Jump to content

ଲୋନାପେଗସୋମାଟ୍ରୋପିନ

ଉଇକିପିଡ଼ିଆ‌ରୁ
ଲୋନାପେଗସୋମାଟ୍ରୋପିନ
Clinical data
Trade namesSkytrofa
SynonymsLonapegsomatropin-tcgd; Lonapegsomatropin Ascendis Pharma; rhGH-PEG; ACP-011; ΤransConPEG hGh; WHO-10598
data
Routes of
administration
Subcutaneous injection
Legal status
Legal status
Chemical and physical data
FormulaC1051H1627N269O317S9[C2H4O]4n

ଲୋନାପେଗସୋମାଟ୍ରୋପିନ (ଇଂରାଜୀ ଭାଷାରେ Lonapegsomatropin), ସ୍କାଇଟ୍ରୋଫା ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ଅଭିବୃଦ୍ଧି ହରମୋନ ଅଭାବର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ୧ରୁ ୧୮ ବର୍ଷ ବୟସର ପିଲାମାନଙ୍କ ନିମନ୍ତେ ବ୍ୟବହୃତ ହୋଇପାରେ |, [] [] ସପ୍ତାହରେ ଥରେ ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, କମ୍ ଥାଇରଏଡ ଏବଂ ଇଞ୍ଜେକସନ୍ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, କର୍କଟ, ମଧୁମେହ, ଇଣ୍ଟାକ୍ରାନିଆଲ୍ ଉଚ୍ଚ ରକ୍ତଚାପ, ଫୁଲା, ଅଗ୍ନାଶୟ ପ୍ରଦାହ ଏବଂ ସ୍ଲିପ୍‌ଡ କ୍ୟାପିଟାଲ୍ ଫେମେରାଲ୍ ଏପିଫିସିସ ହୋଇପାରେ ।[] ଏହା ଏକ ମାନବ ଅଭିବୃଦ୍ଧି ହରମୋନ୍ (ସୋମାଟ୍ରୋପିନ୍) ଯାହାକି ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ପାଇଁ ବିକଶିତ ହୋଇଛି | [] []

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଲୋନାପେଗସୋମାଟ୍ରୋପିନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ଶିଶୁର ଓଜନ ଉପରେ ନିର୍ଭର କରି ଔଷଧ ଦିଆଯାଏ ଯାହା ନିମନ୍ତେ ସପ୍ତାହକୁ ୨୮୦୦ରୁ ୧୨,୩୦୦ ଡଲାର ଖର୍ଚ୍ଚ ହୋଇଥାଏ । [] ୨୦୨୨ ସୁଦ୍ଧା ଏହା ୟୁରୋପରେ ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇନାହିଁ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Lonapegsomatropin Ascendis Pharma EPAR". European Medicines Agency. 10 November 2021. Archived from the original on 16 March 2022. Retrieved 16 March 2022.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Skytrofa- lonapegsomatropin-tcgd injection, powder, lyophilized, for solution". DailyMed. Archived from the original on 1 October 2021. Retrieved 30 September 2021.
  3. "Skytrofa: FDA-Approved Drugs". U.S. Food and Drug Administration (FDA). Archived from the original on 26 August 2021. Retrieved 25 August 2021.
  4. "Skytrofa Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 27 October 2022.
  5. "Lonapegsomatropin". SPS - Specialist Pharmacy Service. 7 March 2019. Archived from the original on 17 January 2022. Retrieved 27 October 2022.