ଲୀନା ମହାନ୍ତି

ଉଇକିପିଡ଼ିଆ ରୁ
Jump to navigation Jump to search
ଲୀନା ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ
ଓଡ଼ିଶା, ଭାରତ
ଜୀବିକାଓଡ଼ିଶୀ ନର୍ତ୍ତକୀ ଓ ଗୁରୁ
Dancesଓଡ଼ିଶୀ

ଲୀନା ମହାନ୍ତି ଜଣେ ପ୍ରସିଦ୍ଧ ଓଡ଼ିଶୀ ନର୍ତ୍ତକୀ । ସେ ଉସ୍ତାଦ ବିସମିଲ୍ଲା ଖାନ୍ ଯୁବ ସମ୍ମାନ, ମାହାରୀ ସମ୍ମାନ, ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ, ପ୍ରଭୃତି ପାଇଛନ୍ତି ଓ ବିଭିନ୍ନ ମଞ୍ଚରେ ପ୍ରଦର୍ଶନ କରିଛନ୍ତି । ସେ ମଧ୍ୟ ବିଶ୍ୱସାରା ନୃତ୍ୟ ନିର୍ଦ୍ଦେଶନା ତଥା ଶିକ୍ଷା ଦେଇଛନ୍ତି । ସେ ଭୁବନେଶ୍ୱର, କୁଆଲାମ୍ପପୁର,ନ୍ୟୁୟର୍କ, ପ୍ରଭୃତିଠାରେ ଶିକ୍ଷାକେନ୍ଦ୍ର ଖୋଲିବା ସହ ନୃତ୍ୟ ପ୍ରଦର୍ଶନ କରୁଛନ୍ତି।

ଆଦ୍ୟ ଜୀବନ[ସମ୍ପାଦନା]

ଲୀନା ମହାନ୍ତି ବ୍ୟବସାୟୀ ରବିନାରାୟଣ ମହାନ୍ତି ଓ କବି ସ୍ୱର୍ଣ୍ଣଲତା ମହାନ୍ତିଙ୍କ ଠାରୁ ଜନ୍ମ ହୋଇ ଭୁବନେଶ୍ୱରରେ ବଢ଼ିଥିଲେ । ମାତ୍ର ତାଙ୍କର ପରିବେଶ ଧାର୍ମିକ ଓ ସାଂସ୍କୃତିକ ଥିଲା, ସେଥିପାଇଁ ଚାରି ବର୍ଷ ବୟସରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ । ସେ ପ୍ରଥମେ ପ୍ରସିଦ୍ଧ ଓଡ଼ିଶୀ ଗୁରୁ ଦେବପ୍ରସାଦ ଦାସଙ୍କ ଠାରୁ ଶିଖିଥିଲେ ଓ ତାଙ୍କ ମୃତ୍ୟୁ ପରେ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ନିକଟରୁ ଶିଖିଥିଲେ । ସେ ଏବେ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିବା ସହ ଶିଖଉଛନ୍ତି ।

୧୧ ବର୍ଷ ବୟସରେ ସେ ଗୁରୁଦାସଙ୍କ ନିର୍ଦ୍ଦେଶିତ, ଓଡ଼ିଆ ଚଳଚ୍ଚିତ୍ର ବସନ୍ତ ରସରେ ରାଧାର ବିଶ୍ୱସ୍ତ ସାଙ୍ଗ ଲଳିତାର ଅଭିନୟ କରିଥିଲେ ।

ସମ୍ମାନ[ସମ୍ପାଦନା]

  • ୨୦୦୬ରେ ସଙ୍ଗୀତ ନାଟକ ଏକାଡ଼େମୀଦ୍ୱାରା ଉସ୍ତାଦ ବିସମିଲ୍ଲାହ ଖାନ୍ ଯୁବ ପୁରସ୍କାର ସମ୍ମାନ
  • ୨୦୦୬ରେ ମାହାରୀ ସମ୍ମାନ
  • ପତିତପାବନ କଳା ନିକେତନଦ୍ୱାରା ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ
  • ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଳାଳୟ ତରଫରୁ ନୃତ୍ୟରେ କନିଷ୍ଠ ଫେଲୋସିପ୍ ସମ୍ମାନ
  • ଭାରତ ସରକାରଙ୍କର ସଂସ୍କୃତ ବିଭାଗ ତରଫରୁ ଓଡ଼ିଶୀ ନୃତ୍ୟରେ ସିନିୟର୍ ଜାତୀୟ ବୃତ୍ତି
  • ସୁରସରଙ୍ଗର ସମ୍ବାଦ ତରଫରୁ ସିଙ୍ଗ୍ରମଣି ସମ୍ମାନ
  • ଭାରତୀୟ ସାଂସ୍କୃତିକ ସମ୍ପର୍କ କାଉନସିଲର ସମ୍ମାନିତ କଳାକାର

ଆଧାର[ସମ୍ପାଦନା]

http://www.artindia.net/leena

http://artindia.net/leena/about.html

http://pad.ma/BCW/info

http://www.thestar.com.my/lifestyle/entertainment/arts/2013/07/23/two-dance-forms-come-together-in-sharanagati/

https://www.nytimes.com/2010/08/21/arts/dance/21fringe.html

https://orissamatters.wordpress.com/tag/leena-mohanty/