ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍

ଉଇକିପିଡ଼ିଆ ରୁ
(ଗାସ୍ଟ୍ରୋଏଣ୍ଟେରାଇଟିସ ରୁ ଲେଉଟି ଆସିଛି)
Jump to navigation Jump to search
ଗାସ୍ଟ୍ରୋଏଣ୍ଟେରାଇଟିସ
Gastroenteritis viruses.jpg
ଗାସ୍ଟ୍ରୋଏଣ୍ଟେରାଇଟିସ ଭୁତାଣୁ: ଏ = ରୋଟାଭୁତାଣୁ, ବି = ଆଡେନୋଭୁତାଣୁ, ସି = ନୋରୋଭୁତାଣୁ ଓ ଡି = ଆସ୍ଟ୍ରୋଭୁତାଣୁ । (The virus particles are shown at the same magnification to allow size comparison.) The virus particles are shown at the same magnification to allow size comparison.
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିgastroenterology[*]
ଆଇସିଡ଼ି-୧୦A02.0, A08., A09., J10.8, J11.8, K52.
ଆଇସିଡ଼ି-୯-ସିଏମ୍008.8 009.0, 009.1, 558
ରୋଗ ଡାଟାବେସ30726
ମେଡ଼ିସିନ-ପ୍ଲସ000252 000254
ଇ-ମେଡ଼ିସିନemerg/213
MeSHD005759

ଗାସ୍ଟ୍ରୋଏଣ୍ଟେରାଇଟିସ, ପ୍ରତିଶବ୍ଦ ସଂକ୍ରମଣକାରୀ ତରଳ ଝାଡ଼ା (ଇଂରାଜୀ ଭାଷାରେ infectious diarrhea), ଏକ ଖାଦ୍ୟ ନଳୀର ପ୍ରଦାହ ଯାହା ଯାହା ମାନବ ପାକସ୍ଥଳୀଅନ୍ତନଳୀରେ ହୁଏ ।[୧] ଇଂରାଜୀରେ ଗ୍ୟାସ୍ଟ୍ରୋ ଶବ୍ଦ ପାକସ୍ଥଳିର ବିଶେଷଣ ଓ ଏଣ୍ଟେରୋ ଶବ୍ଦ ଅନ୍ତନାଳିର ବିଶେଷଣ । ଆଇଟିସ ଶବ୍ଦ ପ୍ରଦାହ ଅର୍ଥରେ ବ୍ୟବହାର ହୁଏ । ଏହାକୁ ଅନେକ କଥିତ ଭାଷାରେ ସ୍ଟୋମାକ ଫ୍ଲୁ, ଗ୍ୟାସ୍ଟ୍ରିକ ଫ୍ଲୁ ବା ସ୍ଟୋମାକ ବଗ୍ ନାମ ଦେଇ କହନ୍ତି । ଏହି ରୋଗରେ ମିଳିତ ଭାବରେ ତରଳ ଝାଡ଼ା, ବାନ୍ତିଉଦର ଯନ୍ତ୍ରଣା ହୁଏ ।[୨] ଜ୍ୱର, ଶକ୍ତି ଅଭାବ ଓ ନିର୍ଜଳନ ହୋଇପାରେ ।[୩][୪] ସ୍ୱାଭାବିକ ଭାବରେ ୨ ସପ୍ତାହ ପର୍ଯ୍ୟନ୍ତ ଏହି ରୋଗ ରହେ ।[୧] ଇନଫ୍ଲୁଏଞ୍ଜା ରୋଗ ସ‌ହିତ ଏହାର କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଏହାକୁ ଭୁଲରେ ପାକସ୍ଥଳୀ ଫ୍ଲୁ କୁହାଯାଏ । [୫]

ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ଭୁତାଣୁ, ଜୀବାଣୁ, ପରଜୀବୀକବକ ମାନଙ୍କଦ୍ୱାରା ହୁଏ ।[୩][୬] ଅଧିକାଂଶ ରୋଗ ଭୁତାଣୁଦ୍ୱାରା ହୁଏ ।[୬] ପିଲାମାନଙ୍କର ସାଧାରଣତଃ ରୋଟାଭୁତାଣୁଦ୍ୱାରା ଏହି ସାଂଘାତିକ ରୋଗ ହୁଏ ।[୭] ବଡ଼ ମଣିଷମାନଙ୍କର ନୋରୋଭୁତାଣୁକାମ୍ପିଲୋବ୍ୟାକ୍ଟରଦ୍ୱାରା ସାଧାରଣତଃ ହୁଏ ।[୮][୯] ଅସିଦ୍ଧ ଖାଦ୍ୟ ଖାଇଲେ, ପ୍ରଦୂଷିତ ଜଳ ପାନ କଲେ ଓ ସଂକ୍ରମିତ ଲୋକ ସଂସ୍ପର୍ଷରେ ଆସିଲେ ଏହି ରୋଗ ବ୍ୟାପେ । ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ପରୀକ୍ଷା ଆବଶ୍ୟକ ହୁଏନାହିଁ ।[୩]

