ସଞ୍ଜୀବ କୁମାର ସାହୁ

ଉଇକିପିଡ଼ିଆ‌ରୁ
(ସଞ୍ଜିବ କୁମାର ସାହୁରୁ ଲେଉଟି ଆସିଛି)
ସଞ୍ଜୀବ କୁମାର ସାହୁ
ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୯
ପୂର୍ବ ଅଧିକାରୀନଗେନ୍ଦ୍ର କୁମାର ପ୍ରଧାନ
ପର ଅଧିକାରୀରମେଶ ଚନ୍ଦ୍ର ସାଇ
ନିର୍ବାଚନ ମଣ୍ଡଳୀଆଠମଲ୍ଲିକ
ବିଧାୟକ: ୧୨ଶ (ଉପ), ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୯ ସେପ୍ଟେମ୍ବର ୨୦୦୩ – ୨୦୦୯
ପୂର୍ବ ଅଧିକାରୀରାମଚନ୍ଦ୍ର ପ୍ରଧାନ
ପର ଅଧିକାରୀପଦ୍ମନାଭ ବେହେରା
ନିର୍ବାଚନ ମଣ୍ଡଳୀବୀରମହାରାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1960-05-02) ୨ ମଇ ୧୯୬୦ (ବୟସ ୬୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଉଷାରାଣୀ ସାହୁ
ବାପା/ବୋଉଦଶରଥ ସାହୁ (ବାପା)
ବୃତ୍ତିରାଜନୀତିଜ୍ଞ

ସଞ୍ଜୀବ କୁମାର ସାହୁ (ଜନ୍ମ: ୨ ମଇ ୧୯୬୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସଞ୍ଜୀବ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି । ୨୦୦୩ ମସିହାରେ ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ସେ ୧୨ଶ ଓ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମହାରାଜପୁର ଓ ଆଠମଲ୍ଲିକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସଞ୍ଜୀବ କୁମାର ସାହୁ ୧୯୬୦ ମସିହାର ମଇ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଶରଥ ସାହୁ ଓ ପତ୍ନୀଙ୍କ ନାମ ଉଷାରାଣୀ ସାହୁ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସଞ୍ଜୀବ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Sanjeeb Kumar Sahoo". odishaassembly.nic.in. Odisha Assembly. Retrieved 7 July 2020.