ରେନାଲ ଟ୍ୟୁବୁଲାର ଏସିଡୋସିସ
ବିଭାଗ | Nephrology |
---|---|
ଲକ୍ଷଣ | None, dehydration, weakness, confusion[୧][୨] |
କାରଣ | Lupus, multiple myeloma, diabetic kidney disease, certain medications, following a kidney transplant[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Metabolic acidosis with a normal anion gap, high blood chloride, and normal glomerular filtration rate[୩] |
ଚିକିତ୍ସା | Depends on the cause and type[୨] |
ପୁନଃପୌନିକ | Uncommon[୨] |
ରେନାଲ ଟ୍ୟୁବୁଲାର ଏସିଡୋସିସ ( RTA ) ରୋଗରେ ବୃକ୍କ ସାଧାରଣ ଭାବରେ କାର୍ଯ୍ୟ କରିବା ସତ୍ତ୍ୱେ ମୂତ୍ରକୁ ସଠିକ୍ ଭାବରେ ଅମ୍ଳ କରିବାରେ ବୃକ୍କ ବିଫଳ ହେବା ହେତୁ ଶରୀରରେ ଏସିଡ ପରିମାଣ ବୃଦ୍ଧିପ୍ରାପ୍ତ ହୁଏ ।[୩] [୨] ଅଧିକାଂଶ ସମୟରେ କୌଣସି ଲକ୍ଷଣ ଦେଖା ନ ଗଲେ ମଧ୍ୟ ନିର୍ଜଳନ, ଦୁର୍ବଳତା କିମ୍ବା ମାନସିକ ଦ୍ୱନ୍ଦ୍ୱ ହୋଇପାରେ । [୧][୨] ଚିକିତ୍ସା ବିନା ରୋଗ ଜଟିଳ ହୋଇ ବୃକ୍କ ପଥର ରୋଗ, କମ୍ (ହାଇପୋକାଲେମିଆ) କିମ୍ବା ଅଧିକ ପୋଟାସିୟମ (ହାଇପରକାଲେମିଆ), ରିକେଟ କିମ୍ବା ଓଷ୍ଟିଓମାଲାସିଆ ଭଳି ହାଡର ଅସ୍ୱାଭାବିକତା ଦେଖାଯାଏ ଏବଂ କିଡନୀ ବିଫଳତା ମଧ୍ୟ ହୋଇପାରେ ।[୩][୪]
ଜୀବନରେ ପରବର୍ତ୍ତୀ ସମୟରେ ଏହି ରୋଗ ଅଧିକ ପ୍ରାପ୍ତ ହୁଏ ଏବଂ ସାଧାରଣତଃ ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ କିଛି ଲୋକଙ୍କୁ ମିଳିଥାଏ ।[୨] ଅନ୍ୟ କେତେକ କାରଣ ମଧ୍ୟରେ ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍, ଏକାଧିକ ମଲ୍ଟିପ୍ଲ ମାୟେଲୋମା, ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗ, କିଛି ଔଷଧ ଏବଂ ବୃକ୍କ ପ୍ରତିରୋପଣ ହୋଇପାରେ ।[୨] ଏହି ରୋଗର ଚାରୋଟି ପ୍ରକାର ଅଛି: ଟାଇପ୍ ୧ (ଡିଷ୍ଟାଲ୍) ପରିସ୍ରା ମଧ୍ୟରେ ହାଇଡ୍ରୋଜେନ ଆୟନ ମୁକ୍ତ କରିବାରେ ବିଫଳତା, ଟାଇପ୍ 2 (ପ୍ରକ୍ସିମାଲ୍) ପରିସ୍ରାରୁ ବାଇକାର୍ବୋନାଟ ପୁନଃ ଅବଶୋଷଣ କରିବାରେ ବିଫଳତା, ଟାଇପ୍ ୨ ପ୍ରଥମ ଦୁଇଟିର ମିଶ୍ରଣ ଏବଂ ଟାଇପ୍ ୪ରେ ଆଲଡୋଷ୍ଟେରନ୍ ପ୍ରତି କମ୍ କିମ୍ବା ଅଧିକପ୍ରତିରୋଧ ହେତୁ ହୋଇଥାଏ ।[୨] ମେଟାବୋଲିକ୍ ଏସିଡୋସିସ୍ ସହିତ ସାଧାରଣ ଆୟନ ଫାଙ୍କା, ଉଚ୍ଚ ରକ୍ତ କ୍ଲୋରାଇଡ୍ ଏବଂ ସାଧାରଣ ଗ୍ଲୋମେରୁଲାର ଫିଲ୍ଟରେସନ୍ ହାର ଥିଲେ ରେନାଲ ଟ୍ୟୁବଲାର ଏସିଡୋସିସ ରୋଗ ନିର୍ଣ୍ଣୟ କରାଯାଏ । [୩]
କାରଣ ଉପରେ ଚିକିତ୍ସା ନିର୍ଭର କରେ ।[୨] ଟାଇପ ୧ ଏବଂ ଟାଇପ ୨ ପ୍ରକାରର ଚିକିତ୍ସାରେ ସୋଡିୟମ୍ ବାଇକାର୍ବୋନେଟ୍ କିମ୍ବା ପୋଟାସିୟମ୍ ସାଇଟ୍ରେଟ୍ ଗ୍ରହଣ କରାଯାଇପାରେ ।[୨] ଫସଫେଟ୍ ଏବଂ ଭିଟାମିନ୍ ଡି ପରିପୂରକ ମଧ୍ୟ ଆବଶ୍ୟକ ହୋଇପାରେ ।[୨] ଫ୍ଲୁଡ୍ରୋକର୍ଟିଜୋନ ଔଷଧ ଦେଇ କିମ୍ବା ପୋଟାସିୟମ ଖାଦ୍ୟ ଓ ଡାଇୟୁରେଟିକ୍ ସୀମିତ କରି ଟାଇପ୍ ୪ ରୋଗର ଚିକିତ୍ସା କରାଯାଇପାରେ ।[୨] ରେନାଲ୍ ଟ୍ୟୁବୁଲାର୍ ଏସିଡୋସିସ୍ ଏକ ଅଭାବନୀୟ ଘଟଣା ଓ କ୍ୱଚିତ ହୁଏ ।[୨] ଏହି ଅବସ୍ଥା ପ୍ରଥମେ ୧୯୩୫ ମସିହାରେ ଲାଇଟଉଡଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Yaxley J, Pirrone C (2016-12-21). "Review of the Diagnostic Evaluation of Renal Tubular Acidosis". The Ochsner Journal. 16 (4): 525–530. PMC 5158160. PMID 27999512. Archived from the original on 2019-11-03. Retrieved 2019-11-03.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Mustaqeem, R; Arif, A (January 2020). "Renal Tubular Acidosis". PMID 30085586.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ ୩.୩ Laing CM, Toye AM, Capasso G, Unwin RJ (June 2005). "Renal tubular acidosis: developments in our understanding of the molecular basis". The International Journal of Biochemistry & Cell Biology. 37 (6): 1151–61. doi:10.1016/j.biocel.2005.01.002. PMID 15778079.
- ↑ "Renal Tubular Acidosis | NIDDK". National Institute of Diabetes and Digestive and Kidney Diseases. Archived from the original on 9 January 2021. Retrieved 23 January 2021.
- ↑ Avner, Ellis D.; Harmon, William E.; Niaudet, Patrick; Yoshikawa, Norishige (2009). Pediatric Nephrology (in ଇଂରାଜୀ). Springer Science & Business Media. p. 979. ISBN 978-3-540-76327-7. Archived from the original on 2021-08-29. Retrieved 2021-01-23.