ଶ୍ରବଣହାନୀ

ଉଇକିପିଡ଼ିଆ‌ରୁ
Jump to navigation Jump to search
Hearing loss
Hearing impaired, Hard of hearing; anakusis or anacusis is total deafness[୧]
A stylized white ear, with two white bars surrounding it, on a blue background.
The international symbol of deafness and hearing loss
ବିଭାଗOtorhinolaryngology, audiology
ଲକ୍ଷଣDecreased ability to hear
କାରଣGenetics, aging, exposure to noise, some infections, birth complications, trauma to the ear, certain medications or toxins[୨]
ରୋଗ ନିର୍ଣ୍ଣୟ ପଦ୍ଧତିHearing tests
ପ୍ରତିକାରImmunization, proper care around pregnancy, avoiding loud noise, avoiding certain medications[୨]
ଚିକିତ୍ସାHearing aids, sign language, cochlear implants, subtitles[୨]
ପୁନଃପୌନିକ1.33 billion / 18.5% (2015)[୩]

ଶ୍ରବଣହାନୀ (ଇଂରାଜୀ ଭାଷାରେ Hearing loss) ବା ଶ୍ରବଣ ଶକ୍ତି ହ୍ରାସ, ବା ଶ୍ରବଣ ଦୁର୍ବଳତା ଏକ ଆଂଶିକ ବା ସମ୍ପୁର୍ଣ୍ଣ ଶୁଣିବା ଅକ୍ଷମତାକୁ ବୁଝାଏ | ବଧିର ବ୍ୟକ୍ତିମାନଙ୍କର କୌଣସି ଶୁଣିବା ଶକ୍ତି ନଥାଏ | [୨] ଗୋଟିଏ କିମ୍ବା ଉଭୟ କାନରେ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ | [୨] ପିଲାମାନଙ୍କର ଏହି ସମସ୍ୟା ଥିଲେ ଭାଷା ଶିଖିବା କ୍ଷମତା ରହେ ନାହିଁ ଏବଂ ବୟସ୍କମାନଙ୍କ କ୍ଷେତ୍ରରେ ଏହା ସାମାଜିକ ମିଳାମିଶା ଏବଂ କାର୍ଯ୍ୟ କରିବାରେ ଅସୁବିଧା ସୃଷ୍ଟି କରିପାରେ | [୪] ଶ୍ରବଣହାନୀ ଅସ୍ଥାୟୀ କିମ୍ବା ସ୍ଥାୟୀ ହୋଇପାରେ | ବୟସ ଜନିତ ଶ୍ରବଣହାନୀ ସାଧାରଣତଃ ଉଭୟ କାନକୁ ପ୍ରଭାବିତ କରିଥାଏ ଏବଂ କ‌କ୍ଲିଆରେ ଥିବା କେଶ ହ୍ରାସ ହେତୁ ହୋଇଥାଏ | [୫] କେତେକ ବ୍ୟକ୍ତି, ବିଶେଷକରି ବୟସ୍କ ବ୍ୟକ୍ତି ଶ୍ରବଣହାନୀ ଯୋଗୁ ଏକାକୀପଣ ଅନୁଭବ କରନ୍ତି | [୨]

ଶ୍ରବଣହାନୀର ଅନେକ କାରକ ଅଛି, ଯେପରିକି ଅନୁବଂଶିକ, ବାର୍ଦ୍ଧକ୍ୟ, ଉଚ୍ଚ ସ୍ୱରର ଶବ୍ଦ ସଂସ୍ପର୍ଶ, କିଛି ସଂକ୍ରମଣ, ଜନ୍ମ ଜଟିଳତା, କାନରେ ଆଘାତ, ଏବଂ କିଛି ଔଷଧ କିମ୍ବା ବିଷାକ୍ତ ପଦାର୍ଥ ଯୋଗୁ ଶ୍ରବଣ ଶକ୍ତି ହ୍ରାସ ହୋଇପାରେ | [୨] ସାଧାରଣତଃ ଦୀର୍ଘକାଳୀନ କାନ ସଂକ୍ରମଣ ଯୋଗୁ ଶ୍ରବଣହାନୀ ହୋଇଥାଏ | [୨] ଗର୍ଭାବସ୍ଥାରେ ସାଇଟୋମେଗାଲୋଭାଇରସ, ସିଫିଲିସ୍ ଏବଂ ରୁବେଲା ସଂକ୍ରମଣ ଯୋଗୁ ଶିଶୁର ଶ୍ରବଣହାନୀ ହୋଇପାରେ। [୨] [୬] ଶୁଣିବା ପରୀକ୍ଷାରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଅତି କମରେ ଗୋଟିଏ କାନରେ ୨୫ ଡେସିବେଲ ଶୁଣିବାକୁ ଅସମର୍ଥ ଥିଲେ ତାର ଶ୍ରବଣହାନୀ ଥିବା ନିର୍ଣ୍ଣୟ କରାଯାଏ । [୨] ସମସ୍ତ ନବଜାତ ଶିଶୁଙ୍କର ଶ୍ରବଣ ସମସ୍ୟା ଚିହ୍ନଟ କରିବା ପାଇଁ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। [୭] ଶ୍ରବଣହାନୀକୁ ମୃଦୁ (୨୫ରୁ ୪୦ ଡେସିବେଲ), ମଧ୍ୟମ (୪୧ରୁ ୫୫ ଡେସିବେଲ), ମଧ୍ୟମ-ଗମ୍ଭୀର (୫୬ରୁ ୭୦ ଡେସିବେଲ) , ଗମ୍ଭୀର (୭୧ରୁ ୯୦ ଡେସିବେଲ), କିମ୍ବା ଅତି ଗମ୍ଭୀର (୯୦ରୁ ଅଧିକ ଡେସିବେଲ) ଶ୍ରେଣୀଭୁକ୍ତ କରାଯାଏ । [୨] ଶ୍ରବଣ ଶକ୍ତି ହ୍ରାସ ହେବାର ତିନୋଟି ମୁଖ୍ୟ ପ୍ରକାର ଅଛି ଯଥା କଣ୍ଡକ୍ଟିଭ, ସେନ୍ସୋରିଆଲ ବା ମିଶ୍ରିତ ଶ୍ରବଣହାନୀ | [୮]

