Jump to content

ଲକ୍ଷ୍ମଣ ବାଗ

ଉଇକିପିଡ଼ିଆ‌ରୁ
ଲକ୍ଷ୍ମଣ ବାଗ
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୫ ଜୁନ ୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀସନ୍ତୋଷ ସିଂହ ସାଲୁଜା
ନିର୍ବାଚନ ମଣ୍ଡଳୀକଣ୍ଟାବାଞ୍ଝି
ବ୍ୟକ୍ତିଗତ ସବିଶେଷ
ଜନ୍ମଖୁଟୁଲୁମୁଣ୍ଡା, ତୁରେକେଲା, ବଲାଙ୍ଗୀର
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ବୋଉଶଙ୍କର ବାଗ (ବାପା)
ବୃତ୍ତିରାଜନୀତିଜ୍ଞ

ଲକ୍ଷ୍ମଣ ବାଗ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ ଓ ପରିବାର[ସମ୍ପାଦନା]

ଲକ୍ଷ୍ମଣ ବାଗ ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକର ହିଆଁଲ ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଆଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଶଙ୍କର ବାଗ ଜଣେ ଚାଷୀ ଥିଲେ । ୬ ଭାଇଙ୍କ ମଧ୍ୟରେ ଲକ୍ଷ୍ମଣ ସବୁଠୁ ସାନ । ପିଲାଦିନେ, ତାଙ୍କ ପରିବାର ଦାରିଦ୍ର ପରିସ୍ଥିତି ଦେଇ ଗତି କରୁଥିବାବେଳେ ୧୨/୧୩ ବର୍ଷ ହୋଇଥିବା ବେଳେ ୩ ଟଙ୍କାରେ ଶ୍ରମିକ ଭାବରେ ସେ କାମ କରୁଥିଲେ । ନିଜେ ଚାଷବାସ କରିବା ସହିତ ଟ୍ରକ୍‌ରେ ହେଲ୍‌ପର ଭାବରେ କାର୍ଯ୍ୟ କରୁଥିଲେ ଏବଂ ଗେଟି, ପଥର ଉଠାଇବା ଆଦି କାର୍ଯ୍ୟ କରୁଥିଲେ ।[୧]

ଲକ୍ଷ୍ମଣଙ୍କ ପରିବାରବର୍ଗ ରାଜନୀତିରେ ସକ୍ରିୟ ଅଛନ୍ତି । ତାଙ୍କ ଭାଇ ଓ ଭାଉଜମାନେ ପଞ୍ଚାୟତ ତଥା ବ୍ଲକ୍ ସ୍ତରୀୟ ନିର୍ବାଚନ ଲଢ଼ି ସରପଞ୍ଚ ତଥା ସମିତି ସଭ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ତାଙ୍କର ଜଣେ ଭାଉଜ ବ୍ଳକ ଅଧ୍ୟକ୍ଷା ଭାବରେ କାର୍ଯ୍ୟ କରିଛନ୍ତି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଲକ୍ଷ୍ମଣ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ୩୦,୯୬୧ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ । ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ପୁଣିଥରେ କଣ୍ଟାବାଞ୍ଜି ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିଲେ, ମାତ୍ର କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜାଙ୍କ ଠାରୁ ୧୨୮ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ କଣ୍ଟାବାଞ୍ଝି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୯୦,୮୭୬ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ତଥା ତତ୍‌କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୧୬,୩୪୪ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଥିବା ପ୍ରଥମ ପ୍ରାର୍ଥୀ ଥିଲେ ଲକ୍ଷ୍ମଣ ।[୩][୪][୫][୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Garnayak, Jitendra (6 June 2024). "ଲକ୍ଷ୍ମଣ ଦ ହିରୋ, ଯିଏ ନବୀନ ପଟ୍ଟନାୟକଙ୍କୁ ହରାଇଛନ୍ତି". Odisha Reporter. Archived from the original on 13 June 2024. Retrieved 13 June 2024.
  2. "General Election to Assembly Constituencies 2024: Bhadrak (Odisha)". Election Commission of India. Retrieved 11 June 2024.
  3. Garnayak, Jitendra (6 June 2024). "ଲକ୍ଷ୍ମଣ ଦ ହିରୋ, ଯିଏ ନବୀନ ପଟ୍ଟନାୟକଙ୍କୁ ହରାଇଛନ୍ତି". Odisha Reporter. Archived from the original on 13 June 2024. Retrieved 13 June 2024.
  4. Chowdhury, Aditi Ray (5 June 2024). "Odisha's 'Giant Killer' -- BJP's Laxman Bag Who Defeated Five-time CM Naveen Patnaik". News18. Retrieved 7 June 2024.
  5. "Ex-Daily Wager who Defeated CM, Women From Political Families: Meet Odisha's First-Time MLAs". The Wire. 7 June 2024. Retrieved 7 June 2024.
  6. Mohapatra, Debabrata (5 June 2024). "Laxman Bag: Giant killer of Kantabanji". The Times of India. Retrieved 7 June 2024.