ରାମସେ ହଣ୍ଟ ସିଣ୍ଡ୍ରୋମ ପ୍ରକାର ୨

ଉଇକିପିଡ଼ିଆ‌ରୁ
Ramsay Hunt syndrome type 2
Herpes zoster oticus
Drawing of blisters in the ear with facial weakness
ବିଭାଗENT surgery
ଲକ୍ଷଣOne sided facial paralysis, ear pain, small blisters near or in the external ear canal[୧]
ଆକ୍ରାନ୍ତ ସମୟ>60 years[୨]
କାରଣVaricella zoster virus
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୧]
ସଠିକ ରୋଗ ନିର୍ଣ୍ଣୟBell palsy, stroke[୧]
ପ୍ରତିକାରShingles vaccine[୧]
ଚିକିତ୍ସାValacyclovir, prednisone, eye protection[୧]
Prognosis70% mostly recover[୧]
ପୁନଃପୌନିକ5 per 100,000 per year[୧]

ରାମସେ ହଣ୍ଟ ସିଣ୍ଡ୍ରୋମ ପ୍ରକାର ୨, ଯାହାକୁ ହର୍ପେସ ଜୋଷ୍ଟର ଓଟିକସ ମଧ୍ୟ କୁହାଯାଏ, ସାଧାରଣତଃ ମୁଖର ଗୋଟିଏ ପାର୍ଶ୍ୱରେ ପକ୍ଷାଘାତ, କାନ ଯନ୍ତ୍ରଣା ଏବଂ ବାହ୍ୟ କାନ କେନାଲ ନିକଟରେ ଛୋଟ ଫୁଲା ସହିତ ଉପସ୍ଥାପିତ ହୁଏ । [୧] କେତେକ କ୍ଷେତ୍ରରେରେ ପାଟିରେ ଫୋଟକା ଥାଇପାରେ ବା ନଥାଇପାରେ ।[୧] [୨] ଏହି ଲକ୍ଷଣ ପୂର୍ବରୁ ଥକାପଣ ଏବଂ ଜ୍ୱର ହୋଇପାରେ |।[୧] ଅନ୍ୟ ଲକ୍ଷଣଗୁଡ଼ିକରେ ଶୁଖିଲା ଆଖି, ସ୍ୱାଦର ପରିବର୍ତ୍ତନ, କଥା କହିବାରେ ଅସୁବିଧା, ବିଶ୍ୱ ଘୂର୍ଣ୍ଣନ କିମ୍ବା ଶ୍ରବଣହାନୀ ହୋଇପାରେ । [୧]

ଏହା ଜେନିକ୍ୟୁଲେଟ୍ ଗ୍ୟାଙ୍ଗଲିଅନରେ ଭାରିସେଲା ଜୋଷ୍ଟର ଜୀବାଣୁ (ହାଡ଼ଫୁଟିର ପୁନଃ ସକ୍ରିୟତା ହେବା କାରଣରୁ ହୋଇଥାଏ ।[୧] ଟ୍ରିଗରଗୁଡ଼ିକରେ ଶାରୀରିକ ଚାପ କିମ୍ବା ଏକ ଇମ୍ୟୁନୋକୋପ୍ରୋମାଇଜଡ୍ ଅବସ୍ଥା ଯୋଗୁ ଟ୍ରଗର ହୋଇପାରେ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଯଦିଓ ଫୁଲା ପରୀକ୍ଷା କରିବା ସହାୟକ ହୋଇପାରେ । [୧] ଏହା ଏକ ପ୍ରକାର ହର୍ପିସ ଜୋଷ୍ଟର ରୋଗ ।[୧]

ଚିକିତ୍ସାରେ ସାଧାରଣତ ଭାଲାସାଇକ୍ଲୋଭିର ଏବଂ ପ୍ରେଡନିସୋନ ଦିଆଯାଏ ।[୧] ଆଖିକୁ ଶୁଖିବାରୁ ରକ୍ଷା କରିବା ପାଇଁ ଦିନରେ ଚକ୍ଷୁ ଲୁବ୍ରିକାଣ୍ଟ ବ୍ୟବହାର କରିବା ଏବଂ ରାତିରେ ଫିତା ଦେଇ ଆଖି ବନ୍ଦ କରିବାକୁ ହୁଏ ।[୧] ଜୋଷ୍ଟର ଟିକା ଦେଲେ ଏହି ଅବସ୍ଥାକୁ ରୋକିବାରେ ସାହାଯ୍ୟ କରିପାରେ । [୧] ପ୍ରାୟ ୭୦% ଲୋକଙ୍କର ସାଧାରଣତଃ ମୁଖର କାର୍ଯ୍ୟ ପୁନର୍ବାର ଫେରିଆସେ, ଯଦିଓ ପୁନରୁଦ୍ଧାର ପାଇଁ ମାସାଧିକ ସମୟ ଲାଗିପାରେ । [୧] ଅନ୍ୟାନ୍ୟ ଜଟିଳତାରେ ପୋଷ୍ଟ‌ହର୍ପେଟିକ ନିଉରାଲଜିଆ ହୋଇପାରେ । [୧]

ରାମସେ ହଣ୍ଟ ସିଣ୍ଡ୍ରୋମ ପ୍ରକାର ୨ ରୋଗ ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୫ଜଣଙ୍କୁ ପ୍ରଭାବିତ କରିଥାଏ । [୧] ଏହା ୭୦ ଏବଂ ୮୦ ଦଶକର ବୟସରେ ସାଧାରଣତଃ ଦେଖାଯାଏ, ଯଦିଓ ଯେ କୌଣସି ବୟସରେ ପ୍ରଭାବିତ ହୋଇପାରେ । [୧] ଏହି ଅବସ୍ଥା ପ୍ରଥମେ ୧୯୦୭ ମସିହାରେ ଜେମ୍ସ ରାମସେ ହଣ୍ଟଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା, ଯାହାଙ୍କର ନାମ ଅନୁସାରେ ଏହି ରୋଗର ନାମକରଣ କରାଯାଇଥିଲା। [୩] [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ Crouch, AE; Hohman, MH; Andaloro, C (January 2022). "Ramsay Hunt Syndrome". PMID 32491341. {{cite journal}}: Cite journal requires |journal= (help)
  2. ୨.୦ ୨.୧ Dorsch, JN (March 2014). "Neurologic syndromes of the head and neck". Primary care. 41 (1): 133–49. doi:10.1016/j.pop.2013.10.012. PMID 24439887.
  3. "Ramsay Hunt's syndrome II". www.whonamedit.com. Archived from the original on 21 January 2022. Retrieved 24 July 2022.
  4. Ramsay Hunt, J.R. (1907). "On herpetic inflammations of the geniculate ganglion: a new syndrome and its complications". Journal of Nervous and Mental Disease. 34 (2): 73–96. doi:10.1097/00005053-190702000-00001. Archived from the original on 2019-12-13. Retrieved 2021-08-11.