ଲକ୍ଷ୍ମଣ କୁମାର ମହାପାତ୍ର

ଉଇକିପିଡ଼ିଆ‌ରୁ
ଲକ୍ଷ୍ମଣ କୁମାର ମହାପାତ୍ର‌
ଲକ୍ଷ୍ମଣ କୁମାର ମହାପାତ୍ର‌
ଜନ୍ମ(1929-10-29)ଅକ୍ଟୋବର ୨୯, ୧୯୨୯


[୧]
ମୃତ୍ୟୁ୧ ଜୁନ ୨୦୨୦(2020-06-01) (ବୟସ ୯୦)[୧]
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ନୃତତ୍ତ୍ୱବିଜ୍ଞାନୀ, ଶିକ୍ଷାବିଦ୍
ବୈବାହିକ-ସାଥୀହିରଣପ୍ରଭା ମହାପାତ୍ର[୨]
ସନ୍ତାନଶୀଳା ମହାପାତ୍ର (ଝିଅ),
ସୁଜିତ ମହାପାତ୍ର (ପୁଅ)
ଶିକ୍ଷାବିଦ୍ ପୃଷ୍ଠଭୂମି
ଶିକ୍ଷାହାମବର୍ଗ ବିଶ୍ୱବିଦ୍ୟାଳୟ,
କଲିକତା ବିଶ୍ୱବିଦ୍ୟାଳୟ
Academic work
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ

ଲକ୍ଷ୍ମଣ କୁମାର ମହାପାତ୍ର (୨୯ ଅକ୍ଟୋବର ୧୯୨୯ - ୧ ଜୁନ ୨୦୨୦) ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ନୃତତ୍ତ୍ୱବିଜ୍ଞାନୀ ଥିଲେ । ସେ କଲିକତା ବିଶ୍ୱବିଦ୍ୟାଳୟରୁ ନୃତତ୍ତ୍ୱବିଜ୍ଞାନରେ ସ୍ନାତକ ଓ ହାମବର୍ଗ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଲାଭ କରିଥିଲେ । ୧୯୮୬ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ଓ ୧୯୮୯ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳାଧିପତି ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରେ ନୃତତ୍ତ୍ୱବିଜ୍ଞାନ ବିଭାଗର ମୁଖ୍ୟ ଥିବା ବେଳେ ବିଶ୍ୱବିଦ୍ୟାଳୟରେ ନିୟମିତ ପାଠ୍ୟକ୍ରମରେ ଦକ୍ଷିଣ ପୂର୍ବ ଏସିଆର ଶିକ୍ଷାଦାନ ଆରମ୍ଭ କରିବା ସେ ଭାରତରେ ପ୍ରଥମ ଶିକ୍ଷାବିଦ୍ ଥିଲେ ।[୩] ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି ଭାବେ ସାମାଜିକ ବିଜ୍ଞାନ ପାଇଁ ୟୁଜିସିର ସର୍ବୋଚ୍ଚ ପୁରସ୍କାର ପାଇଥିଲେ ।[୧] ଭାରତ ଓ ଆମେରିକାର ବିସ୍ଥାପିତ ଜନସଂଖ୍ୟାର ପୁନର୍ବାସ ନିମନ୍ତେ ସେ ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଓ ପୁନଶ୍ଚ ୧୯୯୫-୯୬ ପର୍ଯ୍ୟନ୍ତ ବିଶ୍ୱବ୍ୟାଙ୍କର ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ଏଥି ସହିତ ସେ ୧୯୯୦ ମସିହାରେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର) ଏବଂ ଓଡ଼ିଶା ସରକାରଙ୍କ ସହଯୋଗୀତାରେ ଅବସ୍ଥାପିତ ଗବେଷଣା କେନ୍ଦ୍ର ନବକୃଷ୍ନ ଚୌଧୁରୀ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ନୃତତ୍ତ୍ୱବିଜ୍ଞାନ ନିମନ୍ତେ ତାଙ୍କର ଆଜୀବନ ଅବଦନା ନିମନ୍ତେ ତାଙ୍କୁ ଭାରତୀୟ ନୃତତ୍ତ୍ୱବିଜ୍ଞାନ ସମାଜ (ଇଣ୍ଡିଆନ ଆନ୍ଥ୍ରୋପୋଲୋଜିକାଲ ସୋସାଇଟି) ୨୦୦୪ ମସିହାରେ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲା ।[୪]

