ରାଜେନ୍ଦ୍ର କଲେଜ, ବଲାଙ୍ଗୀର

ଉଇକିପିଡ଼ିଆ‌ରୁ
ରାଜେନ୍ଦ୍ର କଲେଜ
ସ୍ଥାପିତ୧୯୪୪
ପ୍ରକାରସହ-ଶିକ୍ଷା
ତଳସ୍ନାତକସ୍ନାତକ(ବିଜ୍ଞାନ, କଳା ଓ ବାଣିଜ୍ୟ), ଏମବିଏ
ଅବସ୍ଥାନବଲାଙ୍ଗୀର‌, ଓଡ଼ିଶା, ଭାରତ
ଅନୁବନ୍ଧନୟୁଜିସି(UGC), ନାକ୍(NAAC)
ୱେବସାଇଟrajendracollege.nic.in

ରାଜେନ୍ଦ୍ର କଲେଜ (୧୯୪୪), ଓଡ଼ିଶା ରାଜ୍ୟର ବଲାଙ୍ଗୀର ଜିଲ୍ଲାର ସଦର ମହକୁମା ବଲାଙ୍ଗୀର ସହରରେ ଅବସ୍ଥିତ ।[୧] ଏହା ପଶ୍ଚିମ ଓଡ଼ିଶାର ଏକ ସର୍ବପୁରାତନ ପୂର୍ଣ ଡିଗ୍ରୀ ସରକାରୀ କଲେଜ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହ ଏହା ଅନୁବନ୍ଧିତ ଥିଲା । ଅଧୁନା ଏହା ସ୍ୱାୟଂଚାଳିତ ମାନ୍ୟତା ପ୍ରାପ୍ତ । ଏହି କଲେଜରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ସହ ବିଭିନ୍ନ ବିଷୟରେ ଅନର୍ସର ବ୍ୟବସ୍ଥା ଉପଲବ୍ଧ । ଏହି କଲେଜରେ କେତେକ ବିଷୟରେ ସ୍ନାତକୋତ୍ତର ଡିଗ୍ରୀର ସୁବିଧା ମଧ୍ୟ ମିଳେ ।

NAACଦ୍ୱାରା B+ ମାନ୍ୟତା ପାଇଥିବା ଏହି କଲେଜ ସମ୍ପ୍ରତି ସ୍ୱଯାଂଶାସିତ ମାନ୍ୟତା ମଧ୍ୟ ହାସଲ କରିଛି ।[୨]

ଅବସ୍ଥିତି [ସମ୍ପାଦନା]

ରାଜେନ୍ଦ୍ର କଲେଜର ପରିସର ଏହା ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ । ବଲାଙ୍ଗୀରରୁ ପାଟଣାଗଡ଼ ଯିବା ରାସ୍ତାରେ ଏକ ସୁନ୍ଦର ଓ ପ୍ରକୃତିକ ସବୁଜିମା ଭରା ସ୍ଥାନରେ ଏହା ଅବସ୍ଥିତ । 

ପାଠାଗାର [ସମ୍ପାଦନା]

ବଲାଙ୍ଗୀର କଲେଜ ଲାଇବ୍ରେରୀରେ ୧,୦୦,୦୦୦ରୁ ଉର୍ଦ୍ଧ ପୁସ୍ତକ ଅଛି ।

ଛାତ୍ରାବାସ ଓ ଅନ୍ୟ ସୁବିଧା [ସମ୍ପାଦନା]

ରାଜେନ୍ଦ୍ର କଲେଜରେ ୩ଟି ହଷ୍ଟେଲର ବ୍ୟବସ୍ଥା ରହିଛି .

  • ନୂତନ ହଷ୍ଟେଲ 
  • ପିଜି ହଷ୍ଟେଲ 
  • ମହିଳା ହଷ୍ଟେଲ 

କଲେଜ ପରିସର ଭିତରେ ଛତ୍ରା ଛାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧାର ବ୍ୟବସ୍ଥା ରହିଛି 

  • ଚିକିତ୍ସାଳୟ 
  • କେଣ୍ଟିନ 
  • ଡାକ ଘର 
  • ଛାତ୍ର ସୂଚନା କେନ୍ଦ୍ର 
  • ପାର୍କିଂ 
  • ଖେଳ ପଡ଼ିଆ 

ଆଧାର [ସମ୍ପାଦନା]

  1. "Rajendra College (Autonomous), Balangir". balangir.nic.in. Balangir District Administration. Retrieved 31 July 2019.
  2. "Rajendra College in Odisha's Balangir gets university status". odishasuntimes.com. Retrieved 31 July 2019.

External links[ସମ୍ପାଦନା]