ଡର୍ମାଟୋମାୟୋସାଇଟିସ

ଉଇକିପିଡ଼ିଆ ରୁ
Jump to navigation Jump to search
ଡର୍ମାଟୋମାୟୋସାଇଟିସ (Dermatomyositis)
Dermatomyositis.jpg
ଜଣେ ଜୁଭେନାଇଲ ଡର୍ମାଟୋମାୟୋସାଇଟିସ ରୋଗୀର ନ‌କ୍ଲମାନଙ୍କରେ (knuckle) ପାପ୍ୟୁଲ (areas) ଦେଖାଯାଉଛି ଯାହାକୁ ଗୋଟ୍ରୋନ ପାପ୍ୟୁଲ କୁହାଯାଏ ।
ବିଭାଗରିଉମାଟୋଲୋଜି (Rheumatology)
ଲକ୍ଷଣରାସ, ମାଂସପେଶୀ ଦୁର୍ବଳତା, ଓଜନ ହ୍ରାସ ଓ ଜ୍ୱର ।[୧]
ଆକ୍ରାନ୍ତ ସମୟ୪୦ରୁ ୫୦ ବର୍ଷ ବୟସ [୨]
ଅବଧିଦୀର୍ଘକାଳୀନLong term[୧]
କାରଣଅଜ୍ଞାତ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ ନିର୍ଣ୍ଣୟ, ରକ୍ତ ପରୀକ୍ଷା, ଇଲେକଟ୍ରୋମାୟୋଗ୍ରାଫି (electromyography) ଓ ମାଂସପେଶୀ ବାୟୋପ୍ସି (muscle biopsies) । [୨]
ସଠିକ ରୋଗ ନିର୍ଣ୍ଣୟପଲିମାୟୋସାଇଟିସ (Polymyositis), ଇନ‌କ୍ଲୁଜନ ମାୟୋସାଇଟିସ (inclusion body myositis), ସ୍କ୍ଲେରୋଡର୍ମା (scleroderma[୨]
ଔଷଧକର୍ଟିକୋସ୍ଟିରଏଡ (Corticosteroids), ମେଥୋଟ୍ରେକ୍ସେଟ, ଆଜାଥାୟୋପ୍ରିନ[୧]
ଚିକିତ୍ସାଔଷଧ, ଫିଜିକାଲ ଥେରାପି (physical therapy), ବ୍ୟାୟାମ, ଉତ୍ତାପ ଥେରାପି, ଅର୍ଥୋଟିକ୍ସ (orthotics), ସାହାଯ୍ୟକାରୀ ଯନ୍ତ୍ରପାତି ଓ ବିଶ୍ରାମ ।[୧]
ପୌନଃପୁନିକ~ ବାର୍ଷିକ ୧୦୦,୦୦୦ ଲୋକରେ ଜଣେ । [୨]

ଡର୍ମାଟୋମାୟୋସାଇଟିସ ବା ଡିଏମ (ଇଂରାଜୀ ଭାଷାରେ Dermatomyositis/ DM) ଏକ ଦୀର୍ଘକାଳୀନ ମାଂସପେଶୀ (muscles) ପ୍ରଦାହ ବେମାରୀ (inflammatory disorder) ।[୧] ଏହି ରୋଗରେ ଚର୍ମ ରାସ ଓ ସମୟ କ୍ରମେ ମାଂସପେଶୀ ଦୁର୍ବଳ ଲକ୍ଷଣ ଦେଖାଯାଏ ।[୧] ଏହି ଲକ୍ଷଣ ହଠାତ ବା ସମୟ କ୍ରମେ ଦେଖାଯାଏ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଓଜନ ହ୍ରାସ, ଜ୍ୱର, ଫୁସଫୁସ ପ୍ରଦାହ ଓ ଆଲୋକ ସମ୍ବେଦନଶୀଳ ହେବା ଦେଖାଯାଏ ।[୧] ରୋଗ ଅଧିକ ଜଟିଳ ହେଲେ କ୍ୟାଲସିନୋସିସ (calcium deposits in muscles or skin) ବା ଚର୍ମ ଓ ମାଂସପେଶୀରେ କ୍ୟାଲସିଅମ ଜମା ହୋଇଯାଏ । [୧]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୧] ଏହାର ଅଟୋଇମ୍ମ୍ୟୁନ ରୋଗ (autoimmune disease) ବା ଭୁତାଣୁ ସଂକ୍ରମଣ (viral infection) ଯୋଗୁ ହେଉଥିବା ପ୍ରତିପାଦନ କରାଯାଉଛି ।[୧] ଏହା ଏକ ପ୍ରକାର ପ୍ରଦାହ ଜନିତ ମାୟୋପାଥି (inflammatory myopathy) ରୋଗ ।[୧] ଲକ୍ଷଣ, ରକ୍ତ ପରୀକ୍ଷା, ଇଲେକଟ୍ରୋମାୟୋଗ୍ରାଫି (electromyography) ଓ ମାଂସପେଶୀ ବାୟୋପ୍ସି (muscle biopsies) ଆଦି ପରୀକ୍ଷାମାନଙ୍କର ସାହାଯ୍ୟ ନେଇ ରୋଗ ନିର୍ଣ୍ଣୟ କରାଯାଏ ।[୨]