୨୦୨୦ ମସିହା ଜୁନ ୧ ତାରିଖ ସକାଳ ୮ଟା ସମୟରେ ୯୦ ବର୍ଷ ବୟସରେ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୪]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଲକ୍ଷ୍ମଣ କୁମାର ମହାପାତ୍ର ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ନୀଳଗିରିଠାରେ ୧୯୨୯ ମସିହା ଅକ୍ଟୋବର ୨୯ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ସେ ହିରଣପ୍ରଭା ମହାପାତ୍ରଙ୍କୁ ବିବାହ କରିଥିଲେ[୨] ଓ ଉଭୟଙ୍କର ଜଣେ ଝିଅ ଶୀଳା ଏବଂ ପୁଅ ସୁଜିତ ଅଛନ୍ତି ।[୩]

ସେ ବାରିପଦାସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚବିଦ୍ୟାଳୟରେ ଦଶମ ଏବଂ ୧୯୫୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ନୃତତ୍ତ୍ୱବିଜ୍ଞାନରେ ସ୍ନାତକ ଲାଭକରିଥିଲେ ।

୨୦୨୦ ମସିହା ଜୁନ ୧ ତାରିଖ ସକାଳ ୮ଟା ସମୟରେ ଭୁବନେଶ୍ୱରରେ ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।

ଶିକ୍ଷା ବୃତ୍ତି[ସମ୍ପାଦନା]

ସେ ୧୯୬୦ ମସିହାରେ ହାମବର୍ଗ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଲାଭ କରିଥିଲେ ।[୧] ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱବିଜ୍ଞାନ ବିଭାଗର ମୁଖ୍ୟ ଭାବେ ସେ ଭୂଗୋଳ ଏବଂ ଇତିହାସ ବିଭାଗର ସହଯୋଗରେ ଏକ ନିୟମିତ ପାଠ୍ୟକ୍ରମ ଭାବେ ଦକ୍ଷିଣ ପୂର୍ବ ଏସିଆର ଶିକ୍ଷାଦାନ ଆରମ୍ଭ କରିଥିଲେ । ଏହି କ୍ଷେତ୍ରକୁ ଏକ ଭାରତୀୟ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରାଯିବାରେ ଏହା ଭାରତ ପ୍ରଥମ ଥିଲା । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ "ବିକାଶ ନୃତତ୍ତ୍ୱବିଜ୍ଞାନ" ଏବଂ "ଜନସଂଖ୍ୟା ନୃତତ୍ତ୍ୱବିଜ୍ଞାନ" ଭଳି ବିଷୟରେ ମଧ୍ୟ ବିଶେଷତା ଆରମ୍ଭ କରିଥିଲେ ଯାହା ଭାରତର ଏକ ନୃତତ୍ତ୍ୱବିଜ୍ଞାନ ବିଭାଗ ପାଇଁ ପ୍ରଥମ ଥିଲା ।[୪]

ସେ ୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ୧୮୮୯ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ସମାନ ପଦରେ କାର୍ଯ୍ୟ କରିଥିଲେ । ସେ ଭାରତ ଓ ଆମେରିକାରେ ବିସ୍ଥାପିତ ଜନସଂଖ୍ୟାର ପୁନର୍ବାସ ନିମନ୍ତେ ବିଶ୍ୱବ୍ୟାଙ୍କର ପରାମର୍ଶଦାତା ଭାବେ ୧୯୮୫-୧୯୮୮ ଓ ପୁନଶ୍ଚ ୧୯୯୫-୯୬ ମସିହାରେ କାର୍ଯ୍ୟ କରିଥିଲେ ।[୪]

ସମ୍ମାନ[ସମ୍ପାଦନା]