ଏହାର ପ୍ରତିଷେଧ ନିମନ୍ତେ ସାବୁନ‌ଦ୍ୱାରା ହସ୍ତ ପ୍ରକ୍ଷାଳନ, ବିଶୁଦ୍ଧ ଜଳ ପାନ, ମାନବ ଆବର୍ଜନା ଓ ପିଲାଙ୍କୁ ବଜାର ଖାଦ୍ୟ ବଦଳରେ ସ୍ତନ୍ୟପାନ କରାଯାଏ ।[୩] ପିଲାଙ୍କୁ ରୋଟାଭୁତାଣୁ ଟିକା ଦେବାକୁ ପରାମର୍ଶ ଦିଆଯାଏ ।[୩][୭] ଯଥେଷ୍ଟ ପରିମାଣର ପାନୀୟ ଦେଇ ଚିକିତ୍ସା କରାଯାଏ । ସାମାନ୍ୟ ଓ ମଧ୍ୟମ ଧରଣର ରୋଗ ନିମନ୍ତେ ଓରାଲ ରିହାଇଡ୍ରେସନ ସଲ୍ୟୁସନ ବା ଓଆରଏସ (ଜଳ, ଲୁଣ ଓ ଚିନିର ଏକ ମିଶ୍ରଣ) ଦିଆଯାଏ । ସ୍ତନ୍ୟପାନ କରୁଥିବା ପିଲାଙ୍କୁ ମଝିରେ ମଝିରେ ଲଗାତାର ସ୍ତନ୍ୟପାନ କରାଯାଏ । ସାଂଘାତିକ କେଶ୍‌ରେ ଶିରାଭ୍ୟନ୍ତର ତରଳ ପାନୀୟ ଆବଶ୍ୟକ ହୁଏ ।[୩] ନାସାପାକସ୍ଥଳି ନଳି ମାଧ୍ୟମରେ ତରଳ ପଦାର୍ଥ ଦିଆଯାଏ । [୧୦] ଜିଙ୍କ ଅନୁପୂରକ ପିଲାଙ୍କୁ ଦିଆଯାଏ ।[୩] ଆଣ୍ଟିବାୟୋଟିକ ସାଧାରଣତଃ ଆବଶ୍ୟକ ହୁଏ ନାହିଁ । [୧୧]

ପ୍ରତ୍ୟେକ ବର୍ଷ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ୩ରୁ ୫ ନିୟୁତ ଲୋକ ଆକ୍ରାନ୍ତ ହୋଇ ୧.୪ ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି ।[୧୨][୧୩] ବିକାଶଶୀଳ ଦେଶମାନଙ୍କରେ ଓ ଶିଶୁମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧୪] ସନ ୨୦୧୧ରେ ୫ ବର୍ଷରୁ କମ ବୟସର ୧.୭ ବିଲିଅନ ପିଲାଙ୍କ ମଧ୍ୟରୁ ୦.୭ ନିୟୁତ ପିଲା ମୃତ୍ୟୁ ବରଣ କରିଥିଲେ ।[୧୫] ଦୁଇ ବର୍ଷରୁ କମ୍ ବୟସର ପିଲାଙ୍କୁ ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୬ ବା ତାଠାରୁ ଅଧିକ ଥର ଏହି ରୋଗ ହୁଏ । [୧୬] ବଡ଼ ମଣିଷଙ୍କର ଇମ୍ମ୍ୟୁନିଟି ଅଧିକ ଥିବାରୁ ଏହି ରୋଗ କମ୍ ହୁଏ । [୧୭]


ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ପତଳା ଝାଡା ଓ ବାନ୍ତି ହୁଏ, ବେଳେ ବେଳେ ଗୋଟିଏ ଲକ୍ଷଣ ପ୍ରକାଶ ପାଏ । ପେଟରେ କ୍ରାମ୍ପ ହୋଇପାରେ । ସଂକ୍ରମଣ ହେବାର ୧୨ - ୭୨ ଘଣ୍ଟା ମଧ୍ୟରେ ଲକ୍ଷଣ ଦେଖାଯାଏ[୧୪] । ଭାଇରସଦ୍ୱାରା ହେଉଥିଲେ ଏକ ସପ୍ତାହ ମଧ୍ୟରେ ଭଲ ହୋଇଯାଏ । କେତେକ ଭୁତାଣୁ ଜନିତ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗରେ ଜର, ଥକ୍କାଣ, ମୁଣ୍ଡ ବଥା ଓ ମାଂସ ପେଶୀ ଯନ୍ତ୍ରଣା ହୁଏ । ଝାଡାରେ ରକ୍ତ ପଡୁଥିଲେ ଭୁତାଣୁ ଅପେକ୍ଷା ଜୀବାଣୁଦ୍ୱାରା ହେବା ସମ୍ଭାବନା ଅଧିକ । କେତେକ ଜୀବାଣୁ ଯୋଗୁ ପେଟରେ ଯନ୍ତ୍ରଣା ହୁଏ ଓ ଅନେକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ ।
ପିଲାମାନେ ୩ରୁ ୮ ଦିନ ମଧ୍ୟରେ ଭଲ ହୋଇ ଯାଆନ୍ତି[୧୮] । ଗରିବା ଦେଶମାନଙ୍କରେ ଚିକିତ୍ସା ସୁବିଧା ନ ଥିବାରୁ ବହୁତ ଦିନ ଧରି ରୋଗ ଲାଗି ରହେ[୧୯] ନିର୍ଜଳନ ଏହାର ଏକ ଜଟିଳ ସମସ୍ୟା,[୨୦] । ନିର୍ଜଳନ ଏହାର ମୂଖ୍ୟ ଜଟୀଳତା। ସ୍ୱଳ୍ପ ସ୍ୱାସ୍ଥ୍ୟରକ୍ଷା ଓ ଅପପୁଷ୍ଟି ଥିବା ସ୍ଥାନମାନଙ୍କରେ ବାରମ୍ବାର ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ହୁଏ ଓ ଏହା ସହ ବିକାଶରେ ବାଧା ହୁଏ ଓ ବହୁ ଦିନ ଧରି ବୋଧ ଶକ୍ତି କମିଯାଏ ।

