Jump to content

ସାଲୁର

ଉଇକିପିଡ଼ିଆ‌ରୁ
Salur
Vegavathi river at salur
Vegavathi river at salur
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାVizianagaram
Area
 • ସମୁଦାୟ19.55 km2 (7.55 sq mi)
Elevation138.05 m (452.92 ft)
Population
 (2011)[୨]
 • Total୪୯,୫୦୦
 • Density2,500/km2 (6,600/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
535 591
Telephone code91–8964
WebsiteSalur Municipality

ସାଲୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ବିଜିଅ‌‌ନଗରଅମ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ସାଲୁର ୧୮.୫୧୬୫ ଉତ୍ତର ଅକ୍ଷାଂଶ ଓ ୮୩.୨୦୫୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୯୬ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଲୁର ସହରର ମୋଟ ଜନସଂଖ୍ୟା ୪୮୩୬୨ ଅଟେ ।[୪] ସେଥି ମଧ୍ୟରୁ ୪୯.୦୭% ଜଣ ପରୁଷ ହୋଇଥିବା ବେଳେ ୫୦.୯୩% ଜଣ ନାରୀ ଅଟନ୍ତି । ସାଲୁରର ସାକ୍ଷରତା ହାର ୫୮.୫୪% ଅଟେ । ଏହା ଜାତୀୟ ହାରଠାରୁ ୬.୩୦% ପ୍ରତିଶତ କମ ଅଟେ । ସେଥିରୁ ୩୩.୫୬% ପ୍ରତିଶତ ପୁରୁଷ ଓ ୨୪.୯୮% ନାରୀ ଅଟନ୍ତି । ୧୧.୮୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ତେଲୁଗୁ ସାଲୁରର ସରକାରୀ ଭାଷା ଅଟେ ।


ଗମନାଗମନ

[ସମ୍ପାଦନା]

ସାଲୁର ସହର ଆଂଧ୍ର ପ୍ରଦେଶର ବିଜୟନଗରଠାରୁ ଓଡ଼ିଶାର ଜୟପୁର ସହର ଦେ‍ଇ ଛତିଶଗଡ଼ର ରାୟପୁର ସହରକୁ ଯାଇଥିବା ଜାତୀୟ ରାଜପଥ ୨୬ ଉପରେ ଅବସ୍ଥିତ ଅଟେ । ଏହି ରାସ୍ତାଟି ଓଡ଼ିଶାର କୋରାପୁଟ ଜିଲ୍ଲାକୁ ଗମନାଗମନ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଅଟେ । ଏହି ରାସ୍ତାରେ ବିଜୟନଗରଠାରୁ କୋରାପୁଟ ଯିବା ବେଳକୁ ଆନ୍ଧ୍ର ପ୍ରଦେଶର ଶେଷ ସହର ଅଟେ ଏବଂ ଏହିଠାରୁ ସମତଳ ରାସ୍ତା ଶେଷ ହୋଇ ଘାଟି ରାସ୍ତା (ପୂର୍ବଘାଟ ପର୍ବତମାଳା ଉପରେ) ଆରମ୍ଭ ହୋଇଥାଏ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. 1 2 "Welcome to SALUR Municipality". Commissioner & Director of Municipal Administration. Municipal Administration & Urban Development Department, Govt. of Andhra Pradesh. Archived from the original on 10 August 2014. Retrieved 19 August 2014.
  2. ↑ "Census of India Search details". censusindia.gov.in. Retrieved 10 May 2015.
  3. ↑ "Directory of Cities, Towns, and Regions in India". Archived from the original on 24 September 2015. Retrieved 27 September 2015.
  4. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]