ସ୍ଲିପ୍‌ଡ କ୍ୟାପିଟାଲ ଫେମେରାଲ ଏପିଫିସିସ

ଉଇକିପିଡ଼ିଆ‌ରୁ
Slipped capital femoral epiphysis
Slipped upper femoral epiphysis (SUFE), coxa vara adolescentium, skiffy, souffy
X-ray showing a slipped capital femoral epiphysis, before and after surgical fixation.
ବିଭାଗOrthopedics
ଲକ୍ଷଣGroin, hip, knee, or thigh pain, limp[୧]
ଆକ୍ରାନ୍ତ ସମୟ8 to 15 years old[୧]
ବିପଦ କାରକObesity, hypothyroidism, hypogonadism[୧]
ରୋଗ ନିର୍ଣ୍ଣୟ ପଦ୍ଧତିHip X-rays[୧]
ସଠିକ ରୋଗ ନିର୍ଣ୍ଣୟAdductor muscle strain (groin pull), transient synovitis, Legg-Calvé-Perthes disease, septic arthritis, avulsion fracture[୧]
ଚିକିତ୍ସାNo weight on affected leg, surgery[୧]
ପୁନଃପୌନିକ1 per 10,000 children[୧]

ସ୍ଲିପ୍‌ଡ କ୍ୟାପିଟାଲ ଫେମେରାଲ ଏପିଫିସିସ ( SCFE ) ଏକ ଅବସ୍ଥା ଯେଉଁଥିରେ ଗ୍ରୋଥ ପ୍ଲେଟ ଭାଙ୍ଗିଯିବାରୁ ଫିମୋରାଲ ନେକ ସ୍ଥାନ‌ଚ୍ୟୁତ ହୋଇଯାଏ । [୨] ଲକ୍ଷଣଗୁଡ଼ିକ ସାଧାରଣତଃ ଗ୍ରଏନ, ହିପ, ଜଙ୍ଘ କିମ୍ବା ଆଣ୍ଠୁରେ ଯନ୍ତ୍ରଣା ହୁଏ ଓ ରୋଗୀ ଛୋଟେଇ ଚାଲେ । [୧] ପ୍ରଭାବିତ ଊରୁସନ୍ଧି ବା ହିପକୁ ଘୁଞ୍ଚାଇବାର କ୍ଷମତା ମଧ୍ୟ ହ୍ରାସ ହୋଇପାରେ । [୩] ୨୦%ରୁ ୫୦% କ୍ଷେତ୍ରରେ ଉଭୟ ପାର୍ଶ୍ୱ ପ୍ରଭାବିତ ହୋଇପାରନ୍ତି । [୧] ଅବସ୍ଥା ଜଟିଳ ହେଲେ ଆଭାସ୍କୁଲାର ନେକ୍ରୋସିସ୍, କଣ୍ଡ୍ରୋଲାଇସିସ ଏବଂ ଫେମୋରୋସେଟାବୁଲାର ଇମ୍ପିଙ୍ଗମେଣ୍ଟ ଫିମରୋଆସେଟାବୁଲାର ଇମ୍ପିଞ୍ଜମେଣ୍ଟ ହୋଇପାରେ । [୧]

ବିପଦ କାରକଗୁଡ଼ିକ ମଧ୍ୟରେ ମେଦବହୁଳତା, ହାଇପୋଥାଇରଏଡିଜିମ୍ ଏବଂ ହାଇପୋଗୋନାଡିଜ୍ମ ଅନ୍ତର୍ଭୁକ୍ତ | [୨] ଉଭୟ ପାର୍ଶର ଏକ୍-ରେ କରି ରୋଗ ନିର୍ଣ୍ଣୟ କରାଯାଏ । [୧] ସେଗୁଡିକ ଦୁଇ ପ୍ରକାରରେ ବିଭକ୍ତ: ସ୍ଥିର ଏବଂ ଅସ୍ଥିର | [୧] ସ୍ଲିପ୍ ଏକ ତୃତୀୟାଂଶରୁ କମ୍ ଥିଲେ ସାମାନ୍ୟ,, ଏକ ତୃତୀୟାଂଶରୁ ଅଧା ପର୍ଯ୍ୟନ୍ତ ଖସିଥିଲେ ମଧ୍ୟମ, ଏବଂ ଯଦି ଅଧାରୁ ଅଧିକ ଖସିଥାଏ ତେବେ ଏହାକୁ ଗମ୍ଭୀର ଶ୍ରେଣୀଭୁକ୍ତ କରାଯାଏ ।[୧] ଯଦି ରୋଗ ନିର୍ଣ୍ଣୟ ବିଳମ୍ବ ହୁଏ ତେବେ ଖରାପ ଫଳାଫଳ ହୋଇପାରେ । [୧]

ସାଧାରଣତଃ ଅସ୍ତ୍ରୋପଚାରଦ୍ୱାରାଦ୍ୱାରା ଚିକିତ୍ସା କରାଯାଏ | [୨] ଏହା କାର୍ଯ୍ୟକାରୀ ନ ହେବା ପର୍ଯ୍ୟନ୍ତ ବ୍ୟକ୍ତି ସେହି ଗୋଡରେ ଚାଲିବା ବା ଓଜନ ରଖିବା ଉଚିତ୍ ନୁହେଁ । [୧] ଏହି ରୋଗ ୧୦୦,୦୦୦ ପିଲାଙ୍କ ମଧ୍ୟରୁ ୧୧ ଜଣକୁ ପ୍ରଭାବିତ କରିଥାଏ ଏବଂ କିଶୋର ଅବସ୍ଥାରେ ଏହା ଏକ ସାଧାରଣ ରୋଗ ହୁଏ । [୧] ଏହା ସାଧାରଣତଃ ୮ରୁ ୧୫ବର୍ଷ ବୟସରେ ହୋଇଥାଏ ଏବଂ ପୁରୁଷମାନଙ୍କଠାରେ ଏହା ଅଧିକ ଦେଖାଯାଏ | [୧] ପିଲାମାନଙ୍କଠାରେ ମେଦବହୁଳତା ବୃଦ୍ଧି ପାଇବା ସହିତ ଏହି ରୋଗ ଅଧିକ ଦେଖାଯାଉଛି। [୩] [୪] ୧୫୭୨ମସିହାରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି।

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Peck, DM; Voss, LM; Voss, TT (15 June 2017). "Slipped Capital Femoral Epiphysis: Diagnosis and Management". American family physician. 95 (12): 779–784. PMID 28671425.
  2. ୨.୦ ୨.୧ ୨.୨ Peck, DM; Voss, LM; Voss, TT (15 June 2017). "Slipped Capital Femoral Epiphysis: Diagnosis and Management". American family physician. 95 (12): 779–784. PMID 28671425.
  3. ୩.୦ ୩.୧ Karkenny, AJ; Tauberg, BM; Otsuka, NY (September 2018). "Pediatric Hip Disorders: Slipped Capital Femoral Epiphysis and Legg-Calvé-Perthes Disease". Pediatrics in review. 39 (9): 454–463. doi:10.1542/pir.2017-0197. PMID 30171056.
  4. Shapiro, Frederic (2002). Pediatric Orthopedic Deformities (in ଇଂରାଜୀ). Elsevier. p. 379. ISBN 978-0-08-053856-3. Archived from the original on 2021-08-29. Retrieved 2020-10-11.