କାରଣ[ସମ୍ପାଦନା]

ବିଭିନ୍ନ ଏଜେଣ୍ଟଙ୍କଦ୍ୱାରା ଏହି ରୋଗ ହୁଏ ।

ଭୁତାଣୁ[ସମ୍ପାଦନା]

ରୋଟା, ନୋରା, ଆଡେନୋ ଓ ଆସ୍ଟ୍ରୋ ଭୁତାଣୁଦ୍ୱାରା ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ ରୋଗ ହୁଏ[୧୭][୨୧]ରୋଟା ଭୁତାଣୁ ସବୁଠାରୁ ଅଧିକ ପିଲାମାନଙ୍କ ଦେହରେ ଏହି ରୋଗ ସୃଷ୍ଟି କରେ ଓ ଉଭୟ ବିକଶିତ ଓ ବିକାଶଶୀଳ ଦେଶମାନଙ୍କରେ ସମ ଭାବରେ ଦେଖାଯାଏ । ପିଲାମାନଙ୍କର ରୋଗର ୭୦% ଭୁତାଣୁ ଯୋଗୁ ହୁଏ[୧୦] । ଇମ୍ମ୍ୟୁନିଟି ଯୋଗୁ ବଡମାନଙ୍କ ଦେହରେ ରୋଟା ଜନିତ ରୋଗ କମ ହୁଏ[୨୨]
ବଡ ମଣିଷଙ୍କର ନୋରୋ ଭୁତାଣୁ ଯୋଗୁ ଏହି ରୋଗ ଆମେରିକାରେ ଦେଖାଯାଏ ।

ଜୀବାଣୁ[ସମ୍ପାଦନା]

Salmonella enterica serovar Typhimurium (ATCC 14028) as seen with a microscope at 1000 fold magnification and following Gram staining.

ବିକଶିତ ଦେଶମାନଙ୍କରେ ମୂଖ୍ୟତଃ କ୍ୟୁମ୍ପିଲୋବ୍ୟାକ୍ଟର ଜେଜୁନି ଜୀବାଣୁଦ୍ୱାରା ଏହି ରୋଗ ହୁଏ । ଯେଉଁ ଲୋକମାନେ କୁକୁଡା ପାଳନ କାମରେ ନିଯୁକ୍ତ ଥାଆନ୍ତି ସେମାନଙ୍କର ଏହି ରୋଗ ବେଶି ହୁଏ[୨୩] । ପିଲାମାନଙ୍କର ରୋଗର ୧୫% ଜୀବାଣୁଦ୍ୱାରା ହୁଏ । ମୂଖ୍ୟ ଜୀବାଣୁ ଗୁଡିକର ନାମ: ଇ. କୋଲାଇ, ସାଲମୋନେଲା, ସିଗେଲା ଓ କୋମ୍ପିଲୋବ୍ୟାକ୍ଟର । ସଂକ୍ରମିତ ଖାଦ୍ୟରେ ଜୀବାଣୁ କିଛି ଘଣ୍ଟା ରହିଗଲେ ଜୀବାଣୁ ବଂଶ ବୃଦ୍ଧି କରନ୍ତି । ଅସିଦ୍ଧ ଖାଦ୍ୟ, ପୋଲ୍ଟ୍ରି, ସମୁଦ୍ରି ଖାଦ୍ୟ, ଅଣ୍ଡା, ପାସ୍ଚୁରାଇଜ ହୋଇ ନ ଥିବା କ୍ଷୀର, ଫଳ ଓ ପରିବା ଜୁସ[୨୪] ମାଧ୍ୟମରେ ଏହି ରୋଗ ସହଜରେ ବ୍ୟାପେ । ଖାଦ୍ୟ ଓ ଜଳ ମାଧ୍ୟମ ଏହି ସଂକ୍ରମଣର ମୂଖ୍ୟ ବାହକ ।
ଆଣ୍ଟିବାୟୋଟିକ ଓ ଆଣ୍ଟାସିଡ ସେବନ କରୁଥିବା ଲୋକଙ୍କ ଦେହରେ କେତେକ ଜୀବାଣୁର ବିଷାକ୍ତ ପଦାର୍ଥ ଯୋଗୁ ଏହି ରୋଗ ହୁଏ ।

ପରଜୀବି(Parasite)[ସମ୍ପାଦନା]

ଜିଆର୍ଡିଆ ଓ ଏଣ୍ଟାମିବା ହୋସ୍ଟୋଲିଟିକାଦ୍ୱାରା ମଧ୍ୟ ଏହି ରୋଗ ହୁଏ ।

ବିକାରୀ ଶରୀର କ୍ରିୟା(Pathophysiology)[ସମ୍ପାଦନା]