ପୃଥିବୀ ସ୍ତରରେ ଜନସ୍ୱାସ୍ଥ୍ୟ ପ୍ରତିରୋଧ ସାହାଯ୍ୟରେ ପ୍ରାୟ ଅଧା ଶ୍ରବଣ ଶକ୍ତି ହ୍ରାସ କରାଯାଇପାରିବ | [୨] ପ୍ରତିରକ୍ଷଣ ବା ଇମମ୍ୟୁନାଇଜେସନ, ଗର୍ଭାବସ୍ଥାରେ ଉପଯୁକ୍ତ ଯତ୍ନ, ଉଚ୍ଚ ଶବ୍ଦରୁ ଦୂରେଇ ରହିବା ଏବଂ କେତେକ ଔଷଧରୁ ଦୂରେଇ ରହିଲେ ଏହାର ପ୍ରତିଷେଧ ହୋଇପାରିବ | [୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ଯେ ଯୁବକମାନେ ଉଚ୍ଚ ସ୍ୱରର ନାଦ ଏବଂ ଅଡିଓ ପ୍ଲେୟାର ବ୍ୟବହାରକୁ ଦିନକୁ ଏକ ଘଣ୍ଟା ପର୍ଯ୍ୟନ୍ତ ସୀମିତ ରଖିବେ । ପିଲାମାନଙ୍କ କ୍ଷେତ୍ରରେ ଶୀଘ୍ର ଚିହ୍ନଟ ଏବଂ ସାହାଯ୍ୟ ବିଶେଷ ଗୁରୁତ୍ୱ ରଖିଥାଏ | [୨] ଅନେକ ପିଲାଙ୍କ ନିମନ୍ତେ ଶ୍ରବଣ ଉପକରଣ, ସାଙ୍କେତିକ ଭାଷା, କ‌କ୍ଲିଆ ପ୍ରତିରୋପଣ ଉପଯୋଗୀ | [୨] ଓଠ-ପଠନ ଦକ୍ଷତା ବିକାଶ କଲେ ଉପଯୋଗୀ ହୁଏ | [୨] ବିଶ୍ୱର ଅନେକ ସ୍ଥାନରେ ଶ୍ରବଣ ଉପକରଣଗୁଡ଼ିକର ଉପଲବ୍ଧି ସୀମିତ ଅଟେ | [୨]

୨୦୧୩ ସୁଦ୍ଧା ପ୍ରାୟ ୧.୧ ବିଲିୟନ ଲୋକଙ୍କୁ କିଛି ମାତ୍ରାରେ ଶ୍ରବଣହାନୀ ପ୍ରଭାବିତ କରିଛି | [୯] ଏହା ପ୍ରାୟ ୪୬୬ ନିୟୁତ ଲୋକଙ୍କର (ବିଶ୍ୱ ଜନ ସଂଖ୍ୟାର ୫%) ଅକ୍ଷମତା ଏବଂ ୧୨୪ ନିୟୁତ ଲୋକଙ୍କର ମଧ୍ୟମରୁ ଗୁରୁତର ଅକ୍ଷମତା ସୃଷ୍ଟି କରେ | [୨] [୧୦] [୧୧] ମଧ୍ୟମରୁ ଗୁରୁତର ଅକ୍ଷମତା ଥିବା ଲୋକଙ୍କ ମଧ୍ୟରୁ ୧୦୮ ନିୟୁତ ଲୋକ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ବାସ କରନ୍ତି। [୧୨] ପ୍ରାୟ ୬୫ ନିୟୁତ ଲୋକଙ୍କର ପିଲାଦିନରୁ ଶ୍ରବଣ ଶକ୍ତି ହରେଇବା ଆରମ୍ଭ ହୋଇଥାଏ | [୧୩] ଯେଉଁମାନେ ସାଙ୍କେତିକ ଭାଷା ବ୍ୟବହାର କରନ୍ତି ଏବଂ ବଧିର ସଂସ୍କୃତିର ସଦସ୍ୟ ଅଟନ୍ତି ଓ ସେମାନେ ନିଜକୁ ଅସୁସ୍ଥତା ଅପେକ୍ଷା ଭିନ୍ନତା ଦେଖାନ୍ତି | ବଧିର ସଂସ୍କୃତିର ଅଧିକାଂଶ ସଦସ୍ୟ ବଧିରତାକୁ ଆରୋଗ୍ୟ କରିବାର ପ୍ରୟାସକୁ ବିରୋଧ କରନ୍ତି [୧୪] ଏବଂ ଏହି ସମ୍ପ୍ରଦାୟର କିଛି ଲୋକ କୋକ୍ଲିୟର ପ୍ରତିରୋପଣକୁ ଚିନ୍ତା ସହିତ ଦେଖନ୍ତି କାରଣ ସେମାନଙ୍କର ସଂସ୍କୃତି ବିଲୋପ କରିବାର ସାମର୍ଥ୍ୟ ଅଛି | [୧୫] ସାଧାରଣଃ 'ଶ୍ରବଣହାନୀ'କୁ ଏକ ନକାରାତ୍ମକ ଭାବରେ ଦେଖାଯାଏ କାରଣ ଏହାଦ୍ୱାରା ଲୋକମାନେ ଯାହା କରିପାରିବେ ନାହିଁ ତାହା ଉପରେ ଗୁରୁତ୍ୱାରୋପ ହୁଏ | [୧୬]  