୧୯୯୦ ମସିହାରେ ସେ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର) ଓ ଓଡ଼ିଶା ସରକାରଙ୍କ ସହଯୋଗୀତାରେ କାର୍ଯ୍ୟ କରୁଥିବା ଗବେଷଣା କେନ୍ଦ୍ର ନବକୃଷ୍ନ ଚୌଧୁରୀ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ । ୨୦୦୩-୦୬ ପର୍ଯ୍ୟନ୍ତ ସେ କେନ୍ଦ୍ରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ସେ ଇଣ୍ଡିଆନ ନ୍ୟାସନାଲ କଭରେଡରେସନ ଆଣ୍ଡ ଆକାଡେମି ଅଫ ଆନ୍ଥ୍ରୋପୋଲୋଜୀର (ଆଇ.ଏନ.ସି.ଏ.ଏ.) ଉପସଭାପତି, ଆନ୍ଥ୍ରୋପୋଲୋଜିକାଲ ଆସୋସିଏସନ ଅଫ ଇଣ୍ଡିଆର ଉପସଭାପତି, ଆସୋସିଏସନ ଫର ଫ୍ରେଣ୍ଡସିପ ଆଣ୍ଡ କଲଚରାଲ କୋପରେସନ ଉଇଥ ଇଣ୍ଡୋନେସିଆର ପ୍ରତିଷ୍ଠାତା ସଭାପତି, ବଣ୍ଡା ଜନଜାତିଙ୍କ ସହ କାର୍ଯ୍ୟ କରୁଥିବା "ଆସୋସିଏସନ ଫର ସୋସିଆଲ ରିଚର୍ସ ଏଣ୍ଡ ଆକ୍ସନ"ର (ଆଶ୍ରା) ସହ-ପ୍ରତିଷ୍ଠାତା ଏବଂ ସଭାପତି, "ନ୍ୟାସନାଲ ଅର୍ଗାନାଇଜେସନ ଫର ଫ୍ୟାମିଲି ଆଣ୍ଡ ପପୁଲେସନ ୱେଲଫେୟାର"ର (ଏନ.ଓ.ଏଫ.ଏ.ପି.) ପ୍ରତିଷ୍ଠାତା-ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କୁ ଭାରତୀୟ ନୃତତ୍ତ୍ୱବିଜ୍ଞାନ ସମାଜ (ଇଣ୍ଡିଆନ ଆନ୍ଥ୍ରୋପୋଲୋଜିକାଲ ସୋସାଇଟି) ୨୦୦୪ ମସିହାରେ ନୃତତ୍ତ୍ୱବିଜ୍ଞାନରେ ଆଜୀବନ ଅବଦାନ ପାଇଁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲା । ୨୦୧୫ ମସିହାରେ ଇଣ୍ଡିଆନ ନ୍ୟାସନାଲ କଭରେଡରେସନ ଆଣ୍ଡ ଆକାଡେମି ଅଫ ଆନ୍ଥ୍ରୋପୋଲୋଜୀ ତାଙ୍କୁ ତାଙ୍କୁ ସମ୍ମାନୀତ କରିଥିଲେ ।[୪]

ପ୍ରକାଶିତ ରଚନା[ସମ୍ପାଦନା]

  • Folklore of Orissa, National Library of the Netherlands Sudoc [ABES], France Library of Congress/NACO
  • Gods, kings and the caste system in India & other essays, Library of Congress/NACO (2013)
  • Knowledge for actions: a treatise in anthropology, National Library of France
  • People and cultural traditions of Orissa : civilization, society & worldview, NII (Japan)
  • Resettlement, impoverishment, and reconstruction in India : development for the deprived, Sudoc [ABES], France Library of Congress/NACO
  • Science, culture, and development: Prof. L.K. Mahapatra felicitation volume, NII (Japan) National Library of Israel Library of Congress/NACO
  • State, society and religion: cultural historical comparative perspectives of Southeast Asia, Sudoc [ABES], France
  • The contours of social welfare, National Library of Israel Library of Congress/NACO (1974)
  • Towards rethinking strategy of tribal development, Library of Congress/NACO
  • Tribal development in India: myth and reality
  • Tribal transformation and cultural integration: India and Odisha

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Odia anthropologist Prof LK Mahapatra dies at 90". The New Indian Express. The New Indian Express. The New Indian Express. 2 June 2020. Retrieved 6 November 2020.
  2. ୨.୦ ୨.୧ "Renowned Anthropologist Prof L K Mahapatra No More". ODISHA BYTES. 1 June 2020. Retrieved 6 November 2020.
  3. ୩.୦ ୩.୧ "Anthropologist Mahapatra no more". The Pioneer (in ଇଂରାଜୀ). The Pioneer. The Pioneer. 3 November 2020. Retrieved 6 November 2020.
  4. ୪.୦ ୪.୧ ୪.୨ ୪.୩ ୪.୪ "Renowned Anthropologist Prof L K Mahapatra No More". Odisha Bytes. Odisha Bytes. 1 June 2020. Retrieved 6 November 2020.