କ୍ଷୁଦ୍ର ଅନ୍ତ ଓ ବୃହଦନ୍ତର ସଙ୍କ୍ରମଣ ଯୋଗୁ ହେଉଥିବା ତରଳ ଝାଡା ଓ ବାନ୍ତି ରୋଗକୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ କୁହାଯାଏ[୧୬] । କ୍ଷୁଦ୍ର ଅନ୍ତ ନାଳୀରେ ପ୍ରଦାହ ହୁଏ ନାହିଁ କିନ୍ତୁ ବୃହଦନ୍ତରେ ପ୍ରଦାହ ହୁଏ । ଏହି ରୋଗ ସୃଷ୍ଟି କରିବା ନିମନ୍ତେ ଗୋତିଏ ଜୀବାଣୁ(କ୍ରିପ୍ଟୋସ୍ପୋରିଡିଅମ୍) ଠାରୁ ଆରମ୍ଭ କରି ୧୦ (କଲେରା ଜୀବାଣୁ) ସ୍ଥଳ ବିଶେଷରେ ଆବଶ୍ୟକ ହୁଅନ୍ତି ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଏହି ରୋଗ ମୂଖ୍ୟତଃ ରୋଗୀର ଲକ୍ଷଣ ଓ ଚିହ୍ନ ଦେଖି ନିର୍ଣ୍ଣୟ କରାଯାଏ । ସଠିକ ଭାବେ ଏହାର କାରଣ ନିର୍ଣ୍ଣୟ ଅନାବଶ୍ୟକ ଯେ ହେତୁ ଏହାର ଚିକିତ୍ସା ଉପରେ ପ୍ରଭାବ ନାହିଁ । ଝାଡାରେ ରକ୍ତ ଦେଖାଗଲେ ପରୀକ୍ଷା ଆବଶ୍ୟକ; ବିଷାକ୍ତ ଖାଦ୍ୟ ଯୋଗୁ ଏହା ହୋଇପାରେ । ୧୦% ପିଲାଙ୍କର ଗ୍ଲୁକୋଜ ବା ଶର୍କରା ଅଂଶ କମିଯାଏ ଏଣୁ ରକ୍ତର ଗ୍ଲୁକୋଜ ପରୀକ୍ଷା ଆବଶ୍ୟକ ହୁଏ । ଅତ୍ୟଧିକ ନିର୍ଜଳନ ଥିଲେ କିଡନି କର୍ମକୁଶଳତା ପରୀକ୍ଷା ଓ ଇଲେକ୍ଟ୍ରୋଲାଇଟ ପରୀକ୍ଷା କରାଯାଏ ।

ନିର୍ଜଳନ[ସମ୍ପାଦନା]

ଏହାକୁ ତିନି ଭାଗରେ ବିଭକ୍ତ କରାଯାଏ: ସାମାନ୍ୟ(୩ ରୁ୫%), ମଧ୍ୟମ(୬ରୁ ୯%) ଓ ଅତିଶୟ(୧୦% ବା ଅଧିକ) । ପିଲାମାନଙ୍କ ଦେହରେ ନିର୍ଜଳନର ମୂଖ୍ୟ ଲକ୍ଷଣ : - ଦେହର କୌଣସି ସ୍ଥାନକୁ ଅଳ୍ପ ସମୟ ନିମନ୍ତେ ଟିପଦ୍ୱାରା ଚିପି ଧରି ଛାଡିଦେଲେ ଶେତା ଦେଖାଯାଏ କିନ୍ତୁ ସଙ୍ଗେ ସଙ୍ଗେ ରକ୍ତିମ ହୋଇ ସାଧାରଣ ରଙ୍ଗ ହୋଇଯାଏ । ନିର୍ଜଳନ ଥିଲେ ସେହି ସ୍ଥାନର ରଙ୍ଗ ଫେରିବାକୁ ସମୟ ଲାଗେ । ନିଶ୍ୱାସ ପ୍ରଶ୍ୱାସ ସାଧାରଣ ରହେ ନାହିଁ[୨୫] । ପାଟି ଶୁଖି ଯାଏ, ଲୁହ ବହେ ନାହିଁ ଚମର ଇଲାସ୍ଟିସିଟି ରହେ ନାହିଁ ଓ ଆଖି ଭିତରକୁ ପଶିଯାଏ । ପରିସ୍ରା ପରିମାଣ କମିଯାଏ ।

ପ୍ରତିଷେଧ[ସମ୍ପାଦନା]

Percentage of rotavirus tests with positive results, by surveillance week, United States, July 2000 – June 2009.

ଅଣସଂକ୍ରମିତ ଜଳ ଯୋଗାଣ ଓ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଯୋଗୁ ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ୍ ରୋଗ ହାର କମିଯାଏ । ଭଲ ଭାବରେ ହାତ ଧୋଇଲେ ଏହି ରୋଗ ୩୦ % କମିଯାଏ । ସ୍ତନ୍ୟପାନ ଯୋଗୁ ରୋଗ କମ ହୁଏ , ରୋଗ ସମୟ ଓ ପୁନଃପୌନିକତାକୁ କମାଏ । ସଂକ୍ରମିତ ଖାଦ୍ୟ ଓ ପାନୀୟ ବର୍ଜନ ଉଚିତ [୨୬]

ଟୀକା[ସମ୍ପାଦନା]

ପିଲାମାନଙ୍କୁ ରୋଟା ଭୁତାଣୁ ଟୀକା ଦେବା ନିମନ୍ତେ ଡବ୍ଲ୍ୟୁ. ଏଚ୍.ଓ. ଉପଦେଶ ଦେଇଛି [୨୭][୨୮]। ଆମେରିକାର ରୋଟା ଟୀକାଦ୍ୱାରା ୮୦% ରୋଗ କମି ଯାଇଛି[୨୯][୩୦][୩୧] । ଅଧୁନା ଦୁଇ ପ୍ରକାର ଟୀକା ମିଳୁଛି ଓ ଅନ୍ୟ କେତେକ ଟୀକାର ପ୍ରସ୍ତୁତି ଚାଲିଛି । ଟୀକାର ପ୍ରଥମ ଡୋଜ ୬ରୁ ୧୫ ସପ୍ତାହ ମଧ୍ୟରେ ଦିଆଯାଏ । କଲେରା ଟୀକା ୫୦ରୁ ୬୦% କାମ ଦିଏ[୩୨]

ଚିକିତ୍ସା[ସମ୍ପାଦନା]

