ସନ୍ତୋଷ ଟ୍ରଫି

ଉଇକିପିଡ଼ିଆ ରୁ
Jump to navigation Jump to search
ସନ୍ତୋଷ ଟ୍ରଫି
SantoshTrophyLogo.JPG
Founded୧୯୪୧
Regionଭାରତ
Number of teams୩୧
Current championsସର୍ଭିସେସ (୨ଥର ଚାମ୍ପିଆନ)
Most successful team(s)ପଶ୍ଚିମବଙ୍ଗ(ବେଙ୍ଗଲ୍)(୩୧ ଥର ଚାମ୍ପିଆନ)
Television broadcastersଟେନ ସ୍ପୋର୍ଟ୍ସ
୨୦୧୨ ସନ୍ତୋଷ ଟ୍ରଫି

ସନ୍ତୋଷ ଟ୍ରଫି ଫୁଟବଲ ୧୯୪୧ ମସିହାରେ ଭାରତୀୟ ଫୁଟବଲ ଆସୋସିଏଶନ ସଭାପତି ଥିବା ସନ୍ତୋଷର ମହାରାଜା ସାର ମନ୍ମଥ ନାଥ ରାୟ ଚୈଧୁରୀଙ୍କ ନାମରେ ଏହି ଟ୍ରଫିର ନାମକରଣ ହେଇଛି।ସନ୍ତୋଷ ବର୍ତ୍ତମାନ ବାଂଲାଦେଶରେ ଅବସ୍ତିତ । କିନ୍ତୁ ସ୍ୱାଧୀନତା ପୂର୍ବରୁ ଅଖଣ୍ଡ ଭାରତୀୟ ରାଜ୍ୟଭାବେ ରହିଥିବା ସନ୍ତୋଷ ନାମରେ ହିଁ ଏହି ଟ୍ରଫିର ନାମକରଣ ହେଇଛି । ୧୯୪୧ ମସିହାରୁ ପ୍ରତିବର୍ଷ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାବେ ଅନୁଷ୍ଠିତ ହେଇଆସୁଛି ଏହି ପ୍ରତିଯୋଗିତା । ଏଥିରେ ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ ବିଭିନ୍ନ ସରକାରୀ ସଂଗଠନ ଗୁଡିକ ଅଂଶଗ୍ରହଣ କରିଆସୁଛନ୍ତି । ରନର୍ସ ଅଫ ଟ୍ରଫି କମଳା ଗୁପ୍ତାଙ୍କ ନାମରେ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ମହୀଶୁର ଫୁଟବଲ ଆସୋସିଏଶନ ପକ୍ଷରୁ ସମ୍ପାଙ୍ଗୀ କପ ୧୯୫୨ ମସିହାରୁ ଦିଆହୋଇଆସୁଛି । ସମ୍ପାଙ୍ଗୀ ମହୀଶୁର(ବର୍ତ୍ତମାନ କର୍ଣ୍ଣାଟକ)ର ଜଣେ ପ୍ରସିଦ୍ଧ ଫୁଟବଲ ଖେଳାଳି ଥିଲେ ଏବଂ ତାଙ୍କ ନାମରେ ଏହି ଟ୍ରଫି ଦେବାର ବ୍ୟବସ୍ଥା କରାଯାଇଛି।

ଲକ୍ଷ୍ୟ[ସମ୍ପାଦନା]

