତାବାଘ

କଳାବାଘ

ଆଧାର[ସମ୍ପାଦନା]

  1. ୧.୦ ୧.୧ Pocock, R. I. (1932). "The Leopards of Africa". Proceedings of the Zoological Society of London. 102 (2): 543–591. doi:10.1111/j.1096-3642.1932.tb01085.x.
  2. ୨.୦ ୨.୧ Walsh, M.T. & Goldman, H.V. (2008). "Updating the Inventory of Zanzibar Leopard Specimens". Cat News. 49: 4–6.
  3. ୩.୦ ୩.୧ ୩.୨ Stuart, C. & Stuart, T. (1997). A Preliminary Faunal Survey of South-eastern Unguja (Zanzibar) with Special Emphasis on the Leopard Panthera pardus adersi. Loxton, South Africa: African-Arabian Wildlife Research Centre.CS1 maint: Uses authors parameter (link)
  4. ୪.୦ ୪.୧ "Zanzibar Leopard Captured on Camera, Despite Being Declared Extinct". Inside Edition (in ଇଂରାଜୀ). Retrieved 2018-08-16.
  5. Miththapala, S.; Seidensticker, J.; O'Brien, S. J. (1996). "Phylogeographic Subspecies Recognition in Leopards (P. pardus): Molecular Genetic Variation". Conservation Biology. 10 (4): 1115–1132. doi:10.1046/j.1523-1739.1996.10041115.x.
  6. Uphyrkina, O.; Johnson, E.W.; Quigley, H.; Miquelle, D.; Marker, L.; Bush, M.; O'Brien, S. J. (2001). "Phylogenetics, genome diversity and origin of modern leopard, Panthera pardus" (PDF). Molecular Ecology. 10 (11): 2617–2633. doi:10.1046/j.0962-1083.2001.01350.x. PMID 11883877.
  7. Pakenham, R.H.W. (1984). The Mammals of Zanzibar and Pemba Islands. Harpenden: privately printed.
  8. Kingdon, J. (1989). Island Africa: The Evolution of Africa's Rare Animals and Plants. Princeton: Princeton University Press.
  9. ୯.୦ ୯.୧ Walsh, M.T. & Goldman, H.V. (2003). "The Zanzibar Leopard Between Science and Cryptozoology". Nature East Africa. 33 (1/2): 14–16.
  10. ୧୦.୦ ୧୦.୧ Swai, I.S. (1983). Wildlife Conservation Status in Zanzibar. Unpublished M.Sc. dissertation, University of Dar es Salaam.
  11. Goldman, H.V. & Walsh, M.T. (2002). "Is the Zanzibar Leopard (Panthera pardus adersi) Extinct?". Journal of East African Natural History. 91 (1/2): 15–25. doi:10.2982/0012-8317(2002)91[15:ITZLPP]2.0.CO;2. ISSN 0012-8317.
  12. Goldman, H.V. & Walsh, M.T. (1997). "A Leopard in Jeopardy: An Anthropological Survey of Practices and Beliefs which Threaten the Survival of the Zanzibar Leopard (Panthera pardus adersi)". Zanzibar Forestry Technical Paper No. 63, Jozani-Chwaka Bay Conservation Project, Commission for Natural Resources, Zanzibar. Retrieved 2011-05-29.
  13. Walsh, M.T.; Goldman, H.V. (2007). "Killing the King: The Demonization and Extermination of the Zanzibar Leopard [Tuer le roi: la diabolisation et l'extermination du leopard de Zanzibar]". In Dounias, E.; Motte-Florac, E.; Dunham, M. (eds.). Le symbolisme des animaux: L'animal, clef de voûte de la relation entre l'homme et la nature? [Animal symbolism: Animals, keystone of the relationship between man and nature?]. Paris: Éditions de l’IRD. pp. 1133–1182.
  14. Nowell, K. & Jackson, P. (1996). Wild Cats: Status Survey and Conservation Action Plan. Gland, Switzerland: IUCN.
  15. Marshall, S. (1994). The Status of the Zanzibar Leopard. SIT Tanzania & Commission for Natural Resources, Zanzibar.
  16. Selkow, B. (1995). A Survey of Villager Perceptions of the Zanzibar Leopard. SIT Tanzania & Commission for Natural Resources, Zanzibar.
  17. Goldman, H.V. & Walsh, M.T. (2007). "Human-Wildlife Conflict, Unequal Knowledge and the Failure to Conserve the Zanzibar Leopard (Panthera pardus adersi)". Poster presented to the Felid Biology and Conservation Conference, Wildlife Conservation Research Unit (WildCRU), University of Oxford, 17–21 September 2007. Retrieved 2009-07-23.
  18. Goldman, H.V. & Walsh, M.T. (2008). "When Culture Threatens the Conservation of Biological Diversity: The Tragic Case of the Zanzibar Leopard (Panthera pardus adersi)". Poster presented to Sustaining Cultural and Biological Diversity in a Rapidly Changing World: Lessons for Global Policy, Thirteenth Annual Symposium of the Center for Biodiversity and Conservation, American Museum of Natural History, New York, 2–5 April 2008. Retrieved 2009-07-23.
  19. Walsh, M.T.; Goldman, H.V. (2012). "Chasing Imaginary Leopards: Science, Witchcraft and the Politics of Conservation in Zanzibar". Journal of Eastern African Studies. 6 (4): 727–746. doi:10.1080/17531055.2012.729778.
  20. Walsh, M.T.; Goldman, H.V. (2017). "Cryptids and credulity: The Zanzibar leopard and other imaginary beings". Anthropology and Cryptozoology: Exploring Encounters with Mysterious Creatures (in ଇଂରାଜୀ). London: Routledge: 54–90. doi:10.4324/9781315567297-11 (inactive 2018-06-24).

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]