Jump to content

ସଞ୍ଜୀବ କୁମାର ସାହୁ

ଉଇକିପିଡ଼ିଆ‌ରୁ
ସଞ୍ଜୀବ କୁମାର ସାହୁ
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀନଗେନ୍ଦ୍ର କୁମାର ପ୍ରଧାନ
ପର ଅଧିକାରୀରମେଶ ଚନ୍ଦ୍ର ସାଇ
ନିର୍ବାଚନ ମଣ୍ଡଳୀଆଠମଲ୍ଲିକ
ବିଧାୟକ: ୧୨ଶ (ଉପ), ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୯ ସେପ୍ଟେମ୍ବର ୨୦୦୩ – ୨୦୦୯
ପୂର୍ବ ଅଧିକାରୀରାମଚନ୍ଦ୍ର ପ୍ରଧାନ
ପର ଅଧିକାରୀପଦ୍ମନାଭ ବେହେରା
ନିର୍ବାଚନ ମଣ୍ଡଳୀବୀରମହାରାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-05-02) ୨ ମଇ ୧୯୬୦ (ବୟସ ୬୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି (୨୦୨୧ - ଏବେଯାଏଁ)
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ ( - ୨୦୨୧)
ଜୀବନ ସାଥୀଉଷାରାଣୀ ସାହୁ
ବାପା/ବୋଉଦଶରଥ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ସଞ୍ଜୀବ କୁମାର ସାହୁ (ଜନ୍ମ: ୨ ମଇ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସଞ୍ଜୀବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି । ୨୦୦୩ ମସିହାରେ ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ୧୨ଶ ଓ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମହାରାଜପୁର ଓ ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ସଞ୍ଜୀବ କୁମାର ସାହୁ ୧୯୬୦ ମସିହାର ମଇ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଶରଥ ସାହୁ ଓ ପତ୍ନୀଙ୍କ ନାମ ଉଷାରାଣୀ ସାହୁ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସଞ୍ଜୀବ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ, ସେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୨୧ ମସିହାରେ, ଦଳ ଛାଡ଼ିଥିଲେ ।[] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି ।[]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୯୩,୯୫୭ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଠାରୁ ୧୬,୧୫୩ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୯ ସେପ୍ଟେମ୍ବର ୨୦୦୩ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ବୀରମହାରାଜପୁର ବିଜୁ ଜନତା ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ଆଠମଲ୍ଲିକ
୨୦୧୪ ୨୦୧୯ ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା
  1. ୧.୦ ୧.୧ "Shri Sanjeeb Kumar Sahoo". odishaassembly.nic.in. Odisha Assembly. Retrieved 7 July 2020.
  2. "ବିଜେଡିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ସଂଜୀବ ସାହୁ - Samaja Live" (in ଆମେରିକୀୟ ଇଂରାଜୀ). 2021-11-03. Retrieved 2024-07-03.
  3. "General Election to Assembly Constituencies 2024: Athamallik (Odisha)". Election Commission of India. Retrieved 3 July 2024.