ଏହି ରୋଗ ଆରୋଗ୍ୟ ହୁଏନି କିନ୍ତୁ ଚିକିତ୍ସା ଫଳରେ ଲକ୍ଷଣରେ ଉନ୍ନତି ହୁଏ ।[୧] ସାଧାରଣତଃ ଔଷଧ, ଫିଜିକାଲ ଥେରାପି (physical therapy), ବ୍ୟାୟାମ, ଉତ୍ତାପ ଥେରାପି, ଅର୍ଥୋଟିକ୍ସ (orthotics), ସାହାଯ୍ୟକାରୀ ଯନ୍ତ୍ରପାତି ଓ ବିଶ୍ରାମ ଦେଇ ଚିକିତ୍ସା କରାଯାଏ ।[୧] ସାଧାରଣତଃ କର୍ଟିକୋସ୍ଟିରଏଡ (Corticosteroids) ଦେଇ ଚିକିତ୍ସା କରାଯାଏ ଓ ଉନ୍ନତି ନହେଲେ (ମେଥୋଟ୍ରେକ୍ସେଟ), (ଆଜାଥାୟୋପ୍ରିନ) ଇତ୍ୟାଦି ବ୍ୟବ‌ହାର କରାଯାଏ ।[୧] ଶିରାଭ୍ୟନ୍ତର ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (Intravenous immunoglobulin) ଦେଲେ ମଧ୍ୟ ଉନ୍ନତି ହୁଏ । [୧] ଉପ‌ଯୁକ୍ତ ଚିକିତ୍ସାରେ ଅଧିକାଂଶ ରୋଗୀଙ୍କର ଉନ୍ନତି ହୁଏ ଓ ଅଳ୍ପ କେତେକ ଲୋକଙ୍କର ରୋଗ ଭଲ ହୋଇଯାଏ ।[୧]

ବର୍ଷକୁ ୧୦୦,୦୦୦ଲୋକରେ ଜଣେ ନୂଆ ଡର୍ମାଟୋମାୟୋସାଇଟିସ ରୋଗୀ ଚିହ୍ନଟ ହୁଏ ।[୨] ଚାଳିଶ ଓ ପଚାଶ ଦଶକରେ ଏହି ରୋଗ ହୁଏ ଓ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ;[୨] କିନ୍ତୁ ଯେ କୌଣସି ବୟସରେ ଏହି ରୋଗ ହୋଇପାରେ ।[୨] ସନ ୧୮୦୦ରେ ପ୍ରଥମେ ଏହି ରୋଗର ବର୍ଣ୍ଣନା କରାଯାଇଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "Dermatomyositis". GARD (in ଇଂରାଜୀ). 2017. Archived from the original on 5 July 2017. Retrieved 13 July 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Dermatomyositis". NORD (National Organization for Rare Disorders). 2015. Archived from the original on 19 February 2017. Retrieved 13 July 2017.
  3. Dourmishev, Lyubomir A.; Dourmishev, Assen Lyubenov (2009). Dermatomyositis: Advances in Recognition, Understanding and Management (in ଇଂରାଜୀ). Springer Science & Business Media. p. 5. ISBN 9783540793137. Archived from the original on 8 September 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