ସାଲମୋନେଲୋସିସ

ଉଇକିପିଡ଼ିଆ ରୁ
Jump to navigation Jump to search
ସାଲମୋନେଲୋସିସ (Salmonellosis)
SalmonellaNIAID.jpg
ଇଲେକ୍‌ଟ୍ରନ ମାଇକ୍ରୋଗ୍ରାଫରେ (Electron micrograph) କଲଚର ହୋଇଥିବା ମାନବ ଜୀବକୋଷରେ ସାଲମୋନେଲା ଟାଇଫିମୁରିଅମ (ଲାଲ) ଜୀବାଣୁ ପ୍ରବେଶ କରୁଥିବା ଦେଖାଯାଉଛି ।
ବିଭାଗସଂକ୍ରାମକ ରୋଗ (Infectious disease)
ଲକ୍ଷଣତରଳ ଝାଡ଼ା, ଜ୍ୱର, ଉଦର କ୍ରାମ୍ପ (abdominal cramps), ବାନ୍ତି (vomiting)[୧]
ଆକ୍ରାନ୍ତ ସମୟସଂସ୍ପର୍ଶରେ ଆସିବାର ୦.୫ରୁ ୩ ଦିନ ପରେ ରୋଗ ଆରମ୍ଭ ହୁଏ । [୧]
ଅବଧି୪ରୁ ୭ ଦିନ[୧]
କାରଣସାଲମୋନେଲା (Salmonella).[୧]
ବିପଦ କାରକଅଳ୍ପ ବୟସ୍କ, ବୃଦ୍ଧ, ଦୁର୍ବଳ ଇମ୍ମ୍ୟୁନିଟି (weak immune system
ରୋଗ ନିର୍ଣ୍ଣୟ ପଦ୍ଧତିମଳ ପରୀକ୍ଷା (Stool test)[୨]
ସଠିକ ରୋଗ ନିର୍ଣ୍ଣୟବିଭିନ୍ନ ପ୍ରକାରର ଗାସ୍ଟ୍ରୋଏଣ୍ଟେରାଇଟିସ (gastroenteritis)[୩]
ପ୍ରତିକାରସଠିକ ରନ୍ଧା ଖାଦ୍ୟ [୪]
ଚିକିତ୍ସାପାଟିରେ ତରଳ ଖାଦ୍ୟ, ଶିରାଭ୍ୟନ୍ତର ତରଳ ପଦାର୍ଥ, ଆଣ୍ଟିବାୟୋଟିକ (antibiotic)[୧]
ପୌନଃପୁନିକଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ୧.୨ ନିୟୁତ ରୋଗୀ [୧]
ମୃତ୍ୟୁ ସାନ୍ଦ୍ରତା୨୬୮,୦୦୦ (୨୦୧୫)[୫]

ସାଲମୋନେଲୋସିସ (ଇଂରାଜୀ ଭାଷାରେ Salmonellosis) ଏକ ଲକ୍ଷଣ‌ଯୁକ୍ତ ସଂକ୍ରମଣ (symptomatic infection) ଯାହା ସାଲମୋନେଲା (Salmonella) ନାମକ ଏକ ଜୀବାଣୁଦ୍ୱାରା ସଂଘଟିତ ହୁଏ ।[୧] ଏହି ରୋଗରେ ସାଧାରଣତଃ ତରଳ ଝାଡ଼ା, ଜ୍ୱର, ଉଦର କ୍ରାମ୍ପ (abdominal cramps) ଓ ବାନ୍ତି (vomiting) ହୁଏ ।[୧] ଜୀବାଣୁ ସଂସ୍ପର୍ଶରେ ଆସିବାର ଅଧା ଦିନରୁ ତିନି ଦିନ ମଧ୍ୟରେ ଲକ୍ଷଣ ଆରମ୍ଭ ହୋଇ ୪ରୁ ୭ଦିନ ପର୍ଯ୍ୟନ୍ତ ରହେ ।[୬] ବେଳେ ବେଳେ ନିର୍ଜଳନ (dehydration) ମଧ୍ୟ ହୋଇପାରେ .[୪] ଯୁବାବସ୍ଥା, ବୃଦ୍ଧାବସ୍ଥା ଓ ଇମ୍ମ୍ୟୁନିଟି ଅଭାବ (weak immune system) ଥିଲେ ଏହି ରୋଗ ସାଂଘାତିକ ହୋଇଯାଏ ।[୧] ଏହି ସାଲମୋନେଲା ଦଳର ନିର୍ଦ୍ଦଷ୍ଟ ଜୀବାଣୁ ଯୋଗୁ ଟାଇଫଏଡପାରାଟାଇଫଏଡ ଜ୍ୱର ରୋଗ ହୁଏ ।[୨][୧]

