ଲେମିଏରେ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Lemierre syndrome
Lemierre's syndrome,[୧] postanginal septicemia,[୧] necrobacillosis,[୧] septic phlebitis of the internal jugular vein, postanginal sepsis secondary to oropharyngeal infection, Lemierre's disease
Fusobacterium necrophorum, the most common bacteria involved in Lemierre
ବିଭାଗENT surgery, infectious disease[୧]
ଲକ୍ଷଣEarly: Fever, neck pain[୧]
Later: Pneumonia, pleural empyema, sepsis, brain abscess, septic emboli[୧][୨]
ଆକ୍ରାନ୍ତ ସମୟ10 to 35 years old[୨]
କାରଣThroat infection due to Fusobacterium necrophorum[୩]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, medical imaging[୧]
ସଠିକ ରୋଗ ନିର୍ଣ୍ଣୟThroat infection, mononucleosis[୨]
ଚିକିତ୍ସାAntibiotics, anticoagulation, surgery[୩][୧]
ପୁନଃପୌନିକ1 to 6 per million people per year[୧][୩]

ଲେମିଏରେ ସିଣ୍ଡ୍ରୋମ ରୋଗରେ ଆଭ୍ୟନ୍ତରୀଣ ଜୁଗୁଲାର ଶିରାର ସଂକ୍ରମଣ ହୁଏ ଯାହା ଏକ ପ୍ରକାର ସଂକ୍ରାମକ ଥ୍ରୋମ୍ବୋଫ୍ଲେବାଇଟିସ୍ ଅଟେ ।[୨] ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜ୍ୱର, ବେକ ଯନ୍ତ୍ରଣା ଏବଂ ବେକ ଫୁଲିବା ଦେଖାଯାଏ ।[୧] [୨] ସାଧାରଣତଃ ଯନ୍ତ୍ରଣା ଏବଂ ଫୁଲା ଏକପାଖିଆ ଏବଂ 'ଜ'ର (Jaw) କୋଣରେ ହୁଏ ।[୨] ପରବର୍ତ୍ତୀ ଲକ୍ଷଣଗୁଡ଼ିକ ମଧ୍ୟରେ ନିମୋନିଆ, ପ୍ଲୁରାଲ୍ ପୂଜ, ସେପ୍ସିସ, ମସ୍ତିଷ୍କ ଆବସେସ ଏବଂ ସେପ୍ଟିକ ଏମ୍ବୋଲାଇହୋଇପାରେ ।[୧] [୨] ଜଟିଳତା ମଧ୍ୟରେ ସେପ୍ଟିକ୍ ଶକ୍, ଡିସ‌ସେମମିନେଟେଡ ଇଣ୍ଟ୍ରାଭାସ୍କୁଲାର୍ କୋଆଗୁଲେସନ ଏବଂ ଏଣ୍ଡ ଅର୍ଗାନ ବିଫଳତା ହୋଇପାରେ ।[୨]

ଜୀବାଣୁ ଫୁସୋବ୍ୟାକ୍ଟେରିୟମ୍ ନେକ୍ରୋଫୋରମ ହେତୁ ଏହା ସାଧାରଣତଃ ଏକ ଗଳା ସଂକ୍ରମଣରୁ ହୁଏ ।[୩] ଫୁସୋବ୍ୟାକ୍ଟେରିୟମ୍ ନେକ୍ରୋଫୋରମ, ଷ୍ଟ୍ରେପଟୋକୋକାଇ, ଷ୍ଟାଫିଲୋକୋକାଇ ଏବଂ କ୍ଲେବସିଏଲା ନିମୋନି[୧] ଅନ୍ତର୍ନିହିତ ପ୍ରଣାଳୀରେ ପାର୍ଶ୍ୱବର୍ତ୍ତୀ ଫାରିଞ୍ଜିଆଲ ସ୍ପେସରେ ସଂକ୍ରମଣ ବିସ୍ତାର ହୁଏ ।[୨] ଲକ୍ଷଣ ଏବଂ ଅଲଟ୍ରାସାଉଣ୍ଡ କିମ୍ବା ସିଟି ସ୍କାନ ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ; ଯେହେତୁ କଲଚର ଫଳାଫଳ ପ୍ରାୟ ଏକ ସପ୍ତାହ ନେଇଥାଏ ।[୧]

ଚିକିତ୍ସା ସାଧାରଣତଃ ପ୍ରାୟ ଦୁଇ ସପ୍ତାହ ଧରି ଆଣ୍ଟିବାୟୋଟିକ ଶିରାଭ୍ୟନ୍ତରରେ ଦିଆଯାଏ ଏବଂ ଆଉ ୬ ସପ୍ତାହ ପର୍ଯ୍ୟନ୍ତ ପାଟିରେ ଆଣ୍ଟିବାୟୋଟିକ ଦିଆଯାଇଥାଏ ।[୩] ଆବସେସ ନିଷ୍କାସନ ପାଇଁ ଆଣ୍ଟିକୋଏଗୁଲେସନ୍ ଏବଂ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ |କରାଯାଏ ।[୩] [୧] ଚିକିତ୍ସା ସହିତ ମୃତ୍ୟୁ ହେବାର ଆଶଙ୍କା ୫ରୁ ୧୮% ଅଟେ ।[୨] ଆଣ୍ଟିବାୟୋଟିକ୍ ଉପଲବ୍ଧ ହେବା ପୂର୍ବରୁ ପ୍ରାୟ 2 ସପ୍ତାହ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ୯୦% ଥିଲା। [୩] [୧]

ଲେମିଏରେ ସିଣ୍ଡ୍ରୋମ ପ୍ରତିବର୍ଷ ୧-୬ ନିୟୁତ ଲୋକଙ୍କର ହୁଏ । [୧] [୩] ଯୁବ ବୟସ୍କ ପୁରୁଷମାନେ ସାଧାରଣତ ପ୍ରଭାବିତ ହୁଅନ୍ତି ।[୧] ୧୯୩୬ ମସିହାରେ, ଆଣ୍ଡ୍ରେ ଲେମିରେ ୨୦ଟି ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ଗଳା ସଂକ୍ରମଣ ପରେ ସେପସିସ୍ ହୋଇଥିଲା। [୪] [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Lee, WS; Jean, SS; Chen, FL; Hsieh, SM; Hsueh, PR (August 2020). "Lemierre's syndrome: A forgotten and re-emerging infection". Journal of microbiology, immunology, and infection = Wei mian yu gan ran za zhi. 53 (4): 513–517. doi:10.1016/j.jmii.2020.03.027. PMID 32303484.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Allen, BW; Anjum, F; Bentley, TP (January 2022). "Lemierre Syndrome". PMID 29763021. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Welkoborsky, Hans J.; Jecker, Peter (1 July 2019). Ultrasonography of the Head and Neck: An Imaging Atlas (in ଇଂରାଜୀ). Springer. p. 222. ISBN 978-3-030-12641-4. Archived from the original on 17 October 2022. Retrieved 16 October 2022.
  4. Lemierre A (1936). "On certain septicemias due to anaerobic organisms". Lancet. 1 (5874): 701–3. doi:10.1016/S0140-6736(00)57035-4.