ରୋହି
ରୋହି | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
Class: | Actinopterygii |
Order: | Cypriniformes |
Family: | Cyprinidae |
Subfamily: | Labeoninae |
Genus: | Labeo |
ଜାତି: | L. rohita |
ବାଇନୋମିଆଲ ନାମ | |
Labeo rohita F. Hamilton, 1822
| |
Synonyms | |
|
Rohu | |
---|---|
Scientific classification | |
Kingdom: | Animalia |
Phylum: | Chordata |
Class: | Actinopterygii |
Order: | Cypriniformes |
Family: | Cyprinidae |
Subfamily: | Labeoninae |
Genus: | Labeo |
Species: | L. rohita
|
Binomial name | |
Labeo rohita F. Hamilton, 1822
| |
Synonyms | |
|
ରୋହି କିମ୍ବା ରୋହୋ ଲାବିଓ (Labeo rohita) ପୋହଳା ମାଛ ପରିବାରର ଏକ ପ୍ରଜାତିର ମାଛ । ଏହା ଦକ୍ଷିଣ ଏସିଆର ନଦନଦୀରେ ମିଳିଥାଏ । ଏହା ଉଭୟ ଉଦ୍ଭିଦ ଏବଂ ପ୍ରାଣୀ ଭକ୍ଷଣ କରିଥାଏ । ମାଛ ଚାଷରେ ଏହା ପ୍ରଚୁର ପରିମାଣରେ ଉତ୍ପାଦନ କରାଯାଇଥାଏ ।
ବର୍ଣ୍ଣନା
[ସମ୍ପାଦନା]ରୋହି ହେଉଛି ଏକ ବଡ଼, ରୂପା ରଙ୍ଗର ମାଛ, ଏକ ଚିତ୍ରିତ ମୁଣ୍ଡ ସହିତ, ସାଧାରଣ ପୋହଳା ମାଛ ଆକୃତିର ଅଟେ । ବୟସ୍କମାନେ ସର୍ବାଧିକ 45 kg (99 lb) ଓଜନରେ ପହଞ୍ଚିପାରିବେ ଏବଂ ସର୍ବାଧିକ ଲମ୍ବ 2 m (6.6 ft), କିନ୍ତୁ ହାରାହାରି Page ଛାଞ୍ଚ:Fraction/styles.css has no content.1⁄2 m (1.6 ft) ହୋଇଥାନ୍ତି ।[ଆଧାର ଲୋଡ଼ା]
ବଣ୍ଟନ ଏବଂ ବାସସ୍ଥାନ
[ସମ୍ପାଦନା]ରୋହି ଉତ୍ତର ଏବଂ କେନ୍ଦ୍ରୀୟ ଏବଂ ପୂର୍ବ ଭାରତର ବହୁତ ସାରା ନଦୀରେ ଦେଖିବାକୁ ମିଳେ । ଏହାଛଡ଼ା ପାକିସ୍ଥାନ, ବାଙ୍ଗ୍ଳାଦେଶ, ନେପାଳ, ମ୍ୟାନମାର ଓ ଶ୍ରୀଲଙ୍କାର ନଦୀଗୁଡ଼ିକରେ ମଧ୍ୟ ଏହି ମାଛ ଦେଖିବାକୁ ମିଳେ ।[୧]
ଇକୋଲୋଜି
[ସମ୍ପାଦନା]ରୋହି ଉଦ୍ଭିଦ ଏବଂ ପ୍ରାଣୀ ସବୁକିଛି ଖାଇଥାଏ, ଏହାର ବିଭିନ୍ନ ଜୀବନ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ଖାଦ୍ୟ ପସନ୍ଦ କରିଥାଏ । ଏହାର ଜୀବନଚକ୍ରର ପ୍ରାରମ୍ଭିକ ପର୍ଯ୍ୟାୟରେ, ଏହା ମୁଖ୍ୟତ ଜୁପ୍ଲ୍ୟାକଟନ୍ ଖାଏ, କିନ୍ତୁ ଏହା ବଢ଼ିବା ସହିତ ଅଧିକରୁ ଅଧିକ ଫାଇଟୋପ୍ଲାକ୍ଟନ୍ ଖାଏ ।