ଆଧାର[ସମ୍ପାଦନା]

  1. Elsevier, Dorland's Illustrated Medical Dictionary, Elsevier.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ "Deafness and hearing loss Fact sheet N°300". March 2015. Archived from the original on 16 May 2015. Retrieved 23 May 2015.CS1 maint: unfit URL (link)
  3. Global Burden of Disease Study 2013 Collaborators (October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
  4. Lasak JM, Allen P, McVay T, Lewis D (March 2014). "Hearing loss: diagnosis and management". Primary Care. 41 (1): 19–31. doi:10.1016/j.pop.2013.10.003. PMID 24439878.
  5. Schilder, Anne Gm; Chong, Lee Yee; Ftouh, Saoussen; Burton, Martin J. (2017). "Bilateral versus unilateral hearing aids for bilateral hearing impairment in adults". The Cochrane Database of Systematic Reviews. 12: CD012665. doi:10.1002/14651858.CD012665.pub2. ISSN 1469-493X. PMC 6486194. PMID 29256573.
  6. Fowler KB (December 2013). "Congenital cytomegalovirus infection: audiologic outcome". Clinical Infectious Diseases. 57 Suppl 4 (suppl_4): S182-4. doi:10.1093/cid/cit609. PMC 3836573. PMID 24257423.
  7. Lasak JM, Allen P, McVay T, Lewis D (March 2014). "Hearing loss: diagnosis and management". Primary Care. 41 (1): 19–31. doi:10.1016/j.pop.2013.10.003. PMID 24439878.
  8. Shearer AE, Hildebrand MS, Smith RJ (2014). "Deafness and Hereditary Hearing Loss Overview". In Adam MP, Ardinger HH, Pagon RA, Wallace SE, Bean LJ, Stephens K, Amemiya A (eds.). GeneReviews [Internet]. Seattle (WA): University of Washington, Seattle. PMID 20301607.
  9. Global Burden of Disease Study 2013 Collaborators (August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet. 386 (9995): 743–800. doi:10.1016/s0140-6736(15)60692-4. PMC 4561509. PMID 26063472.
  10. WHO (2008). The global burden of disease: 2004 update (PDF). Geneva, Switzerland: World Health Organization. p. 35. ISBN 9789241563710. Archived from the original (PDF) on 2013-06-24.
  11. Olusanya BO, Neumann KJ, Saunders JE (May 2014). "The global burden of disabling hearing impairment: a call to action". Bulletin of the World Health Organization. 92 (5): 367–73. doi:10.2471/blt.13.128728. PMC 4007124. PMID 24839326.
  12. WHO (2008). The global burden of disease: 2004 update (PDF). Geneva, Switzerland: World Health Organization. p. 35. ISBN 9789241563710. Archived (PDF) from the original on 2013-06-24.
  13. Elzouki, Abdelaziz Y (2012). Textbook of clinical pediatrics (2 ed.). Berlin: Springer. p. 602. ISBN 9783642022012. Archived from the original on 2015-12-14. Unknown parameter |name-list-format= ignored (help)
  14. Williams, Sally (2012-09-13). "Why not all deaf people want to be cured". www.telegraph.co.uk. The Daily Telegraph. Archived from the original on 2015-09-24. Retrieved 2015-08-02.
  15. Sparrow, Robert (2005). "Defending Deaf Culture: The Case of Cochlear Implants" (PDF). The Journal of Political Philosophy. 13 (2): 135–152. doi:10.1111/j.1467-9760.2005.00217.x. Retrieved 30 November 2014.
  16. "Community and Culture - Frequently Asked Questions". nad.org. National Association of the Deaf. Archived from the original on 27 December 2015. Retrieved 31 July 2014.