ଶେଖର ଚନ୍ଦ୍ର ସାହୁ

ଉଇକିପିଡ଼ିଆ‌ରୁ
ଶେଖର ଚନ୍ଦ୍ର ସାହୁ
ଜନ୍ମ(1955-10-23)୨୩ ଅକ୍ଟୋବର ୧୯୫୫
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଚେସ ଖେଳାଳୀ,କୋଚ,ସିନିୟର ଫିଡେ ଟ୍ରେନର
ବୈବାହିକ-ସାଥୀବିବାହିତ

ଶେଖର ଚନ୍ଦ୍ର ସାହୁ ହେଉଛନ୍ତି ଏକାଧାରରେ ଜଣେ ଚେସ ଖେଳାଳୀ, କୋଚ, ଟ୍ରେନର, ସଂଗଠକ ଓ ଚେସ ଖେଳାଳୀଙ୍କ ପଥ ପ୍ରଦର୍ଶକ । ଶେଖର ଚନ୍ଦ୍ର ସାହୁ ହେଉଛନ୍ତି ଓଡ଼ିଶା ଚେସର ପ୍ରଥମ ଆନ୍ତର୍ଜାତିକ ମାଷ୍ଟର ।[୧] ଫିଡେ ସିନିୟର ଟ୍ରେନର ଟାଇଟଲ ହାସଲ କରିବାରେ ସେ ପ୍ରଥମ ଭାରତୀୟ । ଭାରତର ପେସାଦାର କୋଚ ଭାବେ ସେ ୨୦ବର୍ଷରୁ ଉର୍ଦ୍ଧ କାର୍ଯ୍ୟରତ । ତାଙ୍କ କୋଚିଂରେ ଦେବାଶିଷ ଦାସ, ଅନ୍ୱେଷ ଉପାଧ୍ୟାୟ, ସ୍ୱୟମ୍ସ ମିଶ୍ର, କିରଣ ମନିଷା ମହାନ୍ତି ଓ ପଦ୍ମିନୀ ରାଉତ[୨] ଏକ ଏକ ଭିନ୍ନ ସୋପାନରେ ପହଞ୍ଚିବାରେ ସକ୍ଷମ ହେଇଛନ୍ତି । ସମ୍ପ୍ରତି ସେ ସର୍ବଭାରତୀୟ ଚେସ ଫେଡେରେଶନର ଉପସଭାପତି ଭାବେ କାର୍ଯ୍ୟରତ ।[୩] [୪] ୨୦୧୧ରେ ଗଠିତ ଅଲ ଓଡ଼ିଶା ଚେସ୍ ଆସୋସିଏଶନର ପ୍ରଥମ ସଭାପତି ।[୫]

କୃତିତ୍ତ୍ୱ[ସମ୍ପାଦନା]

  • ୧୯୭୪ରେ ଜୁନିଅର ରାଜ୍ୟ ଚେସ ଚାମ୍ପିୟନଶିପରେ ଚାମ୍ପିୟନ ହେବା ହିଁ ତାଙ୍କ କ୍ୟାରିଅରକୁ ଆଗେଇନେଇଥିଲା ı
  • ୧୯୮୧ ଓ ୧୯୮୬ରେ ଯଥାକ୍ରମେ କାନପୁରଆଇଜଲଠାରେ ଅନୁଷ୍ଠିତ ନ୍ୟାସନାଲ "ବି" ଚାମ୍ପିୟନଶିପରେ ସେ ରନର୍ସଅପ ı
  • ୧୯୮୭ରେ କର୍ଣ୍ଣାଟକର ଟୁନକୁରଠାରେ ଅନୁଷ୍ଠିତ ନ୍ୟାସନାଲ "ଏ" ଚାମ୍ପିୟନଶିପରେ ରନରଅପ ହେଇଥିଲେ ଏହି ପ୍ରତିଯୋଗିତାରେ ସେ ବର୍ତ୍ତମାନର ବିଶ୍ୱ ଚାମ୍ପିୟନବିଶ୍ୱନାଥନ ଆନନ୍ଦଙ୍କ ସହ ଖେଳିବାର ସୌଭାଗ୍ୟ ପାଇଥିଲେ ı[୬]
  • ୧୯୯୦ରେ ପଣ୍ଡିଚେରୀରେ ଅନୁଷ୍ଠିତ ନ୍ୟାସନାଲ "ବି" ଚାମ୍ପିୟନଶିପରେ ଚାମ୍ପିୟନ ହେବା ଥିଲା ତାଙ୍କ କ୍ୟାରିଅରର ଏକ ସ୍ୱର୍ଣ୍ଣିମ ସଫଳତା ı[୭]
  • ୧୯୯୨ରେ ଓଡ଼ିଶାର ପ୍ରଥମ ଚେସ ଖେଳାଳୀ ଭାବେ ଆନ୍ତର୍ଜାତିକ ମାଷ୍ଟର ଉପାଧି ପାଇଲେ ı
  • ୨୦୧୦ରେ ପ୍ରଥମ ଭାରତୀୟ ଭାବେ ଫିଡେ ସିନିୟର ଟ୍ରେନର ଟାଇଟଲ ଅର୍ଜନ କଲେ ı
  • ୨୦୧୧ ଏପ୍ରିଲରେ ହଙ୍ଗେରୀର କେଚମେଟଠାରେ ଆୟୋଜିତ ଚେସ ଇଭେଣ୍ଟରେ ଚାମ୍ପିୟନ ı

ଆଧାର[ସମ୍ପାଦନା]

  1. "Sahu, Sekhar Chandra FIDE Chess Profile - Players Arbiters Trainers". ratings.fide.com. 2012. Retrieved 3 July 2012. FIDE title International Master {{cite web}}: horizontal tab character in |quote= at position 11 (help)
  2. "Orisports.com". orisports.com. 2012. Retrieved 3 July 2012.
  3. "AICF_Office_Bearers.jpg (JPEG ପ୍ରତିଛବି, 1175x1688 ପିକସେଲ) - ମପାଯାଇଛି (37%)". orissachess.com. 2011. Archived from the original on 12 May 2012. Retrieved 3 July 2012.
  4. "Setback for Soumya Swaminathan as organisers goof up in Turkey - Sport - DNA". dnaindia.com. 2012. Retrieved 3 July 2012. All India Chess Federation (AICF) vice president Sekhar Chandra Sahu supported Soumya.
  5. "Orisports.com". orisports.com. 2012. Retrieved 3 July 2012.
  6. "Grandmaster Games Database - Sekhar Chandra Sahu". redhotpawn.com. 2012. Retrieved 3 July 2012. Sekhar Chandra Sahu
  7. "Grand felicitation overwhelms chess players, organisations". indianchessfed.org. 2012. Retrieved 3 July 2012. Sekhar Chandra Sahu: Former National 'B' champion and at present a leading coach of the country

ବାହାର ଆଧାର[ସମ୍ପାଦନା]