ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ‌
ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ‌
Established୧୭ ଜୁନ ୧୯୪୬
Founderବିକ୍ରମ ଦେବ ବର୍ମା
Affiliationଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା
Locationଜୟପୁର, ଓଡ଼ିଶା, ୭୬୪୦୦୧

ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଏକ ଭାରତୀୟ କଳା ଧନ୍ଦାମୂଳକ ବିଦ୍ୟାଳୟ ଓ ଏହା ଓଡ଼ିଶାର ଜୟପୁର ସହରରେ ଅବସ୍ଥିତ । ଏହା ଜୟପୁର ରାଜ୍ୟର ତତ୍କାଳୀନ ମହାରାଜା ବିକ୍ରମ ଦେବଙ୍କଦ୍ୱାରା ୧୯୪୬ମସିହାରେ ସ୍ଥାପିତ ହୋଇଥିଲା । ଏଠାରେ ଚାରି ବର୍ଷିଆ ଧନ୍ଦାମୂଳକ କଳାରେ ସ୍ନାତକ (ବି. ଭି. ଏ.) ପାଠ୍ୟକ୍ରମ ପଢ଼ାଯାଇଥାଏ ଓ ପ୍ରତି ଶ୍ରେଣୀରେ ୨୦ ଜଣ ଛାତ୍ରଙ୍କ ପଢ଼ିବା ପାଇଁ ସୁବିଧା ରହିଛି । ଅନୁଷ୍ଠାନଟି ୧୯୯୧ରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ପ୍ରତିବନ୍ଧିତ ଓ ଏଠାରେ ଦୁଇ ବର୍ଷିଆ ଯୁକ୍ତ ଦୁଇ କଳା ଧନ୍ଦାମୂଳକ ମଧ୍ୟ ଶିକ୍ଷାଦାନ ପ୍ରଦାନ କରାଯାଏ ।

ଇତିହାସ[ସମ୍ପାଦନା]

ଶ୍ରୀବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁର ରାଜ୍ୟର ତତ୍କାଳୀନ ମହାରାଜା ବିକ୍ରମ ଦେବଙ୍କ ୧୯୪୬ମସିହାରେ ସ୍ଥାପନା କରାଇଥିଲେ ।[୧] ଭାରତ ଗଣରାଜ୍ୟ ଗଠନ ପରେ ରାଜସମ୍ପତ୍ତି ଉଚ୍ଛେଦ ହେବା ଅନ୍ତେ ଏହି ଅନୁଷ୍ଠାନଟି ୧୯୪୬ରୁ ୧୯୫୨ ପର୍ଯ୍ୟନ୍ତ ଜୟପୁରସ୍ଥିତ ସଂସ୍କୃତି ରାଜସ୍ୱ ବିଭାଗ ଅଧୀନରେ ରହିଥିଲା । ୧୯୬୯ ମଇ ୨୭ରେ ସଂସ୍କୃତି ବିଭାଗ ଅନୁଷ୍ଠାନ ଓ ତାହାର ସମ୍ପତ୍ତିର ଦାୟିତ୍ୱ ନେଇଥିଲା ।[୨]

ଶିକ୍ଷାଦାନ[ସମ୍ପାଦନା]

ବିଦ୍ୟାଳୟର ପ୍ରତି ଶ୍ରେଣୀରେ ସିଟ ସଂଖ୍ୟା ୨୦ । ଅନୁଷ୍ଠାନର କାର୍ଯ୍ୟ ସମୟ ସକାଳ ୧୦ଟାରୁ ଅପରାହ୍ନ ୪ଟା ଓ ପାଠ୍ୟକ୍ରମର ଅବଧି ଚାରି ବର୍ଷ । ଏଠାରେ ଧନ୍ଦାମୂଳକ କଳାରେ ସ୍ନାତକ (ବି. ଭି. ଏ.) ପାଠ୍ୟକ୍ରମ ପଢ଼ାଯାଇଥାଏ । ତେବେ ଏଠାରେ ଦୁଇ ବର୍ଷିଆ +୨ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରଦାନ କରାଯାଇଆସୁଛି । ଏହା ୧୯୯୧ ମସିହାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଅଧୀନରେ ଅନୁବନ୍ଧିତ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ । ଏହି ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ଦଶମ । ଏହି ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପାଠ୍ୟଖସଡ଼ା ଅନୁସରଣ କରେ |[୨]

ଆଧାର[ସମ୍ପାଦନା]

  1. "ଚାରୁ ଓ କାରୁକଳା କଳା ମହାବିଦ୍ୟାଳୟ ସ୍ଥାପନ ପାଇଁ ବାଧକ କିଏ ?". Sambad. 2024-02-14. Retrieved 2024-02-15.
  2. ୨.୦ ୨.୧ "S.V. Govt. School of Art and Craft, Jeypore". Govt. of Odisha: Central Monitoring Mechanism for Right to Information. Archived from the original on 2024-02-15. Retrieved 2024-02-15.