ଗ୍ଯାସ୍ଟ୍ରୋଏଣ୍ଟେରାଇଟିସ୍ ଏକ ତୀବ୍ର ଓ ସ୍ୱତଃ ଭଲ ହେବା ରୋଗ ଓ ଏହା ନିମନ୍ତେ କୌଣସି ଔଷଧ ଦରକାର ହୁଏ ନାହିଁ। ସ୍ୱଳ୍ପ ଓ ମଧ୍ୟମ ଧରଣର ରୋଗରେ ନିର୍ଜଳନ ନିମନ୍ତେ ଓରାଲ ରିହାଡ୍ରେସନ ଥେରାପି (ORT) ଦିଆଯାଏ[୧୨] ।ମେଟୋକ୍ଲୋପ୍ରମାଇଡ୍ ଏବଂ/ କିମ୍ବା ଓନ୍ଡାନସ୍ଟେରନ[୩୩] କେତେକ ପିଲାମାନଙ୍କୁ ସାହଯ୍ୟ କରେ । ବ୍ୟୁଟାଇଲ୍‌ସ୍କୋପୋଲାମିନ୍ ଦେଲେ ଉଦର ଯନ୍ତ୍ରଣା କମିଯାଏ[୩୪]

ପୁନଃ ଜଳଯୋଜନ(Rehydration)[ସମ୍ପାଦନା]

ବଜାରରେ ଏଥି ନିମନ୍ତେ ଓ.ଆର.ଏସ୍. ପାଉଡର ମିଳେ । ଏହାକୁ ଥଣ୍ଡା ହୋଇଥିବା ଫୁଟା ପାଣିରେ ନିର୍ଦ୍ଦେଶ ମୁତାବକ ଓ.ଆର୍.ଏସ୍. ମିଶେଇ ପାନୀୟ ପ୍ରସ୍ତୁତ କରି ରୋଗୀକୁ ପିଇବାକୁ ଦିଆଯାଏ । ଏହି ପାନୀୟ ପାଟିକୁ ଭଲ ନ ଲାଗିଲେ ସାଧାରଣ ଜଳ ସାଥିରେ ସାମାନ୍ୟ ଚିନି / ଗ୍ଲୁକୋଜ ଓ ଲୁଣ ମିଶେଇ ରୋଗୀକୁ ଦିଆଯାଏ । ଯଦି ନିର୍ଜଳନ ଅତ୍ୟଧିକ ଥାଏ ବା ଚେତନା କମି ଯାଉଥାଏ ତେବେ ଶୀରା ମଧ୍ୟରେ ସାଲାଇନ୍ ଓ ରିଙ୍ଗର ଲାକ୍ଟେଟ ଇତ୍ୟାଦି ଦିଆଯାଏ [୩୫][୩୬] । ଅତ୍ୟଧିକ ଚିନି ପାଣି, ସଫ୍ଟ ଡ୍ରିଙ୍କ ଓ ଫଳ ଜୁସ ଦେବା ମନା । ଦରକାର ହେଲେ ନାକ ବାଟେ ନଳି ପୁରାଇ ତରଳ ପଦାର୍ଥ ଦିଆଯାଏ ।

ଖାଦ୍ୟ[ସମ୍ପାଦନା]

ସ୍ତନ ପାନ କରୁଥିବା ଶିଶୁ ସ୍ତନ ପାନ ଜାରି ରଖିବ । ଓ.ଆର୍.ଏସ୍. ପିଇବା ପରେ ସ୍ତନ ପାନ ନ କରୁଥିବା ପିଲା ଯେଉଁ ଖାଦ୍ୟ ଖାଉଥିଲା ତାହା ଖାଇବ । ଲାକ୍ଟୋଜ ବିହୀନ ଖାଦ୍ୟ ଅନାବଶ୍ୟକ । ପିଲାମାନେ ରୋଗ ହେଉଥିବା ପୂର୍ବରୁ ଯେଉଁ ଖାଦ୍ୟ ଖାଉଥିଲେ ସେହି ଖାଦ୍ୟ ଖାଇବେ, କେବଳ ଅତ୍ୟଧିକ ଚିନି ଭଳି ପଦାର୍ଥ ଖାଇବେ ନାହିଁ । ଯଥେଷ୍ଟ ଖାଦ୍ୟ ସାର ନ ଥିବାରୁ କଦଳୀ, ଟୋଷ୍ଟ୍, ଚା ଇତ୍ୟାଦି ଉପଯୁକ୍ତ ନୁହେଁ[୩୭]। ପ୍ରୋବାୟୋଟିକ ବା ଉପକାରୀ ଜୀବାଣୁ ଔଷ ଧ ଆକାରରେ ଖାଇଲେ ଉପକାର ମିଳେ ଓ ରୋଗ ସମୟ କମିଯାଏ[୩୮] । ଆଣ୍ଟିଆୟୋଟିକ ଜନିତ ଝାଡାରେ ଏହା ପ୍ରତିଷେଧ ଓ ଚିକିତ୍ସା ଉଭୟରେ ଉପକାର କରେ[୩୯] । ଦହି ଖାଇଲେ ଭଲ [୪୦]।ପିଲାମାନଙ୍କଠାରେ ଜିଙ୍କ ଥିବା ଔଷଧଦ୍ୱାରା ପ୍ରତିଷେଧ ଓ ଚିକିତ୍ସା ଉଭୟ ଫଳପ୍ରଦ[୪୧]

ବାନ୍ତି ପ୍ରତିରୋଧକ ଔଷଧ[ସମ୍ପାଦନା]