ସାଧାରଣତଃ ଦୁଇ ପ୍ରଜାତିର (species) ସାଲମୋନେଲା ଦେଖାଯାଆନ୍ତି ଯଥା:- ସାଲମୋନେଲା ବୋଙ୍ଗୋରି (Salmonella bongori) ଓ ସାଲମୋନେଲା ଏଣ୍ଟେରିକା (Salmonella enterica) ଓ ଏମାନଙ୍କ ସ‌ହିତ ଅନେକ ଉପ‌ପ୍ରଜାତି ମଧ୍ୟ ଅଛନ୍ତି ।[୪] ମାଂସ, ଅଣ୍ଡା ଓ କ୍ଷୀର ଭଳି ଖାଦ୍ୟ ମାଧ୍ୟମରେ ଏହି ରୋଗ ବ୍ୟାପେ ।[୬] ମଳ ମିଶ୍ରତ (manure)ସାର ବ୍ୟବ‌ହାର ଯୋଗୁ ମଧ୍ୟ ଏହା ବ୍ୟାପିଯାଏ ।[୪] ବିଲେଇ, କୁକୁର ଆଦି ଗୃହପାଳିତ ଜନ୍ତୁ ଓ ସରିସୃପ (reptiles) ମାଧ୍ୟମରେ ମଧ୍ୟ ବ୍ୟାପିଥାଏ ।[୪] ମଳ ପରୀକ୍ଷା (stool test) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨]

ଉତ୍ତମ ଭାବରେ ଖାଦ୍ୟ ରାନ୍ଧିଲେ ଏହି ରୋଗକୁ ପ୍ରତିରୋଧ କରିହୁଏ ।[୪] ରୋଗ ସାମାନ୍ୟ ଧରଣର ହୋଇଥିଲେ କୌଣସି ଚିକିତ୍ସା ଦରକାର ହୁଏନାହିଁ ।[୪] ଚିନ୍ତାଜନ‌କ ଅବସ୍ଥା ହୋଇଥିଲେ ଶିରାଭ୍ୟନ୍ତର (intravenous) ତରଳ ପଦାର୍ଥ ଓ ଇଲେକ୍ଟ୍ରୋଲାଇଟ ସମସ୍ୟାର (electrolyte problems) ଚିକିତ୍ସା କରାଯାଏ ।[୪][୧] ଅନ୍ତନଳୀ ବାହାରକୁ ସଂକ୍ରମଣ ଯାଇଥିଲେ ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Salmonella". CDC (in ଇଂରାଜୀ). 9 March 2015. Archived from the original on 25 May 2017. Retrieved 7 May 2017.
  2. ୨.୦ ୨.୧ ୨.୨ "Salmonella Infections". MedlinePlus (in ଇଂରାଜୀ). Archived from the original on 30 April 2017. Retrieved 7 May 2017.
  3. Hald, T. (2013). Advances in microbial food safety: 2. Pathogen update: Salmonella (in ଇଂରାଜୀ). Elsevier Inc. Chapters. p. 2.2. ISBN 9780128089606. Archived from the original on 2017-09-10.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Salmonella (non-typhoidal)". World Health Organization. December 2016. Archived from the original on 20 April 2017. Retrieved 7 May 2017.
  5. GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
  6. ୬.୦ ୬.୧ "Salmonella". World Health Organization. Archived from the original on 17 April 2017. Retrieved 7 May 2017.