ଶୈଳେନ୍ଦ୍ର ଦ୍ୱିବେଦୀ
ଦେଖଣା
ଜନ୍ମ ଓ ଜନ୍ମସ୍ଥାନ | ଶୈଳେନ୍ଦ୍ର କୁମାର ଦ୍ୱିବେଦୀ ୨୪ ଅପ୍ରେଲ ୧୯୬୪ ତଳକୁସୁମା, ପାଟକୁରା, କେନ୍ଦ୍ରାପଡ଼ା |
---|---|
ବୃତ୍ତି | ସାହିତ୍ୟିକ ଓ ପ୍ରଶାସକ |
ବାସସ୍ଥଳୀ | ଜଗନ୍ନାଥନଗର, ଭୁବନେଶ୍ୱର |
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକତ୍ତୋର(କର୍ମଚାରୀ ପରିଚାଳନା ଓ ଶିଳ୍ପ) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ଜୀବନସାଥୀ | ସୁଚିସ୍ମିତା ଦ୍ୱିବେଦୀ |
ସନ୍ତାନ | ସମ୍ବୀତ, ସଂଚିତା |
ପିତାମାତା | ନିକୁଞ୍ଜ କିଶୋର, କନକବାଳା |
ୱେବସାଇଟ | |
ନିଜ ୱେବସାଇଟ |
ଶୈଳେନ୍ଦ୍ର ଦ୍ୱିବେଦୀ(ଜନ୍ମ : ୨୪ ଅପ୍ରେଲ ୧୯୬୪) ଜଣେ ଓଡ଼ିଆ ସାହିତ୍ୟିକ । ମୁଖ୍ୟତଃ ପ୍ରବନ୍ଧ ଲେଖୁଥିବା ଶୈଳେନ୍ଦ୍ର, ଓଡ଼ିଶାର ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ବ ମଧ୍ୟ ଲେଖନ୍ତି । ବୃତ୍ତିରେ ସେ ଜଣେ ପ୍ରଶାସନିକ ଅଧିକାରୀ ।[୧] ସେ ୧୯୬୪ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବ୍ଲକର ତଳକୁସୁମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୮୫ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଶୈଳେନ୍ଦ୍ର ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି । ୧୯୮୬ମସିହାରେ ସେ ଓଡ଼ିଶା ସରକାରଙ୍କ ଅଧିନରେ ସହକାରୀ ଶ୍ରମ ଅଧିକାରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ଇତିମଧ୍ୟରେ ସେ ପଞ୍ଚାୟତିରାଜ, ମତ୍ସ ଓ ପଶୁପାଳନା, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଆଦି ବିଭାଗରେ କାମ କରିସାରିଛନ୍ତି ।[୨]
ପିଲାଦିନୁ କବିତା ଲେଖା ଆରମ୍ଭ କରିଥିବା ଶୈଳେନ୍ଦ୍ରଙ୍କର ଏଯାବତ ପ୍ରାୟ ୯ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି ।
ରଚନାବଳୀ
[ସମ୍ପାଦନା]- ଅସନ୍ତୁଷ୍ଟ ହେବାର ଅନୁରାଗ ଓ ଅନ୍ୟାନ୍ୟ ପ୍ରବନ୍ଧ - ୨୦୦୬
- ମୁଖା - ୨୦୦୭
- ମାୟାମିରିଗ - ୨୦୦୭
- ଏକ ଚିତ୍ରବାଘର କାହାଣୀ - ୨୦୦୯
- ଲୋହିତ ସୂର୍ଯ୍ୟର ଦେଶ - ୨୦୧୦
- ପାହାଡ଼ ତଳର ଏକ ଗାଁ - ୨୦୧୦
- ବୋଆ ସିନିୟରଙ୍କ ଶେଷଗୀତ - ୨୦୧୧
- ନିଜନିଜ ନିର୍ବାଣ - ୨୦୧୨
- ନିଜ ଭିତରେ ଆକାଶ - ୨୦୧୪
ଆଧାର
[ସମ୍ପାଦନା]- ↑ http://www.gaodisha.gov.in/encroachment/cadre/OAS_time_scale_view.php
- ↑ "ନିଜ କଥା". ଧରିତ୍ରୀ ମେଟ୍ରୋ ମିଜାଜ ୧୪/୦୬/୨୦୧୮ ପୃଷ୍ଠା ୩. Retrieved 15 June 2018.[permanent dead link]