ରୂପ ରସ ଛନ୍ଦ

ଉଇକିପିଡ଼ିଆ‌ରୁ

ରୂପ ରସ ଛନ୍ଦ ହେଲା କଟକରୁ ପ୍ରକାଶିତ ହେଉଥିବା ଅନ୍ୟତମ ସମ୍ବାଦପତ୍ର ପ୍ରଜାତନ୍ତ୍ରର ଏକ ବିଶେଷ ସାପ୍ତାହିକ ପୃଷ୍ଠା ଯେଉଁଥିରେ ସାଂସ୍କୃତିକ ତଥା କଥାଚିତ୍ର ସମ୍ବନ୍ଧୀୟ ଖବର, ସମୀକ୍ଷା, ଓ ଟୀକା ଟିପ୍ପଣୀ ସନ୍ନିବେଶିତ ହେଉଥିଲା। ସମାଜ ଓଡ଼ିଶାର ମୁଖ୍ୟ ଏବଂ ସବୁଠାରୁ ବହୁକପ୍ରସାରିତ ସମ୍ବାଦପତ୍ର ହୋଇଥିଲେ ମଧ୍ଯ ତାହାର ସମ୍ପାଦକ ରାଧାନାଥ ରଥ ସାଂସ୍କୃତିକ ଗତିବିଧିର ଖବର ଛାପିବା ପ୍ରତି ଉଦାସୀନ ଥିଲେ। ତାଛଡା, କଥାଚିତ୍ର ପତ୍ରିକା ସବୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିଲା। ଫଳତଃ, ରୂପ ରସ ଛନ୍ଦ ଏକ ଅଗ୍ରଦୂତ ଭାବେ ଓଡ଼ିଶାସାଂସ୍କୃତିକ ଇତିହାସକୁ ଋଦ୍ଧିମନ୍ତ କରିଛି। ଏଥିପାଇଁ ପ୍ରଜାତନ୍ତ୍ରର ପ୍ରତିଷ୍ଠାତା ହରେକୃଷ୍ଣ ମହତାବଙ୍କ ଗଭୀର ସାଂସ୍କୃତିକ ଅନୁରାଗ ପ୍ରଶଂସାର୍ହ।

ଗବେଷକ ସୂର୍ଯ୍ୟ ଦେଓଙ୍କ ମନ୍ତବ୍ଯ ଅନୁଯାୟୀ:

୧) କାଲି ‘ସମାଜ’ କାର୍ଯ୍ୟାଳୟ ଗଲି, କଟକରେ ଏଣୁତେଣୁ କିଛି କାମ ଥିଲା, କାମ ସରିଗଲା, ସମୟ ବଳିଥିଲା। ଏଣୁ ସେ ସମୟତକ ‘ସମାଜ’ ଲାଇବ୍ରେରିରେ ବିତାଇଲି। ଏମିତି ଖିଆଲରେ। ଯେଣୁ ଭୁବନେଶ୍ୱରରେ ଥିବା ରାଜ୍ୟ ଅଭିଲେଖାଗାରରେ ୧୯୬୫ ପୂର୍ବର ‘ସମାଜ’ କି ‘ପ୍ରଜାତନ୍ତ୍ର’ ନାହିଁ, ଏଣୁ ୬୫ ପୂର୍ବର ଓଡ଼ିଆ ସିନେମାର ପ୍ରମାଣ ସିଦ୍ଧ ତଥ୍ୟ ପାଇବା ପାଇଁ କଟକ ମୁଖ୍ୟ କାର୍ଯ୍ୟାଳୟକୁ ଅନେକ ଥର ଯାଇଛି।

‘ପ୍ରଜାତନ୍ତ୍ର’ ପେଟି ବନ୍ଦ ହୋଇକି ଅଛି। ତାକୁ ଦେଖିବାର ସୁଯୋଗ ଆଜିକାଲି ଆଉ ନାହିଁ। ‘ରୂପ ରସ ଛନ୍ଦ’ରେ ଓଡ଼ିଆ ସିନେମାର ସବୁତକ କଥା ପ୍ରକାଶିତ ହେଉଥିଲା। ତାହାକୁ ପଢ଼ିବାର କଣ ଦେଖିବାର ସୁଯୋଗ ବି ନାହିଁ ଆଜିକାଲି। ପେଟିରେ ବନ୍ଦ ହୋଇ କୁଆଡ଼େ ନଷ୍ଟ ହୋଇ ସାରିଛି ସେ ଅମୂଲ୍ୟ ସମ୍ପଦତକ।

‘ସମାଜ’ରେ ଡିଜିଟାଇଜଡ୍ ହୋଇ କି ଅଛି, ହାର୍ଡ କପି ବି ଅଛି। ସୂର୍ଯ୍ୟ ଦେଓ Oct 13, 2022 [୧]

୨) ତେବେ ୧୯୬୨ ପର୍ଯ୍ୟନ୍ତ ପ୍ରକାଶିତ ମାସିକ ଉପନ୍ୟାସ ପତ୍ରିକା ‘ଜନସାହିତ୍ୟ’ରେ ତିନି ପୃଷ୍ଠାର ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ବିବରଣୀ ଏତେ ରୋଚକ ଥିଲାଯେ, ଚର୍ଚ୍ଚା ହେଉଥିଳା ଏହି ମାସିକ ତିନିପୃଷ୍ଠା, ଦୈନିକ ପ୍ରଜାତନ୍ତ୍ରର ସାପ୍ତାହିକ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ପୃଷ୍ଠା ‘ରୁପ ରସ ଛନ୍ଦ’ ସହ ସମାନ । By ସୂର୍ଯ୍ୟ ଦେଓ On Sep 6, 2021 [୨]

  1. Bureau, Samikhsya (2022-10-13). "ପ୍ରଥମ ସାମାଜିକ ଓଡ଼ିଆ ସିନେମା 'ରୋଲସ୍ ଟୁ ଏଇଟ୍‌', ମୁକ୍ତିଲାଭ ଭ୍ରାନ୍ତି". The Samikhsya Odia (in ଆମେରିକୀୟ ଇଂରାଜୀ). Retrieved 2023-11-25.
  2. "'ଇନ୍ଦ୍ରଧନୁ' ପଛରେ ଜନ ସାହିତ୍ୟ". Odisha Sambad (in ଆମେରିକୀୟ ଇଂରାଜୀ). 2021-09-06. Retrieved 2023-11-25.