ଓଣ୍ଡାନ୍ ସେଟ୍ରନ ଖାଇବାଦ୍ୱାରା ବାନ୍ତି କମିଯାଏ, ଶିରାରେ ଦିବାକୁ ଥିବା ସାଲାଇନ୍ ଇତ୍ୟାଦି କମ୍ ଦରକାର ପଡେ ଓ ଘରେ ମଧ୍ୟ ଚିକିତ୍ସା କରିହୁଏ [୪୨][୪୩]। ମେଟୋକ୍ଲୋପ୍ରାମାଇଡ୍ ଔଷଧ ମଧ୍ୟ ଉପକାର କରେ[୪୪] । ବେଳେ ବେଳେ ଚିକିତ୍ସାଳୟକୁ ଯିବା ଦରକାର ହୁଏ[୪୫]

ଆଣ୍ଟିବାୟୋଟିକ୍[ସମ୍ପାଦନା]

ସଧାରଣତଃ ଆଣ୍ଟିବାୟୋଟିକ୍ ଆବଶ୍ୟକ ହୁଏ ନାହିଁ, ରୋଗ ସାଂଘାତିକ ହେଲେ ଦିଆଯାଏ[୪୬] ବା ସମ୍ବେଦନଶୀଳ ଜୀବାଣୁ ଜଣା ପଡ଼ିଲେ ଦିଆଯାଏ[୪୭] । ଫ୍ଲୋରୋକୁନିଲିନ୍ ଅପେକ୍ଷା ମାକ୍ରୋଲାଇଡ ଅଧିକ ଫଳପ୍ରଦ । ଆଣ୍ଟିବାୟୋଟିକଦ୍ୱାରା ସିଗଲା[୪୮], ସାଲମୋନେଲା[୪୯] ଓ ଜିଆଡିଆ । ଜିଆଡିଆ ଓ ଇ.ଏଚ୍ ଥିଲେ ମେଟ୍ରୋନିଡାଜୋଲ୍ ଅପେକ୍ଷା ଟିନିଡାଜୋଲ୍ ଅଧିକ ଫଳପ୍ରଦ । [୫୦] ଆଣ୍ଟିବାୟୋଟିକ୍ ଖାଇବା ଦ୍ୱାର ସୁଡୋମୋନାସ୍ କୋଲାଇଟିସ୍ ହୁଏ। ଏହା ହେଲେ ଆଣ୍ଟିବାୟୋଟିକ୍ ଦେବା ବନ୍ଦ କରିଦିଆ ଯାଏ ଓ ମେଟ୍ରୋନିଡାଜୋଲ୍ ବା ଭାଙ୍କୋମାଇସିନ୍ ଦିଆଯାଏ । ଏଣ୍ଟାମିବା ବା ସିଗେଲା ପରଜୀବି ଥିଲେ ଟିନିଡାଜୋଲ୍ ଦିଆଯାଏ ।

