Jump to content

ଲାବିରିନ୍ଥାଇଟିସ

ଉଇକିପିଡ଼ିଆ‌ରୁ
Labyrinthitis
Otitis interna, vestibular neuronitis, vestibular neuritis, acute labyrinthitis[]
Diagram of the inner ear
ବିଭାଗOtorhinolaryngology
ଲକ୍ଷଣVertigo, vomiting, ringing in the ears[]
ଆକ୍ରାନ୍ତ ସମୟSudden[]
ଅବଧିFew weeks[]
ବିପଦ କାରକViral infection[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptom[]
ସଠିକ ରୋଗ ନିର୍ଣ୍ଣୟBenign positional vertigo, Meniere's, stroke, head injury, cholesteatoma, tumor, multiple sclerosis[][]
ଔଷଧDimenhydrinate, methylprednisolone[]
ଚିକିତ୍ସାVestibular rehabilitation[]
PrognosisUsually good[]
ପୁନଃପୌନିକ35 cases per million per year[]
Patient UKLabyrinthitis

ଲାବିରିନ୍ଥାଇଟିସ, ଯାହାକୁ ଭେଷ୍ଟିବୁଲାର ନ୍ୟୁରାଇଟିସ ମଧ୍ୟ କୁହାଯାଏ, ଏକ ପ୍ରକାର ଭୂତାଣୁ ଜନିତ ପ୍ରଦାହ ଅଟେ ଯେଉଁଥିରେ ଭିତର କାନର ଅକ୍ଷମତା ହୁଏ ।[] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡ ବୁଲା, ବାନ୍ତି ଏବଂ କାନନାଦ ଅନୁଭବ ହୋଇପାରେ ।[] ନିଜ ଚାରି ପାଖରେ ବିଶ୍ୱ ଘୁରୁଥିବା ଅନୁଭବ ସାଧାରଣତଃ ସ୍ଥିର ଥାଏ କିନ୍ତୁ ଶ୍ରବଣହାନୀ ପରିବର୍ତ୍ତନଶୀଳ ହୁଏ ।[] [] ଏହି ରୋଗ ହଠାତ୍ ଆରମ୍ଭ ହୋଇଥାଏ ।[] ଲକ୍ଷଣ‌ଗୁଡ଼ିକର ଉନ୍ନତି କିଛି ଦିନ ପରେ ହୋଇପାରେ; ସଂପୂର୍ଣ୍ଣ ସମାଧାନ ପାଇଁ ସେମାନେ ଛଅ ସପ୍ତାହ କିମ୍ବା ଅଧିକ ସମୟ ଆବଶ୍ୟକ ହୋଇପାରେ ।[]

ଏହା ଶର୍ଦ୍ଦି ଭଳି ଭୂତାଣୁ ସଂକ୍ରମଣ ଯୋଗୁ ହୋଇପାରେ ।[] ଲାବିରିନ୍ଥାଇଟିସ ରୋଗରେ ଭିତର କାନର ଲାବିରିନ୍ଥରେ ଓ ଭେଷ୍ଟିବୁଲାର ନ୍ୟୁରାଇଟିସ ରୋଗରେ ଭିତର କାନରେ ଥିବା ଭେଷ୍ଟିବୁଲାର ସ୍ନାୟୁ ପ୍ରଭାବିତ ହୁଏ ଓ ଉଭୟ କ୍ଷେତ୍ରରେ ଲକ୍ଷଣ ସମାନ ରହେ ଏବଂ ଉକ୍ତ ଶବ୍ଦଗୁଡ଼ିକର ନାମ ସାଧାରଣତଃ ଅଦଳବଦଳ ଭାବରେ ବ୍ୟବହୃତ ହୁଏ ।[] [] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ କରାଯାଏ ।[] ଏହା ଏକ ପ୍ରକାର ପେରିଫେରାଲ୍ ଭେଷ୍ଟିବୁଲାର୍ ବେମାରୀ (ସନ୍ତୁଳନ ରୋଗ) ।[]

ଚିକିତ୍ସାରେ କିଛି ଦିନ ପାଇଁ ଡାଇମେନହାଇଡ୍ରିନେଟ ଭଳି ଆଣ୍ଟିହିଷ୍ଟାମାଇନ ବ୍ୟବହାର କରାଯାଇପାରେ ।[] [] ମିଥାଇଲପ୍ରେଡନିସୋଲୋନ ଭଳି ଷ୍ଟିରଏଡ ଦେଲେ ଅବସ୍ଥାରେ ଉନ୍ନତି ହୋଇପାରେ । [] ଯଦି ସନ୍ତୁଳନ ସମସ୍ୟା ଯଦି ଚାଲୁ ରହେ ତେବେଭେଷ୍ଟିବୁଲାର ପୁନର୍ବାସ ଉପଯୋଗୀ ହୋଇପାରେ ।[] ଭୂତାଣୁରୋଧୀ ଔଷଧ ଉପଯୋଗୀ ନୁହେଁ ।[] ଅଧିକାଂଶ ଲୋକ ସଂପୂର୍ଣ୍ଣ ସୁସ୍ଥ ହୁଅନ୍ତି, କିନ୍ତୁ କିଛି ବୟସ୍କ ବ୍ୟକ୍ତିଙ୍କର ମୁଣ୍ଡ ବୁଲାଇବା ରହିପାରେ ଯାହାକି ମାସ ମାସ ଧରି ରହିଥାଏ ।[] ଏହି ରୋଗ ବାରମ୍ବାର ହୁଏନି । []

ପ୍ରତି ବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୩ରୁ ୪ଜଣ ପ୍ରଭାବିତ ହୁଅନ୍ତି ।[] ଏହା ଯେ କୌଣସି ବୟସରେ ହୋଇପାରେ; ଯଦିଓ ୩୦ରୁ ୬୦ବର୍ଷ ବୟସ୍କମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] [] ୧୯୦୯ ମସିହାରେ ଚିକିତ୍ସା ସାହିତ୍ୟରେ ଏହି ଅବସ୍ଥା ପ୍ରଥମେ ରୁଟ୍ଟିନ ବର୍ଣ୍ଣନା କରିଥିଲେ ।[]

  1. 1 2 3 4 5 6 7 Ferri's Clinical Advisor 2016: 5 Books in 1. Elsevier Health Sciences. 2015. p. 735. ISBN 9780323378222. Archived from the original on 2022-04-30. Retrieved 2022-04-22.
  2. 1 2 3 4 5 6 7 8 9 10 11 "Labyrinthitis and vestibular neuritis". nhs.uk (in ଇଂରାଜୀ). 23 October 2017. Archived from the original on 15 April 2022. Retrieved 27 April 2022.
  3. 1 2 3 4 5 6 7 8 9 10 11 12 13 14 15 Greco, A; Macri, GF; Gallo, A; Fusconi, M; De Virgilio, A; Pagliuca, G; Marinelli, C; de Vincentiis, M (2014). "Is vestibular neuritis an immune related vestibular neuropathy inducing vertigo?". Journal of Immunology Research. 2014: 459048. doi:10.1155/2014/459048. PMC 3987789. PMID 24741601.
  4. Hogue, JD (June 2015). "Office Evaluation of Dizziness". Primary Care. 42 (2): 249–258. doi:10.1016/j.pop.2015.01.004. PMID 25979586.