୧୯୯୬ ପର୍ଯ୍ୟନ୍ତ ସନ୍ତୋଷ ଟ୍ରଫି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚିତ ହେଇଆସୁଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନକୁ ଭିତ୍ତିକରି ଜାତୀୟ ଦଳ ସହ ଅନ୍ୟାନ୍ୟ ଦଳ ଚୟନ କରାଯାଉଥିଲା । କିନ୍ତୁ ୧୯୯୬ରେ ନ୍ୟାଶନାଲ ଫୁଟବଲ ଲିଗ ଆରମ୍ଭ ହେବା ପରେ ସନ୍ତୋଷ ଟ୍ରଫିର ଗୁରୁତ୍ୱ କମିଯାଇଛି । ନ୍ୟାଶନାଲ ଫୁଟବଲ ଲିଗରେ ଦେଶର ପ୍ରତିଷ୍ଠିତ ଖେଳାଳିଙ୍କ ସମେତ ଦେଶ ବାହାରର ଖେଳାଳିଙ୍କ ସମାଗମ ଯୋଗୁଁ ଏହା ଦେଶର ସବୁଠୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ବିବେଚିତ ହେଇଛି । ଏବେ ସନ୍ତୋଷ ଟ୍ରଫିକୁ ଭବିଷ୍ୟତ ଗଢିବା ପାଇଁ ବ୍ୟବହାର କରାଯାଉଛି । ଏହି ଟୁର୍ଣ୍ଣାମେଣ୍ଟକୁ ଏବେ ଅଲିମ୍ପିକ ଢାଞ୍ଚାରେ ଆୟୋଜନ କରାଯାଉଛି।ଟୁର୍ଣ୍ଣାମେଣ୍ଟରେ କେବଳ ୨୩ ବର୍ଷରୁ କମ ବୟସର ଖେଳାଳି ମାନଙ୍କୁ ସାମିଲ କରାଯାଉଥିବାରୁ ଭବିଷ୍ୟତ ଖେଳାଳିଙ୍କୁ ଚିହ୍ନଟ କରିବାପାଇଁ ସବୁଠାରୁ ବଡ ପ୍ଲାଟଫର୍ମ ଭାବେ ଉଭାହେଇଛି।ଯୁବ ଖେଳାଳିମାନେ ମଧ୍ୟ ଏହାର ସଦୁପଯୋଗ କରିଛନ୍ତି ।

ଗଠନ[ସମ୍ପାଦନା]

ସନ୍ତୋଷ ଟ୍ରଫିର ଫର୍ମାଟ ବାରମ୍ବାର ପରିବର୍ତ୍ତନ ହେଇଛି । ଏବେ ଗ୍ରହଣ କରାଯାଇଥିବା ଫର୍ମାଟରେ ଅଂଶଗ୍ରହଣକାରୀ ଦଳ ଗୁଡିକୁଅଧିକ ମ୍ୟାଚ ଖେଳିବାକୁ ସୁଯୋଗ ମିଳୁଛି । ସେମି ଫାଇନାଲ ମ୍ୟାଚ ନକ୍ ଆଉଟ୍ ଭିତ୍ତିରେ ଖେଳାଯିବ । ନିର୍ଦ୍ଧାରିତ ସମୟରେ ମ୍ୟାଚ ମୀମାଂସା ହୋଇନପାରିଲେ ଅତିରିକ୍ତ ସମୟ ଖେଳାଯିବ।ଏଥିରେ ଗୋଲ୍ଡେନ ଗୋଲ ହେଲେ ମ୍ୟାଚର ଫଳାଫଳ ନିର୍ଣ୍ଣିତ ହେଇପାରିବ । କିନ୍ତୁ ଏଥିରେ ଖେଳ ସମାନ ସ୍ତରରେ ରହିଲେ ପେନାଲ୍ଟି ଶୁଟ୍ ଆଉଟର ପଦ୍ଧତି ଅନୁସୃତ ହେବାର ନିୟମ ରହିଛି । ବର୍ତ୍ତମାନ ୧୭ ଏବଂ ୧୯ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ହେଲା ଏଲିଟ୍ ଓ ଅନ୍ୟଟି ହେଲା ପ୍ଲେଟ ଡିଭିଜନ ।

ବିଜେତା/ଉପବିଜେତା[ସମ୍ପାଦନା]

ଦଳ ବିଜେତା ଉପବିଜେତା ଫାଇନାଲରେ ପ୍ରବେଶ
ପଶ୍ଚିମବଙ୍ଗ (ବେଙ୍ଗଲ୍) ୩୧ ୧୨ ୪୩
ପଞ୍ଜାବ ୧୪
କେରଳ ୧୨
ଗୋଆ ୧୨
ମହାରାଷ୍ଟ୍ର (ବମ୍ବେ) ୧୧ ୧୫
କର୍ଣ୍ଣାଟକ (ମାଇଜୋର)
ରେଲ୍ୱ୍ଏ
ଆନ୍ଧ୍ର ପ୍ରଦେଶ (ହାଇଦ୍ରାବାଦ)
ସର୍ଭିସେସ
ଦିଲ୍ଲୀ
ମଣିପୁର
ତାମିଲନାଡୁ (ମାଡ୍ରାସ) 0

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]