ସାଲମୋନେଲୋସିସ
ସାଲମୋନେଲୋସିସ (Salmonellosis) | |
---|---|
ବିଭାଗ | ସଂକ୍ରାମକ ରୋଗ (Infectious disease) |
ଲକ୍ଷଣ | ତରଳ ଝାଡ଼ା, ଜ୍ୱର, ଉଦର କ୍ରାମ୍ପ (abdominal cramps), ବାନ୍ତି (vomiting)[୧] |
ଆକ୍ରାନ୍ତ ସମୟ | ସଂସ୍ପର୍ଶରେ ଆସିବାର ୦.୫ରୁ ୩ ଦିନ ପରେ ରୋଗ ଆରମ୍ଭ ହୁଏ । [୧] |
ଅବଧି | ୪ରୁ ୭ ଦିନ[୧] |
କାରଣ | ସାଲମୋନେଲା (Salmonella).[୧] |
ବିପଦ କାରକ | ଅଳ୍ପ ବୟସ୍କ, ବୃଦ୍ଧ, ଦୁର୍ବଳ ଇମ୍ମ୍ୟୁନିଟି (weak immune system |
ରୋଗ ନିର୍ଣ୍ଣୟ ପଦ୍ଧତି | ମଳ ପରୀକ୍ଷା (Stool test)[୨] |
ସଠିକ ରୋଗ ନିର୍ଣ୍ଣୟ | ବିଭିନ୍ନ ପ୍ରକାରର ଗାସ୍ଟ୍ରୋଏଣ୍ଟେରାଇଟିସ (gastroenteritis)[୩] |
ପ୍ରତିକାର | ସଠିକ ରନ୍ଧା ଖାଦ୍ୟ [୪] |
ଚିକିତ୍ସା | ପାଟିରେ ତରଳ ଖାଦ୍ୟ, ଶିରାଭ୍ୟନ୍ତର ତରଳ ପଦାର୍ଥ, ଆଣ୍ଟିବାୟୋଟିକ (antibiotic)[୧] |
ପୁନଃପୌନିକ | ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ୧.୨ ନିୟୁତ ରୋଗୀ [୧] |
ମୃତ୍ୟୁ ସାନ୍ଦ୍ରତା | ୨୬୮,୦୦୦ (୨୦୧୫)[୫] |
ସାଲମୋନେଲୋସିସ (ଇଂରାଜୀ ଭାଷାରେ Salmonellosis) ଏକ ଲକ୍ଷଣଯୁକ୍ତ ସଂକ୍ରମଣ (symptomatic infection) ଯାହା ସାଲମୋନେଲା (Salmonella) ନାମକ ଏକ ଜୀବାଣୁଦ୍ୱାରା ସଂଘଟିତ ହୁଏ ।[୧] ଏହି ରୋଗରେ ସାଧାରଣତଃ ତରଳ ଝାଡ଼ା, ଜ୍ୱର, ଉଦର କ୍ରାମ୍ପ (abdominal cramps) ଓ ବାନ୍ତି (vomiting) ହୁଏ ।[୧] ଜୀବାଣୁ ସଂସ୍ପର୍ଶରେ ଆସିବାର ଅଧା ଦିନରୁ ତିନି ଦିନ ମଧ୍ୟରେ ଲକ୍ଷଣ ଆରମ୍ଭ ହୋଇ ୪ରୁ ୭ଦିନ ପର୍ଯ୍ୟନ୍ତ ରହେ ।[୬] ବେଳେ ବେଳେ ନିର୍ଜଳନ (dehydration) ମଧ୍ୟ ହୋଇପାରେ .[୪] ଯୁବାବସ୍ଥା, ବୃଦ୍ଧାବସ୍ଥା ଓ ଇମ୍ମ୍ୟୁନିଟି ଅଭାବ (weak immune system) ଥିଲେ ଏହି ରୋଗ ସାଂଘାତିକ ହୋଇଯାଏ ।[୧] ଏହି ସାଲମୋନେଲା ଦଳର ନିର୍ଦ୍ଦଷ୍ଟ ଜୀବାଣୁ ଯୋଗୁ ଟାଇଫଏଡ ଓ ପାରାଟାଇଫଏଡ ଜ୍ୱର ରୋଗ ହୁଏ ।[୨][୧]
ସାଧାରଣତଃ ଦୁଇ ପ୍ରଜାତିର (species) ସାଲମୋନେଲା ଦେଖାଯାଆନ୍ତି ଯଥା:- ସାଲମୋନେଲା ବୋଙ୍ଗୋରି (Salmonella bongori) ଓ ସାଲମୋନେଲା ଏଣ୍ଟେରିକା (Salmonella enterica) ଓ ଏମାନଙ୍କ ସହିତ ଅନେକ ଉପପ୍ରଜାତି ମଧ୍ୟ ଅଛନ୍ତି ।[୪] ମାଂସ, ଅଣ୍ଡା ଓ କ୍ଷୀର ଭଳି ଖାଦ୍ୟ ମାଧ୍ୟମରେ ଏହି ରୋଗ ବ୍ୟାପେ ।[୬] ମଳ ମିଶ୍ରତ (manure)ସାର ବ୍ୟବହାର ଯୋଗୁ ମଧ୍ୟ ଏହା ବ୍ୟାପିଯାଏ ।[୪] ବିଲେଇ, କୁକୁର ଆଦି ଗୃହପାଳିତ ଜନ୍ତୁ ଓ ସରିସୃପ (reptiles) ମାଧ୍ୟମରେ ମଧ୍ୟ ବ୍ୟାପିଥାଏ ।[୪] ମଳ ପରୀକ୍ଷା (stool test) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨]
ଉତ୍ତମ ଭାବରେ ଖାଦ୍ୟ ରାନ୍ଧିଲେ ଏହି ରୋଗକୁ ପ୍ରତିରୋଧ କରିହୁଏ ।[୪] ରୋଗ ସାମାନ୍ୟ ଧରଣର ହୋଇଥିଲେ କୌଣସି ଚିକିତ୍ସା ଦରକାର ହୁଏନାହିଁ ।[୪] ଚିନ୍ତାଜନକ ଅବସ୍ଥା ହୋଇଥିଲେ ଶିରାଭ୍ୟନ୍ତର (intravenous) ତରଳ ପଦାର୍ଥ ଓ ଇଲେକ୍ଟ୍ରୋଲାଇଟ ସମସ୍ୟାର (electrolyte problems) ଚିକିତ୍ସା କରାଯାଏ ।[୪][୧] ଅନ୍ତନଳୀ ବାହାରକୁ ସଂକ୍ରମଣ ଯାଇଥିଲେ ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "Salmonella". CDC (in ଆମେରିକୀୟ ଇଂରାଜୀ). 9 March 2015. Archived from the original on 25 May 2017. Retrieved 7 May 2017.
- ↑ ୨.୦ ୨.୧ ୨.୨ "Salmonella Infections". MedlinePlus (in ଇଂରାଜୀ). Archived from the original on 30 April 2017. Retrieved 7 May 2017.
- ↑ Hald, T. (2013). Advances in microbial food safety: 2. Pathogen update: Salmonella (in ଇଂରାଜୀ). Elsevier Inc. Chapters. p. 2.2. ISBN 9780128089606. Archived from the original on 2017-09-10.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Salmonella (non-typhoidal)". World Health Organization. December 2016. Archived from the original on 20 April 2017. Retrieved 7 May 2017.
- ↑ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୬.୦ ୬.୧ "Salmonella". World Health Organization. Archived from the original on 17 April 2017. Retrieved 7 May 2017.