ଲୀନା ମହାନ୍ତି

ଉଇକିପିଡ଼ିଆ‌ରୁ
ଲୀନା ମହାନ୍ତି
Born
ଓଡ଼ିଶା, ଭାରତ
Occupationଓଡ଼ିଶୀ ନର୍ତ୍ତକୀ ଓ ଗୁରୁ
Dancesଓଡ଼ିଶୀ

ଲୀନା ମହାନ୍ତି ଜଣେ ଓଡ଼ିଶୀ ନର୍ତ୍ତକୀ ଓ ଗୁରୁ ।[୧] ସେ ଉସ୍ତାଦ ବିସମିଲ୍ଲା ଖାନ୍ ଯୁବ ସମ୍ମାନ, ମାହାରୀ ସମ୍ମାନ, ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ, ଆଦି ସମ୍ମାନ ଲାଭ କରିଛନ୍ତି । ବିଭିନ୍ନ ମଞ୍ଚରେ ପ୍ରଦର୍ଶନ କରିଛନ୍ତି । ସେ ମଧ୍ୟ ବିଶ୍ୱବ୍ୟାପୀ ବିଭିନ୍ନ ସ୍ଥାନରେ ନୃତ୍ୟ ପ୍ରଦର୍ଶନ, ଶିକ୍ଷା ଏବଂ ନିର୍ଦ୍ଦେଶନା ଦେଇଛନ୍ତି । ସେ ଭୁବନେଶ୍ୱର, କୁଆଲାଲୁମ୍ପୁର,ନ୍ୟୁୟର୍କ ଆଦି ସ୍ଥାନରେ ଓଡ଼ିଶୀ ନୃତ୍ୟ ଶିକ୍ଷାକେନ୍ଦ୍ର ଖୋଲିବା ସହ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ।

ଆଦ୍ୟ ଜୀବନ[ସମ୍ପାଦନା]

ଲୀନା ମହାନ୍ତି ବ୍ୟବସାୟୀ ରବିନାରାୟଣ ମହାନ୍ତି ଓ କବି ସ୍ୱର୍ଣ୍ଣଲତା ମହାନ୍ତିଙ୍କଠାରୁ ଜନ୍ମ ହୋଇ ଭୁବନେଶ୍ୱରରେ ବଢ଼ିଥିଲେ । ମାତ୍ର ତାଙ୍କର ପରିବେଶ ଧାର୍ମିକ ଓ ସାଂସ୍କୃତିକ ଥିଲା, ସେଥିପାଇଁ ଚାରି ବର୍ଷ ବୟସରୁ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ । ସେ ପ୍ରଥମେ ପ୍ରସିଦ୍ଧ ଓଡ଼ିଶୀ ଗୁରୁ ଦେବପ୍ରସାଦ ଦାସଙ୍କଠାରୁ ଶିଖିଥିଲେ ଓ ତାଙ୍କ ମୃତ୍ୟୁ ପରେ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ନିକଟରୁ ଶିଖିଥିଲେ । ସେ ଏବେ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିବା ସହ ଶିଖାଉଛନ୍ତି । ବଂଶୀ ବିଳାସ ତାଙ୍କଦ୍ୱାରା ପ୍ରତିଷ୍ଠିତ ଏକ ନୃତ୍ୟ ଶିକ୍ଷାନୁଷ୍ଠାନ ।[୨]

୧୧ ବର୍ଷ ବୟସରେ ସେ ଗୁରୁ ଦାସଙ୍କ ନିର୍ଦ୍ଦେଶିତ, ଓଡ଼ିଆ ଚଳଚ୍ଚିତ୍ର ବସନ୍ତ ରସରେ ସେ ରାଧାଙ୍କର ବିଶ୍ୱସ୍ତ ସାଙ୍ଗ ଲଳିତା ଭୂମିକାରେ ଅଭିନୟ କରିଥିଲେ ।

ସମ୍ମାନ[ସମ୍ପାଦନା]

  • ୨୦୦୬ରେ ସଙ୍ଗୀତ ନାଟକ ଏକାଡ଼େମୀଦ୍ୱାରା ଉସ୍ତାଦ ବିସମିଲ୍ଲାହ ଖାନ୍ ଯୁବ ପୁରସ୍କାର ସମ୍ମାନ
  • ୨୦୦୬ରେ ମାହାରୀ ସମ୍ମାନ
  • ପତିତପାବନ କଳା ନିକେତନଦ୍ୱାରା ସଂଯୁକ୍ତା ପାଣିଗ୍ରାହୀ ସମ୍ମାନ
  • ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଳାଳୟ ତରଫରୁ ନୃତ୍ୟରେ କନିଷ୍ଠ ଫେଲୋସିପ୍ ସମ୍ମାନ
  • ଭାରତ ସରକାରଙ୍କର ସଂସ୍କୃତ ବିଭାଗ ତରଫରୁ ଓଡ଼ିଶୀ ନୃତ୍ୟରେ ସିନିୟର୍ ଜାତୀୟ ବୃତ୍ତି
  • ସୁରସରଙ୍ଗର ସମ୍ବାଦ ତରଫରୁ ସିଙ୍ଗ୍ରମଣି ସମ୍ମାନ
  • ଭାରତୀୟ ସାଂସ୍କୃତିକ ସମ୍ପର୍କ କାଉନସିଲର ସମ୍ମାନିତ କଳାକାର

ଆଧାର[ସମ୍ପାଦନା]

  1. "Leena Mohanty's upcoming Odissi performance in Bengaluru, 'Anurati', is based on the different kinds of love". www.thehindu.com. the hindu. Archived from the original on 10 May 2023. Retrieved 10 May 2023.
  2. "Leena Mohanty". www.samudraartsinternational.com/. samudra arts international. Archived from the original on 10 May 2023. Retrieved 10 May 2023.

ବାହାର ଲିଙ୍କ[ସମ୍ପାଦନା]