ସରୋଜ ନନ୍ଦ

ଉଇକିପିଡ଼ିଆ‌ରୁ
ସରୋଜ ନନ୍ଦ
ଜନ୍ମ(1959-05-18)୧୮ ମଇ ୧୯୫୯
ମୃତ୍ୟୁ୫ ଡିସେମ୍ବର ୨୦୦୦(2000-12-05) (ବୟସ ୪୧)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନନବଜୀବନ ବିଦ୍ୟାପୀଠ, ରାଜେନ୍ଦ୍ର କଲେଜ
ପ୍ରସିଦ୍ଧିଓଡ଼ିଆ ସଂଗୀତକାର
ପିତାମାତା(s)ପରମାନନ୍ଦ ନନ୍ଦ, ସୁବର୍ଣ୍ଣ ନନ୍ଦ

ସରୋଜ ନନ୍ଦ (୧୮ ମଇ ୧୯୫୯ - ୦୫ ଡିସେମ୍ବର ୨୦୦୦), ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । "ବାଟରେ ଚାଲୁ ଚାଲୁ","ତୁ ଚାଲି ଯିବୁ ତୋ ଶାଶୁଘର","ମୁଁ ତ ବଡ଼ ଦେଉଳର ପାରା","ଶହେ ଆଠ ବେଲ ପତର" ଓ "କେରିକେରି ସୁନା ଦୁବ" ଆଦି ଗୀତରେ ସେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ । ଓଡ଼ିଆ ସିନେମା ଓ ଆଲବମ ବ୍ୟତିତ ସେ ହିନ୍ଦୀ, ମରାଠୀଛତିଶଗଡ଼ୀ ଗୀତରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।

ସରୋଜ, ୧୯୫୯ମସିହାରେ ବଲାଙ୍ଗୀରଠାରେ ଜନ୍ମଗ୍ରହଣ କରିଥିଲେ । ବଲାଙ୍ଗୀରର ନବଜୀବନ ବିଦ୍ୟାପୀଠରୁ ଶିକ୍ଷାରମ୍ଭ ହୋଇଥିଲା । ଗୀତ ଶିକ୍ଷା ଆରମ୍ଭ ହୋଇଥିଲା ବାପା-ମାଙ୍କ ପାଖରୁ । ଶଙ୍କର ପ୍ରଧାନଙ୍କୁ ସେ ନିଜ ଗୁରୁ ମାନୁଥିଲେ । ରାଜେନ୍ଦ୍ର କଲେଜରେ ପାଠ ପଢ଼ିଲାବେଳୁ ସେ ସଙ୍ଗୀତ ନିର୍ଦ୍ଦେଶନା ଆରମ୍ଭ କରିଥିଲେ । ବହୁ ଆଧୁନିକ ଓ ଭଜନ ଆଲବମରେ ନିର୍ଦ୍ଦେଶନା ଦେଇ ପୁରସ୍କୃତ ମଧ୍ୟ ହୋଇଥିଲେ । ୨୦୦୦ ମସିହା ଡିସେମ୍ବର ୫ତାରିଖରେ, ୪୧ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।

ସଙ୍ଗୀତ ନିର୍ଦ୍ଦେଶନା[ସମ୍ପାଦନା]

ଆଲବମ[ସମ୍ପାଦନା]

  • ପ୍ରଥମ ପ୍ରେମ
  • ତମ କଥା ମନେ ପଡ଼େ
  • ଚାନ୍ଦିନୀ
  • ରଜନୀ ଗନ୍ଧା
  • ପୁଣି ଦେଖାହେବ
  • କହିଲେ କହିବ କହୁଚି

ଚଳଚ୍ଚିତ୍ର[ସମ୍ପାଦନା]

ସମ୍ମାନ[ସମ୍ପାଦନା]

  • ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୧୯୯୮ (ଲକ୍ଷ୍ମୀ ପ୍ରତିମା)[୨]

ଆଧାର[ସମ୍ପାଦନା]

  1. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୦୫/୧୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 10 December 2017. Retrieved 5 December 2017.
  2. Orissa reference: glimpses of Orissa. TechnoCAD Systems. 2001.

ଅଧିକ ତଥ୍ୟ[ସମ୍ପାଦନା]