ସଂକ୍ରମଣ ଅନୁଶୀଳନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Schlossberg, David (2015). Clinical infectious disease (Second ed.). p. 334. ISBN 9781107038912.
  2. Singh, Amandeep (July 2010). "Pediatric Emergency Medicine Practice Acute Gastroenteritis — An Update". Emergency Medicine Practice. 7 (7).
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Ciccarelli, S; Stolfi, I; Caramia, G (29 October 2013). "Management strategies in the treatment of neonatal and pediatric gastroenteritis". Infection and drug resistance. 6: 133–61. doi:10.2147/IDR.S12718. PMC 3815002. PMID 24194646.
  4. Ferri's Clinical Advisor 2015: 5 Books in 1. Elsevier Health Sciences. 2014. p. 479. ISBN 9780323084307.
  5. Shors, Teri (2013). The microbial challenge : a public health perspective (3rd ed.). Burlington, Mass.: Jones & Bartlett Learning. p. 457. ISBN 9781449673338.
  6. ୬.୦ ୬.୧ A. Helms, Richard (2006). Textbook of therapeutics : drug and disease management (8. ed.). Philadelphia, Pa. [u.a.]: Lippincott Williams & Wilkins. p. 2003. ISBN 9780781757348.
  7. ୭.୦ ୭.୧ Tate JE, Burton AH, Boschi-Pinto C, Steele AD, Duque J, Parashar UD (February 2012). "2008 estimate of worldwide rotavirus-associated mortality in children younger than 5 years before the introduction of universal rotavirus vaccination programmes: a systematic review and meta-analysis". The Lancet Infectious Diseases. 12 (2): 136–41. doi:10.1016/S1473-3099(11)70253-5. PMID 22030330.CS1 maint: Multiple names: authors list (link)
  8. Marshall JA, Bruggink LD (April 2011). "The dynamics of norovirus outbreak epidemics: recent insights". International Journal of Environmental Research and Public Health. 8 (4): 1141–9. doi:10.3390/ijerph8041141. PMC 3118882. PMID 21695033.
  9. Man SM (December 2011). "The clinical importance of emerging Campylobacter species". Nature Reviews Gastroenterology & Hepatology. 8 (12): 669–85. doi:10.1038/nrgastro.2011.191. PMID 22025030.
  10. ୧୦.୦ ୧୦.୧ Webb, A; Starr, M (April 2005). "Acute gastroenteritis in children". Australian family physician. 34 (4): 227–31. PMID 15861741. ଆଧାର ଭୁଲ: Invalid <ref> tag; name "Webb2005" defined multiple times with different content
  11. Zollner-Schwetz, I; Krause, R (August 2015). "Therapy of acute gastroenteritis: role of antibiotics". Clinical microbiology and infection : the official publication of the European Society of Clinical Microbiology and Infectious Diseases. 21 (8): 744–9. doi:10.1016/j.cmi.2015.03.002. PMID 25769427.
  12. ୧୨.୦ ୧୨.୧ Elliott, EJ (6 January 2007). "Acute gastroenteritis in children". BMJ (Clinical research ed.). 334 (7583): 35–40. doi:10.1136/bmj.39036.406169.80. PMC 1764079. PMID 17204802.
  13. Lozano, R (Dec 15, 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.
  14. ୧୪.୦ ୧୪.୧ Webber, Roger (2009). Communicable disease epidemiology and control : a global perspective (3rd ed.). Wallingford, Oxfordshire: Cabi. p. 79. ISBN 978-1-84593-504-7. ଆଧାର ଭୁଲ: Invalid <ref> tag; name "Web09" defined multiple times with different content
  15. Walker, CL; Rudan, I; Liu, L; Nair, H; Theodoratou, E; Bhutta, ZA; O'Brien, KL; Campbell, H; Black, RE (Apr 20, 2013). "Global burden of childhood pneumonia and diarrhoea". Lancet. 381 (9875): 1405–16. doi:10.1016/S0140-6736(13)60222-6. PMID 23582727.
  16. ୧୬.୦ ୧୬.୧ Dolin, [edited by] Gerald L. Mandell, John E. Bennett, Raphael (2010). "93". Mandell, Douglas, and Bennett's principles and practice of infectious diseases (7th ed.). Philadelphia, PA: Churchill Livingstone/Elsevier. ISBN 0-443-06839-9.CS1 maint: Extra text: authors list (link) ଆଧାର ଭୁଲ: Invalid <ref> tag; name "M93" defined multiple times with different content
  17. ୧୭.୦ ୧୭.୧ Eckardt AJ, Baumgart DC (January 2011). "Viral gastroenteritis in adults". Recent Patents on Anti-infective Drug Discovery. 6 (1): 54–63. doi:10.2174/157489111794407877. PMID 21210762. ଆଧାର ଭୁଲ: Invalid <ref> tag; name "Eck2011" defined multiple times with different content
  18. Meloni, A (October 2011). "Epidemiology and prevention of rotavirus infection: an underestimated issue?". The journal of maternal-fetal & neonatal medicine : the official journal of the European Association of Perinatal Medicine, the Federation of Asia and Oceania Perinatal Societies, the International Society of Perinatal Obstetricians. 24 (Suppl 2): 48–51. doi:10.3109/14767058.2011.601920. PMID 21749188. Unknown parameter |coauthors= ignored (|author= suggested) (help)
  19. "Toolkit". DefeatDD. Retrieved 3 May 2012.
  20. "Management of acute diarrhoea and vomiting due to gastoenteritis in children under 5". National Institute of Clinical Excellence. 2009. Unknown parameter |month= ignored (help)
  21. Dennehy PH (2011). "Viral gastroenteritis in children". The Pediatric Infectious Disease Journal. 30 (1): 63–4. doi:10.1097/INF.0b013e3182059102. PMID 21173676. Unknown parameter |month= ignored (help)
  22. Desselberger U, Huppertz HI (2011). "Immune responses to rotavirus infection and vaccination and associated correlates of protection". The Journal of Infectious Diseases. 203 (2): 188–95. doi:10.1093/infdis/jiq031. PMC 3071058. PMID 21288818. Unknown parameter |month= ignored (help)
  23. Galanis, E (11 September 2007). "Campylobacter and bacterial gastroenteritis". CMAJ : Canadian Medical Association. 177 (6): 570–1. doi:10.1503/cmaj.070660. PMC 1963361. PMID 17846438.
  24. Nyachuba, DG (May 2010). "Foodborne illness: is it on the rise?". Nutrition Reviews. 68 (5): 257–69. doi:10.1111/j.1753-4887.2010.00286.x. PMID 20500787.
  25. Steiner, MJ (9 June 2004). "Is this child dehydrated?". JAMA : the Journal of the American Medical Association. 291 (22): 2746–54. doi:10.1001/jama.291.22.2746. PMID 15187057. Unknown parameter |coauthors= ignored (|author= suggested) (help)
  26. "Viral Gastroenteritis". Center for Disease Control and Prevention. 2011. Retrieved 16 April 2012. Unknown parameter |month= ignored (help)