ରୋହି ଦୁଇରୁ ପାଞ୍ଚ ବର୍ଷ ବୟସ ମଧ୍ୟରେ ଯୌନ ପରିପକ୍ୱତା ପ୍ରାପ୍ତ କରେ । ସେମାନେ ସାଧାରଣତଃ ମୌସୁମୀ ଋତୁରେ ବନ୍ୟାଜଳ ପ୍ରବାହିତ ନଦୀର ମଧ୍ୟଭାଗକୁ ଚାଲିଆସନ୍ତି । ରୋହିର ଏହି ପ୍ରଜନନ ଗତିବିଧି ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ସହିତ ମେଳ ଖାଏ । ନଦୀରୁ ଜାଆଁଳ ସଂଗ୍ରହ କରାଯାଇ ପାଣିଟାଙ୍କି ଏବଂ ହ୍ରଦରେ ପାଳିତ ହୋଇପାରେ ।[୨]
ଜଳଚର
[ସମ୍ପାଦନା]ରୋହି ଦକ୍ଷିଣ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଜଳଚର ମଧୁର ଜଳ ପ୍ରଜାତି । ଯେତେବେଳେ ଚାଷ ହୁଏ, ଏହା ହ୍ରଦ ପରିବେଶରେ ପ୍ରଜନନ କରେ ନାହିଁ, ତେଣୁ ପ୍ରବର୍ତ୍ତିତ ପ୍ରଜନନ ଆବଶ୍ୟକ କରିଥାଏ ।[୩] ରୋହିକୁ ଏକ ଖେଳ ମାଛ ଭାବରେ ମଧ୍ୟ ସମ୍ମାନିତ କରାଯାଏ ।[୧]
ବାଂଲାଦେଶ, ନେପାଳ, ପାକିସ୍ଥାନ ଏବଂ ଭାରତୀୟ ତ୍ରିପୁରା, ନାଗାଲାଣ୍ଡ, ବିହାର, ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ରୋହି ସାଧାରଣତଃ ଖାଆନ୍ତି। ଭଜା ମାଛ ପାଇଁ ଏକ ରନ୍ଧନ ପ୍ରଣାଳୀ ମନଷୋଳଶା (Manasollasa) ଦର୍ଶାଯାଇଥିବା କୁହାଯାଇଛି, ଏହା ଏକ ୧୨ଶ ଶତାବ୍ଦୀରେ ସୋମେଶ୍ୱର-୩ୟଙ୍କଦ୍ୱାରା ସଙ୍କଳିତ ଏକ ସଂସ୍କୃତ ଜ୍ଞାନକୋଷ, ଯିଏ କି ବର୍ତ୍ତମାନର କର୍ଣ୍ଣାଟକରେ ଶାସନ କରୁଥିଲେ । ଏହି ରାନ୍ଧଣାରେ, ମାଛ କାତି ଛଡ଼ାଇବାପରେ ହେଙ୍ଗୁ ଏବଂ ଲୁଣରେ ଭିଜେଇ (ମାରିନେଟ୍) ହୋଇଥାଏ । ଏହା ପରେ ଭଜା ହେବା ପୂର୍ବରୁ ହଳଦୀ ମିଶ୍ରିତ ପାଣିରେ ବୁଡ଼ାଇ ଦିଆଯାଏ ।[୪]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Dahanukar, N. (2010). "Labeo rohita". 2010: e.T166619A6248771. doi:10.2305/IUCN.UK.2010-4.RLTS.T166619A6248771.en.
{{cite journal}}
: Cite journal requires|journal=
(help) ଆଧାର ଭୁଲ: Invalid<ref>
tag; name "iucn" defined multiple times with different content - ↑ Froese, Rainer and Pauly, Daniel, eds. (2013). "Labeo rohita" in FishBase. May 2013 version.
- ↑ de Graaf, G.; Latif, A. (2002). "Development of freshwater fish farming and poverty alleviation - A case study from Bangladesh" (PDF). Aquaculture Asia. 7 (2): 5. Archived from the original (PDF) on 2012-03-18. Retrieved 2020-08-09.
- ↑ K.T. Achaya (2003). The Story of Our Food. Universities Press. p. 85. ISBN 978-81-7371-293-7.