  27. World Health Organization (2009). "Rotavirus vaccines: an update" (PDF). Weekly epidemiological record. 51–52 (84): 533–540. PMID 20034143. Retrieved 10 May 2012. Unknown parameter |month= ignored (help)
  28. Szajewska, H (January 2010). "Gastrointestinal infections in the pediatric population". Current opinion in gastroenterology. 26 (1): 36–44. doi:10.1097/MOG.0b013e328333d799. PMID 19887936. Unknown parameter |coauthors= ignored (|author= suggested) (help)
  29. US Center for Disease Control and Prevention (2008). "Delayed onset and diminished magnitude of rotavirus activity—United States, November 2007–May 2008". Morbidity and Mortality Weekly Report. 57 (25): 697–700. PMID 18583958. Retrieved 3 May 2012.
  30. "Reduction in rotavirus after vaccine introduction—United States, 2000–2009". MMWR Morb. Mortal. Wkly. Rep. 58 (41): 1146–9. 2009. PMID 19847149. Unknown parameter |month= ignored (help)
  31. Tate, JE (January 2011). "Uptake, impact, and effectiveness of rotavirus vaccination in the United States: review of the first 3 years of postlicensure data". The Pediatric Infectious Disease Journal. 30 (1 Suppl): S56–60. doi:10.1097/INF.0b013e3181fefdc0. PMID 21183842. Unknown parameter |coauthors= ignored (|author= suggested) (help)
  32. Sinclair, D (16 March 2011). "Oral vaccines for preventing cholera". Cochrane database of systematic reviews (3): CD008603. doi:10.1002/14651858.CD008603.pub2. PMID 21412922. Unknown parameter |coauthors= ignored (|author= suggested) (help)
  33. Alhashimi D, Al-Hashimi H, Fedorowicz Z (2009). Alhashimi, Dunia (ed.). "Antiemetics for reducing vomiting related to acute gastroenteritis in children and adolescents". Cochrane Database Syst Rev (2): CD005506. doi:10.1002/14651858.CD005506.pub4. PMID 19370620.CS1 maint: Multiple names: authors list (link)
  34. Tytgat GN (2007). "Hyoscine butylbromide: a review of its use in the treatment of abdominal cramping and pain". Drugs. 67 (9): 1343–57. PMID 17547475.
  35. "BestBets: Fluid Treatment of Gastroenteritis in Adults".
  36. Canavan A, Arant BS (2009). "Diagnosis and management of dehydration in children". Am Fam Physician. 80 (7): 692–6. PMID 19817339. Unknown parameter |month= ignored (help)
  37. King CK, Glass R, Bresee JS, Duggan C (2003). "Managing acute gastroenteritis among children: oral rehydration, maintenance, and nutritional therapy". MMWR Recomm Rep. 52 (RR-16): 1–16. PMID 14627948. Unknown parameter |month= ignored (help)CS1 maint: Multiple names: authors list (link)
  38. Allen SJ, Martinez EG, Gregorio GV, Dans LF (2010). Allen, Stephen J (ed.). "Probiotics for treating acute infectious diarrhoea". Cochrane Database Syst Rev. 11 (11): CD003048. doi:10.1002/14651858.CD003048.pub3. PMID 21069673.CS1 maint: Multiple names: authors list (link)
  39. Hempel, S (9 May 2012). "Probiotics for the prevention and treatment of antibiotic-associated diarrhea: a systematic review and meta-analysis". JAMA: the Journal of the American Medical Association. 307 (18): 1959–69. doi:10.1001/jama.2012.3507. PMID 22570464. Unknown parameter |coauthors= ignored (|author= suggested) (help)
  40. Mackway-Jones, Kevin (2007). "Does yogurt decrease acute diarrhoeal symptoms in children with acute gastroenteritis?". BestBets. Unknown parameter |month= ignored (help)
  41. Telmesani, AM (May 2010). "Oral rehydration salts, zinc supplement and rota virus vaccine in the management of childhood acute diarrhea". Journal of family and community medicine. 17 (2): 79–82. doi:10.4103/1319-1683.71988. PMC 3045093. PMID 21359029.
  42. DeCamp LR, Byerley JS, Doshi N, Steiner MJ (2008). "Use of antiemetic agents in acute gastroenteritis: a systematic review and meta-analysis". Arch Pediatr Adolesc Med. 162 (9): 858–65. doi:10.1001/archpedi.162.9.858. PMID 18762604. Unknown parameter |month= ignored (help)CS1 maint: Multiple names: authors list (link)
  43. Mehta S, Goldman RD (2006). "Ondansetron for acute gastroenteritis in children". Can Fam Physician. 52 (11): 1397–8. PMC 1783696. PMID 17279195.
  44. Fedorowicz, Z (7 September 2011). "Antiemetics for reducing vomiting related to acute gastroenteritis in children and adolescents". Cochrane database of systematic reviews. 9 (9): CD005506. doi:10.1002/14651858.CD005506.pub5. PMID 21901699. Unknown parameter |coauthors= ignored (|author= suggested) (help)
  45. Sturm JJ, Hirsh DA, Schweickert A, Massey R, Simon HK (2010). "Ondansetron use in the pediatric emergency department and effects on hospitalization and return rates: are we masking alternative diagnoses?". Ann Emerg Med. 55 (5): 415–22. doi:10.1016/j.annemergmed.2009.11.011. PMID 20031265. Unknown parameter |month= ignored (help)CS1 maint: Multiple names: authors list (link)
  46. Traa BS, Walker CL, Munos M, Black RE (2010). "Antibiotics for the treatment of dysentery in children". Int J Epidemiol. 39 (Suppl 1): i70–4. doi:10.1093/ije/dyq024. PMC 2845863. PMID 20348130. Unknown parameter |month= ignored (help)CS1 maint: Multiple names: authors list (link)
  47. Grimwood K, Forbes DA (2009). "Acute and persistent diarrhea". Pediatr. Clin. North Am. 56 (6): 1343–61. doi:10.1016/j.pcl.2009.09.004. PMID 19962025. Unknown parameter |month= ignored (help)
  48. Christopher, PR (4 August 2010). "Antibiotic therapy for Shigella dysentery". Cochrane database of systematic reviews (8): CD006784. doi:10.1002/14651858.CD006784.pub4. PMID 20687081. Unknown parameter |coauthors= ignored (|author= suggested) (help)
  49. Effa, EE (5 October 2011). "Fluoroquinolones for treating typhoid and paratyphoid fever (enteric fever)". Cochrane database of systematic reviews (10): CD004530. doi:10.1002/14651858.CD004530.pub4. PMID 21975746. Unknown parameter |coauthors= ignored (|author= suggested) (help)
  50. Gonzales, ML (15 April 2009). "Antiamoebic drugs for treating amoebic colitis". Cochrane database of systematic reviews (2): CD006085. doi:10.1002/14651858.CD006085.pub2. PMID 19370624. Unknown parameter |coauthors= ignored (|author= suggested) (help)

ବାହାର ଲିଙ୍କ[ସମ୍ପାଦନା]